Bharat NCAP Launch: ନୀତିନ ଗଡକରି କଲେ ଏନସିଏପି ଆପ୍ ର ଲଞ୍ଚ, ଜାଣନ୍ତୁ କାର୍ ଚାଳକଙ୍କ ପାଇଁ କଣ ରହିଛି ସୁବିଧା
Bharat NCAP Launch: ଏଣିକି ରାସ୍ତାରେ ଘଟିବନି ଦୁର୍ଘଟଣା କାରଣ ଏହାପୂର୍ବରୁ କାର୍ ଚାଳକଙ୍କୁ ସତର୍କ କରାଇବ ଭାରତ ଏନସିଏପି ଆପ୍ । ଏହାକୁ ଆଜି ଉଦଘାଟନ କରିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ତେବେ ଆମ ଦେଶ ନୁହେଁ ବରଂ ଆହୁରି ୪ ଦେଶରେ ଏହି ଆପ୍ ପ୍ରଚଳିତ ହୋଇଛି । ତେବେ ଆସନ୍ତୁ ଜାଣିବା ଏହାର କାର୍ଯ୍ୟ ବିଷୟରେ କିଛି...
Bharat NCAP Launch: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ବହୁପ୍ରତିକ୍ଷିତ Bharat New Car Assessment Programme ବା ଭାରତ ଏନସିଏପି ଆପ୍ ର ଲଞ୍ଚ କରିଛନ୍ତି। ଏନସିଏପିର ପୂରା ନାଁ ହେଲା ଭାରତ ନ୍ୟୁ କାର୍ ଆସେସମେଣ୍ଟ ପ୍ରୋଗ୍ରାମ । ଏହି ଆପ୍ ହେଲା ସଡ଼କ ସୁରକ୍ଷା ଓ କାର୍ ର ମାନ ରେ ସୁଧାର ପାଇଁ ଭାରତ ର ସ୍ୱଦେଶୀ କାର କ୍ରାସ ଟେଷ୍ଟ ପ୍ରୋଗ୍ରାମ । ଏହି ଆପ୍ ର ଆଜି ଲଞ୍ଚ ହୋଇଥିବା ବେଳେ ଅକ୍ଟୋବର ୨୦୨୩ ରୁ ଏହା ପୂରା ଦେଶରେ ଲାଗୁ ହେବାକୁ ଯାଉଛି। ତେବେ ଭାରତ ଏନସିଏପି ଭାରତ ରେ ଲଞ୍ଚ ପୂର୍ବରୁ ଆମେରିକା, ଚିନ୍, ଜାପାନ ଓ ଦକ୍ଷିଣ କୋରିଆରେ ପ୍ରଚଳିତ ହୋଇଛି। ଭାରତ ପଞ୍ଚମ ଦେଶ ଭାବେ ଏହି ଆପ୍ ର ବ୍ୟବହାର କରିବାକୁ ପ୍ରସ୍ତୁତି ସାରିଛି।
NCAP ର କାମ କଣ ?
୩ ହଜାର ୫୦୦ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ମୋଟର ବାହନର ସୁରକ୍ଷା ମାନକୁ ଯାଞ୍ଚ କରିବ । ଏହା ସହ ଭାରତ ଏନସିଏପି ଭାରତୀୟ ବା ସ୍ୱେଦେଶୀ କାର ଗୁଡ଼ିକୁ ବୈଷୟିକ ବଜାରରେ ଭଲ ସ୍ଥିତିରେ ଆଣିବା ସବ ବିଶ୍ୱ ଦରବାରରେ ସ୍ୱଦେଶୀ କାରର ପରିଚାଳନା ନେଇ ମଧ୍ୟ ଆଶାବାଦୀ ଅଛି। ଏହି ଆପ୍ ଜରିଆରେ ମାନ ପରୀକ୍ଷା ପରେ ଦେଶରେ ହେଉଥିବା ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ମୃତ୍ୟୁ ଓ ଆହତଙ୍କ ସଂଖ୍ୟାକୁ କମ କରିବାର ଲକ୍ଷ୍ୟ ରଖାଯାଇଛି। ମାରୁତି ସୁଜୁକି, ମହିନ୍ଦା, ଟୋୟାଟା ପରି କାର ନିର୍ମାତା ମାନେ ପୂର୍ବରୁ ହିଁ ଏହି କାର୍ଯ୍ୟକ୍ରମରୁ ଘରୋଇ ଅଟୋଉଦ୍ୟୋଗ କ୍ଷେତ୍ରରେ ଏକ ଭଲ ପଦକ୍ଷେପ ବୋଲି ବିବେଚନା କରିସାରିଛି।
Also Read: Rajinikanth On Yogi: ଯୋଗୀଙ୍କ ପାଦ ଛୁଇଁବା ପ୍ରସଙ୍ଗରେ ମୁହଁ ଖୋଲିଲେ ରଜନୀକାନ୍ତ, କହିଲେ...