Talcum Powder Cancer Case: ଆମେରିକୀୟ ଔଷଧ ନିର୍ମତା କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଟାଲକମ ପାଉଡର ମାମଲାରେ ୮୯୦ କୋଟି ଡଲାର ମୂଲ୍ୟର କ୍ଷତିପୂରଣ ଦେବାକୁ ପ୍ରସ୍ତାବ ଦେଇଛି। ଏହି ମାମଲାରେ ଦାବି କରାଯାଇଥିଲା ଯେ, ଜନସନ୍ ଆଣ୍ଡ ଜନସନ୍ ଦ୍ୱାରା ନିର୍ମିତ ଉତ୍ପାଦ ଟାଲକମ ପାଉଡର ଦ୍ୱାରା କର୍କଟ ରୋଗ ହେଉଥିବା ଦାବି କରାଯାଉଥିଲା। ନ୍ୟୁଜର୍ସି ଭିତ୍ତିକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ କୋର୍ଟ ଅନୁମୋଦନ ଅନୁଯାୟୀ ପ୍ରସ୍ତାବିତ ସମସ୍ୟାର ସମାଧାନ ସମାନ ଭାବରେ କରାଯିବ।


COMMERCIAL BREAK
SCROLL TO CONTINUE READING

ଯଦି ଏହି ସମସ୍ୟାର ସମାଧାନକୁ କୋର୍ଟ ଏବଂ ଅଧିକାଂଶ ଅଭିଯୋଗକାରୀଙ୍କ ଦ୍ୱାରା ଅନୁମୋଦିତ କରିଦିଆଯାଏ, ତାହେଲେ ପ୍ରାୟ  ୮୯୦ କୋଟି ଡଲାର ମୂଲ୍ୟର କ୍ଷତିପୂରଣ ପ୍ରଦାନ କରଯିବ। ଏହି ସମାଧାନ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବବୃହତ ପରିମାଣର ଆର୍ଥିକ ସମାଧନ ହେବ। ଆଜି ପର୍ଯ୍ୟନ୍ତ କେହି ଏପରି ବିପୁଳ ପରିମାଣର ସମାଧାନ କରିନାହାଁନ୍ତି। କେବଳ ଏକ ତମାଖୁ କମ୍ପାନୀ ଏବଂ ସମ୍ପ୍ରତି ଓପିଓଏଡ୍ (Opioid) ଉତ୍ପାଦକ ଏପରି ଧରଣର ବିପୁଳ ପରିମାଣର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିଛନ୍ତି। 


ଜନସନ ଆଣ୍ଡ ଜନସନ କମ୍ପାନୀ (Johnson and Johnson Company) ବିରୋଧରେ ହଜାର ହଜାର ମୋକଦ୍ଦମା ବିଚାରାଧୀନ ରହିଛି। ଯେଉଁଥିରେ ଅଭିଯୋଗ ହୋଇଛି ଯେ ଏହି ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ (US Pharmaceutical Company) ଦ୍ୱାରା ନିର୍ମିତ ଟାଲକମ ପାଉଡର (Talcum Powder) ଉତ୍ପାଦରେ ଆଜବେଷ୍ଟସ ଅଂଶ (Asbestos Elements) ରହିଛି। ଯାହା ଓଭାରି କ୍ୟାନ୍ସର (Ovary Cancer) ସୃଷ୍ଟି କରିଥାଏ। ହେଲେ କମ୍ପାନୀ ଏପରି କୌଣସି ଅଭିଯୋଗକୁ ସ୍ୱୀକାର କରିନଥିଲା। ହେଲେ ୨୦୨୦ ମଇ ମାସରେ ଯୁକ୍ତରାଷ୍ଟ୍ର ଆମେରିକା (United States of America) ଏବଂ କାନାଡା (Canada) ଭଳି ଦେଶରେ ଟକ୍ ଆଧାରିତ ବେବି ପାଉଡର (Talc Based Baby Powder) ବିକ୍ରୟ ବନ୍ଦ କରି ଦେଇଥିଲା।


ଜନସନ ଆଣ୍ଡ ଜନସନ କମ୍ପାନୀ ମକଦ୍ଦମା ବିଭାଗ ଉପାଧ୍ୟକ୍ଷ ଏରିକ ହାସ୍ ଏକ ବିବୃତ୍ତିରେ କହିଛନ୍ତି ଯେ କମ୍ପାନୀ ବିଶ୍ୱାସ କରେ ଯେ ଏହି ଦାବି ହେଉଛି ମିଥ୍ୟା ଏବଂ ଏହା ପଛରେ ବୈଜ୍ଞାନିକ ତଥ୍ୟର ଅଭାବ ରହିଛି। ଜନସନ ଆଣ୍ଡ ଜନସନ ଅନୁଯାୟୀ, ଏହାର ସହାୟକ "ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲଏସି" (LTL Management LLC) ମାଧ୍ୟମରେ ଏହା ଆସନ୍ତା ୨୫ ବର୍ଷ ମଧ୍ୟରେ ହଜାର ହଜାର ଦାବିଦାରଙ୍କୁ ୮୯୦ କୋଟି ଡଲାର ମୂଲ୍ୟର କ୍ଷତିପୂରଣ ପ୍ରଦାନ କରିବ। ଏହି ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ "ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲଏସି" ଗଠନ କରାଯାଇଥିଲା।  


"ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲଏସି" ଜଡିତ ଏକ ପୂର୍ବ ସମାଧାନର ପ୍ରସ୍ତାବ କୋର୍ଟ ଅଫ୍ ଅପିଲ୍ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଜନସନ ଆଣ୍ଡ ଜନସନ ଏହା ପୂର୍ବରୁ ୨୦୦ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ଏନେଇ କମ୍ପାନୀ କହିଛି ଯେ ନୂତନ ପ୍ରସ୍ତାବିତ ସମାଧାନ "ଭୁଲ୍ ସ୍ୱୀକାର କରିବା ନୁହେଁ ଏବଂ କମ୍ପାନୀ ଏହାର ତାଲକମ୍ ପାଉଡର ଉତ୍ପାଦ ନିରାପଦ ବୋଲି ଦାବି କରୁଛି। ଏହି ସମସ୍ୟାର ଶୀଘ୍ର ସମାଧାନ କରିବା କମ୍ପାନୀ ତଥା ସମସ୍ତ ହିତାଧିକାରୀଙ୍କ ପ୍ରଭାବଶାଳୀ ହିତରେ ରହିଛି।