ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଲଢ଼େଇ ଜାରି ରହିଛି । ଏହି ସମୟରେ ଋଷ ସେନା (Russian Army) ଦ୍ୱାରା ୟୁକ୍ରେନର ବୁଚା (Bucha) ସହରରେ ସାଧାରଣ ନାଗରିକଙ୍କ ଉପରେ କରାଯାଇଥିବା ଆକ୍ରମଣ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପରେ ବ୍ରିଟେନ (Britain) ବୁଧବାର ଘୋଷଣା କରିଛି ଯେ ସେ ଋଷ ଉପରେ ଆହୁରି ଅଧିକ କଟକଣା (britain sanctions against russia) ଲାଗୁ କରିଛି । ଋଷର ସର୍ବବୃହତ ବ୍ୟାଙ୍କ ସେବରବ୍ୟାଙ୍କ (Sberbank) ସମ୍ପତ୍ତି ନେଣଦେଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଓ ବ୍ରିଟେନରୁ ଋଷକୁ ଯାଉଥିବା ସମସ୍ତ ନିବେଶକୁ ସମାପ୍ତ କରିବା ସାମିଲ ରହିଛି । 


COMMERCIAL BREAK
SCROLL TO CONTINUE READING

ସେପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (Britain Prime Minister Boris Johnson) କହିଛନ୍ତି ଯେ, ୟୁକ୍ରେନର ବୁଚା ସହରରେ ସାଧାରଣ ନାଗରିକଙ୍କ ଉପରେ ଋଷର ସେନାର ଆକ୍ରମଣ କୌଣସି ନରସଂହାର ଠାରୁ କିଛି କମ୍ ନୁହେଁ । ବୋରିସ୍ ଜନସନଙ୍କ ଏହି ବୟାନ ପରେ ବ୍ରିଟେନ ଏହି ବଡ଼ ପଦକ୍ଷେପ ନେଇଛି ।


ସାରା ଦୁନିଆରେ ଋଷର ହେଉଛି ନିନ୍ଦା 


ଋଷର ସୈନ୍ୟ (Russian Troops) ପ୍ରତ୍ୟାହାର ପରେ ସହରରେ ଡଜନ ଡଜନ ଲୋକଙ୍କ ମୃତଦେହ ମିଳିଛି । ଏହାକୁ ସମଗ୍ର ଦୁନିଆରେ ସମାଲୋଚନା କରାଯାଇଛି, କିନ୍ତୁ ମସ୍କୋ (Moscow) ଏଥିରେ ସାମିଲ ଥିବା କଥାକୁ ଅସ୍ୱୀକାର କରିଛି ଏବଂ ଏହି ଖବରକୁ ଫେକ୍ ନ୍ୟୁଜ୍ ବୋଲି କହିଛି ।


ଅନ୍ୟପଟେ ଜନସନ (Boris Johnson) କହିଛନ୍ତି ଯେ, "ଯେତେବେଳେ ଆପଣ ଦେଖିବେ ବୁଚାରେ କ'ଣ ଘଟିଛି, ତ ମୋତେ ଡର ଲାଗୁଛି ଯେ ଯେଉଁ ଖୁଲାସା ହେଉଛି କି ପୁଟିନ (Vladimir Putin) ୟୁକ୍ରେନରେ କ'ଣ କରିଛନ୍ତି, ତାହା ମୋର ପାଇଁ ନରସଂହାର ଠାରୁ କିଛି କମ୍ ନୁହେଁ । ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ କି ଲୋକମାନେ ଯେଉଁ ଭଳି ଭାବେ ପ୍ରତିକ୍ରିୟା ଦେଉଛନ୍ତି । ମୋତେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅନ୍ତର୍ଜାତୀୟ ସମୁଦାୟ, ଯେଉଁଥିରେ ବ୍ରିଟେନ ଆଗ ଧାଡ଼ିରେ ଅଛି, ଭ୍ଲାଦିମିର ପୁଟିନଙ୍କ ଶାସନ ଉପରେ ଅଧିକ ପ୍ରତିବନ୍ଧକ ଓ ଦଣ୍ଡବିଧାନ କରିବା ପାଇଁ ପୁଣିଥରେ ଏକାସାଥୀରେ ଆଗକୁ ବଢ଼ିବ ।"


ଏହା ବି ପଢ଼ନ୍ତୁ:-ଭାରତକୁ ପୁଣି ଧମକ ଦେଲା ଆମେରିକା, କହିଲା- ଋଷର ସାଥ୍ ଛାଡ଼ିଦିଅ, ନଚେତ୍...


ଏହା ବି ପଢ଼ନ୍ତୁ:-ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସରକାରୀ ବଙ୍ଗଳା ଖାଲି କରାଇଲେ ମୋଦି ସରକାର, ଜାଣନ୍ତୁ କ’ଣ ରହିଛି କାରଣ


ଏହା ବି ପଢ଼ନ୍ତୁ:-ଝିଅଙ୍କୁ ବିଲକୁଲ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି


 


ବ୍ରିଟେନର ବୈଦେଶିକ ସଚିବ ଲିଜ୍ ଟ୍ରସ୍ କହିଛନ୍ତି ଯେ, "ଆଜି ଆମେ କଠୋର ପ୍ରତିବନ୍ଧକ ସହ ପୁଟିନଙ୍କ ଭୟଙ୍କର ଯୁଦ୍ଧକୁ ସମାପ୍ତ କରିବାକୁ ନିଜ ଅଭିଯାନକୁ ଆଗକୁ ବଢାଉଛୁ ।"