ନୂଆଦିଲ୍ଲୀ: Ukraine Russia Conflict: ୟୁକ୍ରେନ (Ukraine) ପ୍ରସଙ୍ଗକୁ ନେଇ ଉତ୍ତେଜନା ଆହୁରି ଗଭୀର ହେବାକୁ ଲାଗିଛି । ବେଜିଂ ଅଲିମ୍ପିକ୍ସ (Beijing Olympics) ସମୟରେ ୟୁକ୍ରେନ ଉପରେ ଋଷ (Russia) ଆକ୍ରମଣ କରିପାରେ ବୋଲି ଆମେରିକା (US) ଭୟ କରୁଛି । ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱରେ ସଙ୍କଟର କଳା ବାଦଳ ଘୂରି ବୁଲିବା ଆରମ୍ଭ କରିଛି । ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ୟୁକ୍ରେନ ଉପରେ ଋଷ (Russia) ଆକ୍ରମଣ କରିବ ବୋଲି ଆମେରିକା  (America) ଚେତାବନୀ ଦେଇଛି । ଏଥିସହିତ କୁହାଯାଉଛି ଯେ ଋଷର ପ୍ରାୟ ୩୦ ହଜାର ସୈନିକ ସୀମାରେ ଯୁଦ୍ଧ ଅଭ୍ୟାସ କରିବାରେ ଲାଗିଛନ୍ତି । ଋଷର ଟ୍ୟାଙ୍କ ଓ ହେଲିକପ୍ଟର ସମେତ ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସାମରିକ ଅଭ୍ୟାସ ଚାଲିଛି । ଋଷର ପ୍ରସ୍ତୁତିର ଜବାବ ଦେବା ପାଇଁ ଆମେରିକା ମଧ୍ୟ ନିଜର ସୈନ୍ୟ ମୁତୟନ ବୃଦ୍ଧି କରିଛି । ମୋଟ ଉପରେ ଯୁଦ୍ଧର ସ୍ଥିତି ସୃଷ୍ଟି ହେଉଥିବା ପରି ମନେ ହେଉଛି ।


COMMERCIAL BREAK
SCROLL TO CONTINUE READING

ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ୟୁକ୍ରେନ ସୀମାରେ ଏକ ଲକ୍ଷରୁ ଅଧିକ ଋଷ ସୈନିକ (Russian Soldiers) ମୁତୟନ ରହିଛି ।  ଋଷ (Russia) କୁ ଉପଯୁକ୍ତ ଜବାବ ଦେବା ପାଇଁ ଆମେରିକା (America) ମଧ୍ୟ ନିଜର ପ୍ରସ୍ତୁତିରେ ବ୍ୟସ୍ତ ଅଛି । ଆମେରିକୀୟ ଟ୍ୟାଙ୍କଗୁଡିକ ରୋମାନିଆକୁ ପଠାଯାଇଛି । ସେହିଭଳି ପୋଲାଣ୍ଡରେ ଆମେରିକା ୩ ହଜାର ସୈନିକ ଆହୁରି ବଢ଼ାଇଦେଇଛି । ନାଟୋ (NATO) ର ଅନ୍ୟ ସଦସ୍ୟ ଦେଶମାନେ ମଧ୍ୟ ସେମାନଙ୍କର ସୈନ୍ୟ ମୁତୟନ ବୃଦ୍ଧି କରିଛନ୍ତି । ଆମେରିକାର ଏହି ଆଶଙ୍କା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଫେବୃଆରୀ ୨୦ ପର୍ଯ୍ୟନ୍ତ ବେଜିଂ ଅଲିମ୍ପିକ୍ସ ଅନୁଷ୍ଠିତ ହେବ ।


ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ (Jake Sullivan) କହିଛନ୍ତି ଯେ, ୟୁକ୍ରେନ (Ukraine) ସୀମାରେ ଋଷ (Russia) ରୁ ସେନା ବୃଦ୍ଧି ହେବାର ସଙ୍କେତ ମିଳୁଛି । ସେ କହିଛନ୍ତି ଯେ ଆମେ ଏହା ପୂର୍ବରୁ ମଧ୍ୟ କହିଥିଲୁ ଯେ ପରିସ୍ଥିତି ସେହି ଅବସ୍ଥାରେ ଅଛି ଯେଉଁଠାରେ ୟୁକ୍ରେନ ଉପରେ ଯେକୌଣସି ସମୟରେ ଆକ୍ରମଣ ହୋଇପାରେ । ସେ ଗୁଇନ୍ଦା ସୂଚନା ସେୟାର କରିବାକୁ ମନା କରି ଦେଇଛନ୍ତି । କିନ୍ତୁ ବେଜିଂ ଅଲିମ୍ପିକ୍ସ ସମୟରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ଜୋର ଦେଇଛନ୍ତି । ଯୁଦ୍ଧର ଭୟ ମଧ୍ୟ ଗଭୀର ହୋଇଛି କାରଣ ଆମେରିକା, ଜାପାନ ସମେତ ଅନେକ ଦେଶ ଯଥାଶୀଘ୍ର ୟୁକ୍ରେନରୁ ନିଜ ନାଗରିକଙ୍କୁ ଫେରି ଆସିବାକୁ ଆଦେଶ ଜାରି କରିଛନ୍ତି ।


ଏହା ବି ପଢ଼ନ୍ତୁ:-ୟୁପି-ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ଶିବରାଜ ସିଂ ଚୌହାନ କହିଦେଲେ ଏପରି କିଛି, ପୁରା ଖୁସ୍ ହୋଇଗଲା କଂଗ୍ରେସ; ଦେଖନ୍ତୁ ଭିଡିଓ


ଏହା ବି ପଢ଼ନ୍ତୁ:-ପାନ୍ କାର୍ଡ ୟୁଜର୍ସଙ୍କ ପାଇଁ ଜରୁରୀ ସୂଚନା! ଯଦି ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ ତ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା


ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ


ଏହା ବି ପଢ଼ନ୍ତୁ:-ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା, କହିଲେ- ଏପରି ଲୋକମାନେ ସମାଜବାଦୀ ପାର୍ଟିଙ୍କୁ ଦିଅନ୍ତୁନି ଭୋଟ୍


ଆମେରିକା ଭୟ କରୁଛି ଯେ ଋଷ (Russia) ପ୍ରଥମେ କ୍ଷେପଣାସ୍ତ୍ର ସହିତ ଏୟାର ଷ୍ଟ୍ରାଇକ୍ କରିବ ଓ ଯେତେବେଳେ ଗୁଳି ଚାଳନା ହେବ, ସେତେବେଳେ ସେ ଦେଖିବେ ନାହିଁ ଯେ କେଉଁ ଦେଶର ସାଧାରଣ ନାଗରିକଙ୍କ ମୃତ୍ୟୁ ହେଉଛି । ଏହା ପରେ ଋଷର ସୈନିକମାନେ ୟୁକ୍ରେନରେ ପ୍ରବେଶ କରିବେ ଓ ଧ୍ୱଂସ ଲୀଳା ଆରମ୍ଭ କରିବେ । ତେବେ ଏହି ସମୟ ମଧ୍ୟରେ ଏପରି ଖବର ମଧ୍ୟ ଆସୁଛି ଯେ ୟୁକ୍ରେନ ପ୍ରସଙ୍ଗରେ ଆଜି (ଫେବୃଆରୀ ୧୨) ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ।