United Nation On Taliban: ଆଫଗାନିସ୍ଥାନରେ ବର୍ତ୍ତମାନ ତାଲିବାନ ର।ଜୁତି ଚାଲିଛି । ତାଲିବାନୀ ସରକାର ଆଫଗାନିସ୍ଥାନରେ ନିଜ ଇଚ୍ଛା ମୁତାବକ କଟକଣା ଲଗାଇ ଚାଲିଛନ୍ତି । ତାଲିବାନ ନେତୃତ୍ୱାଧୀନ ସରକାର ମହିଳା ଓ ବାଳିକାଙ୍କ ଅଧିକାରକୁ ସୀମିତ କରିବା ଲାଗି ଲାଗୁ କରିଥିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମିଳିତ ଜାତିସଂଘର ଏକ ପ୍ରତିନିଧି ଦଳ କହିଛି ।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ଜାତିସଂଘର ମହାସଚିବ, ଡେପୁଟି ସେକ୍ରେଟେରୀ ଜେନେରାଲ୍ ଅମିନା ମହମ୍ମଦ, ଜାତିସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିମା ବାହୋସ୍, ରାଜନୈତିକ ଶାନ୍ତି ପ୍ରତିଷ୍ଠା ଓ ସଞ୍ଚାଳନ ବିଭାଗର ସହକାରୀ ସଚିବ ଖାଲିଦ ଖିୟାରୀ ୪ ଦିନିଆ ଆଫଗାନିସ୍ତାନ ଗସ୍ତ କରି ପରିସ୍ଥିତିର ଆକଳନ କରିଥିଲେ । ଅଧିକାରୀ ମାନେ ଆଫଗାନିସ୍ତାନର ଲୋକଙ୍କ ସହ ମିଳିତ ଜାତିସଂଘର ଏକତାକୁ ରେଖାଙ୍କିତ କରିବା ପାଇଁ ପ୍ରୟାସ କରିଥିଲେ ।


ନିକଟରେ ମହିଳାମାନଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ଏନଜିଓରେ କାମ କରିବାକୁ ବାରଣ କରିଥିବା ନିର୍ଦ୍ଦେଶ ବିରୋଧରେ କାବୁଲ ଓ କନ୍ଦାହାରରେ ତାଲିବାନ ସରକାର ସହ ଆଲୋଚନା କରି ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି । ଖବର ଅନୁଯାୟୀ, ତାଲିବାନୀ ସାରା ଦେଶର ଶିକ୍ଷାକେନ୍ଦ୍ରରେ ମହିଳା ଓ ବାଳିକାଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲା । ଏପରିକି ଆଫଗାନିସ୍ଥାନରେ ମହିଳାମାନଙ୍କୁ ପାର୍କ, ଜିମ୍ ଓ ସର୍ବସାଧାରଣ ବାଥରୁମ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଥିଲା । ଏହି ପ୍ରତିବନ୍ଧକ ଆଫଗାନିସ୍ତାନରେ ମହିଳା ଓ ଝିଅମାନଙ୍କୁ ନିଜ ଘରେ ସୀମିତ ରଖିବା ସହ ସେମାନଙ୍କର ଅଧିକାର ଛଡାଇ ସମାଜରୁ ବଞ୍ଚିତ ରଖିଥାଏ ବୋଲି ଅମିନା ମହମ୍ମଦ ମତ ପ୍ରକାଶ କରିଛନ୍ତି । ଏହା ସହ ଆଫଗାନିସ୍ତାନ ଏବେ ନିରନ୍ତର ବିକାଶ ପଥରେ ଗତି କରୁଥିବା ବେଳେ ବର୍ତ୍ତମାନ ଏକ ଭୟଙ୍କର ମାନବିକ ସଙ୍କଟ ମଧ୍ୟରେ ନିଜକୁ ଅଲଗା କରୁଥିବା ନେଇ ସେ ମତ ଦେଇଛନ୍ତି।


ଆଫଗାନିସ୍ତାନର ମହିଳାମାନେ ସେମାନଙ୍କ ଅଧିକାର ପାଇଁ ଓକିଲାତି କରିବା ସହ ସଂଗ୍ରାମ ଜାରି ରଖିବା ନେଇ ଅମିନା ମହମ୍ମଦ ଆହ୍ୱାନ କରିଥିଲେ । ଏଥିପାଇଁ ସେମାନଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ରହିବା ନେଇ ସେ ସୂଚନା ଦେଇଥିଲେ । ଆଫଗାନିସ୍ତାନରେ ଯାହା ଘଟୁଛି ତାହା ମହିଳାଙ୍କ ଅଧିକାର ଉପରେ ଗୁରୁତର ପ୍ରଭାବ ପକାଉଛି ଓ ବିଶ୍ୱ ପାଇଁ ପାଇଁ ଏହା ଏକ ବ୍ରେକପ କଲ ବୋଲି ସେ କହିଥିଲେ । ମିଳିତ ଜାତିସଂଘ ସମସ୍ତ ଆଫଗାନିସ୍ତାନ ମହିଳା ଓ ବାଳିକାଙ୍କ ସହ ଛିଡା ହୋଇଛି ଏବଂ ଏଠାରେ ଥିବା ମହିଳାମାନେ ସେମାନଙ୍କର ସମସ୍ତ ଅଧିକାର ଫେରାଇ ଆଣିବା ପାଇଁ ସ୍ୱର ଉତ୍ତୋଳନ କରିବେ।


ସେମାନଙ୍କ ଗସ୍ତ ସମୟରେ ମହମ୍ମଦ ଓ ବାହୁସ୍ କାବୁଲ, କାନ୍ଦାହାର ଓ ହେରାଟରେ ପ୍ରଭାବିତ ସମ୍ପ୍ରଦାୟ, ମାନବିକ କର୍ମୀଙ୍କ ସହ ନାଗରିକ ସମାଜର ବ୍ୟକ୍ତି ବିଶେଷଙ୍କୁ ଭେଟିଥିଲେ । ଏହା ସହ ଇସଲାମିକ୍ ସହଯୋଗ ସଂଗଠନ, ଇସଲାମିକ୍ ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଆକାର ଓ ଇସଲାମାବାଦରେ ଆଫଗାନିସ୍ତାନ ମହିଳା ଗୋଷ୍ଠୀ ଓ ଦୋହାଠାରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ତଥା ସ୍ୱତନ୍ତ୍ର ଦୂତଙ୍କ ନେତୃତ୍ୱକୁ ଏହି ପ୍ରତିନିଧି ଦଳ ଭେଟିଛନ୍ତି । ସେଠାରେ ଏହା ସରକାରୀ ନେତା ତଥା ଅଞ୍ଚଳର ଧାର୍ମିକ ନେତାମାନଙ୍କ ଉପରେ ମହିଳାମାନଙ୍କର ଏକ ପ୍ରମୁଖ ଭୂମିକା ଓ ପୂର୍ଣ୍ଣ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିଥିଲା ।


ଏହି ଗସ୍ତ ସମୟରେ ପ୍ରତିନିଧିମାନେ ମିଳିତ ଜାତିସଂଘର ଏକ ସ୍ଥାୟୀ ସମାଧାନ ଖୋଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ଆଫଗାନିସ୍ତାନରେ ମିଳିତ ଜାତିସଂଘର ସହାୟତା ମିଶନଙ୍କ (UNAMA) ନେତୃତ୍ୱରେ ଜୀବନ ରକ୍ଷାକାରୀ ସହାୟତା ପ୍ରଦାନ ଓ ପ୍ରଭାବଶାଳୀ ଯୋଗଦାନ ବଜାୟ ରଖିବାର ତତ୍ପରତାକୁ ମଧ୍ୟ ସ୍ୱୀକୃତି ମିଳିଥିବା ସୂଚନା ରହିଛି । ପରିସ୍ଥିତିର ଏମରଜେନ୍ସିକୁ ଦର୍ଶାଇବା ପାଇଁ ଉଦ୍ୟମକୁ ଜୋରଦାର କରାଯିବା ସହ ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ଏକଜୁଟ ପ୍ରତିକ୍ରିୟାର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।