love jihad accused : ଉତ୍ତରପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍ ଜିହାଦ ବିଲ ଅର୍ଥାତ୍ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ  ବିଲ୍ ୨୦୨୪ ପାସ ହୋଇଯାଇଛି। ଏଥିରେ ପୂର୍ବରୁ ରହିଥିବା ଦଣ୍ଡକୁ ଦୁଇଗୁଣ କରିଦିଆଯାଇଛି । ଏଥିସହିତ ନୂଆ ଅପରାଧ ମଧ୍ୟ ସାମିଲ୍‌ କରାଯାଇଛି । ଯେଉଁଥିରେ ଆଜୀବନ ଜେଲ୍‌ର ପ୍ରାବଧାନ ରହିଛି ।


COMMERCIAL BREAK
SCROLL TO CONTINUE READING

ଏହି ବିଲ୍‌ ଅନୁସାରେ, କୋର୍ଟ ପୀଡ଼ିତଙ୍କ ଖର୍ଚ୍ଚ ଏବଂ ପୁନର୍ବାସ ପାଇଁ ନ୍ୟାୟୋଚିତ ରାଶି ଜରିମାନା ରୁପେ ନିର୍ଦ୍ଧାରଣ କରିପାରିବେ । ସରକାରଙ୍କ କହିବା ଅନୁସାରେ, ଅପରାଧର ସମ୍ବେଦନଶୀଳତା, ମହିଳାଙ୍କ ଗାରିମା ଓ ସାମାଜିକ ସ୍ଥିତି, ମହିଳା, ଏସ୍‌, ଏସ୍‌ଟି, ଆଦି ଲୋକଙ୍କ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ଏହି ଆଇନ୍‌ରେ ସଂଶୋଧନ କରାଯାଇଛି ।


  ସୋମ‌ବାର ରାଜ୍ୟ ସରକାର ‘ଉତ୍ତର ପ୍ରଦେଶ ଆଇନ ବିରୋଧୀ ଧର୍ମ ପରିବର୍ତ୍ତନ ବିଲ୍-୨୦୨୪' ବିଧାନସଭାରେ ଉପସ୍ଥାପିତ କରିଥିଲେ।ଏଥିରେ ବଳପୂର୍ବକ ଧର୍ମ ପରିବର୍ତ୍ତନ ଚଳାଇବା ଭଳି ଅପରାଧ ଉପରେ ଦଣ୍ଡ  ଦୁଇଗୁଣା କରିବାକୁ ପ୍ରସ୍ତାବ ଦିଆଯାଇଥିଲା।ନାବାଳିକାଙ୍କୁ ଲଭ ଜିହାଦ ପାଇଁ ଅପହରଣ କରିବା, ତାଙ୍କୁ ବିକ୍ରି କରିବା ଭଳି ଅପରାଧ ପାଇଁ ଜେଲ ଦଣ୍ଡ ପାଇଁ ମଧ୍ଯ ନିୟମ କରାଯାଇଛି। ଏହି ବିଲ୍ ବିଧାନସଭାରେ ପାରିତ ହେବା ପରେ ବିଧାନ ପରିଷଦ ଓ ରାଜ୍ୟପାଳଙ୍କ ମଞ୍ଜୁରୀ ନିମନ୍ତେ ପଠାଯିବ।


ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖନ୍ନାଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା। ଏଥିରେ କୁହାଯାଇଥିଲା ନିୟମ ବିରୋଧରେ ଯାଇ ଧର୍ମପରିବର୍ତ୍ତନ, ବିଦେଶୀ ଏବଂ ରାଷ୍ଟ୍ର ବିରୋଧୀ ତତ୍ତ୍ବଙ୍କ ଦ୍ବାରା ଧର୍ମ ପରିବର୍ତ୍ତନ ମାମଲା ସାମ୍‌ନାକୁ ଆସୁଛି। ତେଣୁ ୨୦୨୧ର ଏହି ନିୟମରେ ଜରିମାନା ଏବଂ ଦଣ୍ଡ ରାଶିରେ ବୃଦ୍ଧି କରିବା ଜରୁରୀ ହୋଇପଡ଼ିଛି।


ତେବେ ସୂଚନାଥାଉକି,୨୦୨୧ରେ ଏହି ଆଇନ୍ ୟୁପି ବିଧାନସଭାରେ ପାସ୍ କରାଯାଇଥିଲା । ଏବେ ଏଥିରେ ପରିବର୍ତ୍ତନ କରାଯାଇ ଦଣ୍ଡ ଏବଂ ଜରିମାନା ରାଶିକୁ ବଢ଼ାଯାଇଛି।ଏହା ଅନୁଯାୟୀ, ଯଦି କେହି ଧର୍ମ ପରିବର୍ତ୍ତନ କରିବାକୁ ଭୟ ଦେଖାଉଛନ୍ତି, ସମ୍ପତ୍ତା ହଡ଼ପ, ଧମକ, ଆକ୍ରମଣ, ବିବାହ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି, ଷଡ଼ଯନ୍ତ୍ର, ପ୍ରଲୋଭନ ଦେଖାଇ କୌଣସି ନାବାଳିକା କିମ୍ବା ମହିଳା ତସ୍କରୀ କରେ ତେବେ ତାଙ୍କୁ ୨୦ ବର୍ଷ ପାଇଁ ଆଜୀବନ ଜେଲ ଦଣ୍ଡ ଦିଆଯିବ।