ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟ ମଧ୍ୟରେ ଆମେରିକା ଲଗାତାର ରୁଷ ଉପରେ ପ୍ରତିବନ୍ଧକ ଘୋଷଣା କରୁଛି। ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଦେଶକୁ ସମ୍ବୋଧିତ କରି ଋଷ ଉପରେ ଏକ ନୂତନ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏଥର ସେ ଋଷର ଗ୍ୟାସ, ତୈଳ ଏବଂ ଶକ୍ତି କ୍ଷେତ୍ରରେ ସମସ୍ତ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପଦକ୍ଷେପ ଋଷର ଅର୍ଥନୀତିକୁ ଗଭୀର ଭାବେ କ୍ଷତି ପହଞ୍ଚାଇବ ବୋଲି ସେ ଦାବି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଋଷର ଗ୍ୟାସ, ତୈଳ ଏବଂ ଶକ୍ତି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଉଛୁ। ଆମେ ଇତିହାସରେ ଅର୍ଥନୈତିକ ପ୍ରତିବନ୍ଧକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ୟାକେଜ୍ କାର୍ଯ୍ୟକାରୀ କରୁଛୁ ଏବଂ ଏହା ଋଷର ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଇବ। ଆମେ ଏହି ନିଷେଧାଦେଶ ସହିତ ଆଗକୁ ବଢୁଛୁ। ବୁଝିପାରୁଛୁ ଯେ, ଆମର ଅନେକ ୟୁରୋପୀୟ ସହଯୋଗୀ ତଥା ଅଂଶୀଦାର ଆମ ସହ ଯୋଗଦେବା ସ୍ଥିତିରେ ନଥିବେ।


Also Read: ଧନ୍ୟବାଦ ଛଡ଼ା ମୋତେ ଏହି କଥା କହିଥିଲେ ମୋଦି; ଜେଲେନସ୍କି


 


ଆମେରିକା ଏବଂ ପାଶ୍ଚାତ୍ୟ ଦେଶରୁ ଆମଦାନୀ ହ୍ରାସ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଆବେଦନ ପରେ ଆମେରିକାର ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି। ଆର୍ଥିକ କ୍ଷେତ୍ର ଉପରେ କଠୋର ପ୍ରତିବନ୍ଧକ ସତ୍ତ୍ୱେ ଶକ୍ତି ରପ୍ତାନି ଋଷରେ ଆର୍ଥିକ ସ୍ଥିତି ପ୍ରାୟ ସାମାନ୍ୟ ରହିଛି। ବର୍ତ୍ତମାନ, କେବଳ ଆମେରିକା ଏହି ପ୍ରସଙ୍ଗରେ ପଦକ୍ଷେପ ନେଉଛି, ଯଦିଓ ଏହା ୟୁରୋପୀୟ ସହଯୋଗୀମାନଙ୍କ ସହିତ ପରାମର୍ଶ ଜାରି ରଖିବ। 


ୟୁରୋପର ଜୀବାଶ୍ମ ଇନ୍ଧନର ଏକ ତୃତୀୟାଂଶ ଋଷର ପ୍ରାକୃତିକ ଗ୍ୟାସ ଅଟେ। ଆମେରିକା ଋଷର ପ୍ରାକୃତିକ ଗ୍ୟାସ ଆମଦାନୀ କରେ ନାହିଁ। ତେଣୁ ଆମେରିକାର ଏହି ପ୍ରତିବନ୍ଧକ ଋଷ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ଅନୁମାନ କରାଯାଉଛି। ସେପଟେ ଆମେରିକା ତାର ସହଯୋଗୀ ୟୁରୋପୀୟ ଦେଶ ଗୁଡିକୁ ମଧ୍ୟ ଋଷର ଆର୍ଥିକ ମେରୁଦଣ୍ଡ ଉପରେ ହମଲା କରିବାକୁ ଉତ୍ସାହିତ କରୁଛି।