Indian-origin MPs Lisa Nandy : ଶୁକ୍ରବାର ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମର ନିଜ କ୍ୟାବିନେଟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବ ମହିଳା ନେତାଙ୍କୁ ସାମିଲ କରିଛନ୍ତି । ଉତ୍ତର ପଶ୍ଚିମ ଇଂଲଣ୍ଡର ୱିଗାନ୍ ସଂସଦୀୟ ନିର୍ବାର୍ଚନ ମଣ୍ଡଳୀରୁ ବିପୁଳ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହୋଇଥିବା ଲିସା ନନ୍ଦିଙ୍କୁ କିୟର ଷ୍ଟାର୍ମର ସଂସ୍କୃତି, ମିଡିଆ ଏବଂ କ୍ରୀଡ଼ା ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ନିର୍ବାଚନରେ ଲେବର ପାର୍ଟିର ଚମତ୍କାର ବିଜୟ ପରେ ଷ୍ଟାର୍ମର ତୁରନ୍ତ କ୍ୟାବିନେଟ ଘୋଷଣା କରି ନୂଆ ସରକାର ଭାବେ ଦାୟିତ୍ୱ ଆରମ୍ଭ କରିଛନ୍ତି ।
ଜାଣନ୍ତୁ ମୂଳ ଭାରତୀୟ ଭାବରେ ପରିଚିତ ଲିସା ନନ୍ଦି କିଏ ?


COMMERCIAL BREAK
SCROLL TO CONTINUE READING

୨୦୨୦ ମସିହା ଜାନୁଆରୀରେ ଲେବର ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ କିୟର ଷ୍ଟାର୍ମର ଏବଂ ଅନ୍ୟ ଏକ ପ୍ରାର୍ଥୀଙ୍କ ସହ ଲିସା ପ୍ରତିଦ୍ୱନ୍ଦିତା କରୁଥିଲେ । ସେବେ ଠାରୁ ଲିସା ଷ୍ଟାର୍ମରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ଲିସା ରୁଷି ସୁନକ ନେତୃତ୍ୱାଧୀନ କନଜର୍ଭେଟିଭ ପାର୍ଟି ସରକାରରେ ସଂସ୍କୃତ ମନ୍ତ୍ରଣାଳୟର କାର୍ଯ୍ୟଭାର ତୁଲାଉଥିବା ଲୁସି ଫ୍ରେଜରଙ୍କ ସ୍ଥାନ ନେବେ ।


ଲିସା ନନ୍ଦିଙ୍କ ପିତାଙ୍କ ନାଁ ହେଉଛି ଦୀପକ ନନ୍ଦି । ଇଂରାଜୀ ସାହିତ୍ୟରେ ଦୀପକ ବେଶ୍ ଜଣାଶୁଣା । ଲିସା ନନ୍ଦି ପାର୍ସ ୱୁଡ୍ ହାଇସ୍କୁଲ ଏବଂ ହୋଲି କ୍ରସ୍ କଲେଜରୁ ସ୍କୁଲ ପାଠପଢ଼ା ଶେଷ କରିଥିଲେ । ଏହା ପରେ ୨୦୨୧ରେ ନ୍ୟୁକ୍ଲାସ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ହୋଇଥିଲେ । ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ସେ ଏକ ମାଷ୍ଟର୍ସ ଡିଗ୍ରୀ ମଧ୍ୟ କରିଛନ୍ତି । ଲିସା ତାଙ୍କ କ୍ୟାରିୟର ପ୍ରାରମ୍ଭରେ ଲେବର ପାର୍ଟିର ସଂସଦ ନୀଲ ଗୋର୍ଡାନଙ୍କ ସହ କାମ କରିଥିଲେ । ଶରଣାର୍ଥୀଙ୍କ ପ୍ରସଙ୍ଗକୁ ନେଇ ଲିସା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏବଂ ଇଂଲଣ୍ଡ ଶିଶୁ କମିଶନର ତଥା ସ୍ୱାଧୀନ ଅସାଇଲମ୍ କମିଶନରେରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।