Donald Trump Mug Shot: ନୂଆଦିଲ୍ଲୀ: ନିର୍ବାଚନରେ ଅନିୟମିତତା ତଥା ବୁଥ ଜବରଦଖଲ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ମାତ୍ର ୨୦ ମିନିଟ ଜେଲରେ ରହିବା ପରେ ଜାମିନରେ ମୁକୁଳିଛନ୍ତି ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତି ଫେରିବା ପରେ ଜେଲର ଫଟୋକୁ ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏହି ଫଟୋରେ ସେ ଜଣେ ଅଭିଯୁକ୍ତଙ୍କ ଭଳି ଦେଖାଯାଉଥିବା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

 



ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ହିଂସା ଭିଆଇବା ତଥା ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ମାମଲାରେ ଫୁଲଟନ କାଉଣ୍ଟି ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗିରଫ ହେବା ପରେ ମାତ୍ର ୨୦ ମିନିଟରେ ଜାମିନରେ ମୁକୁଳିଥିଲେ ଟ୍ରମ୍ପ। ଜେଲରୁ ମୁକୁଳିବା ପରେ ଫଟୋ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ X (ପୂର୍ବରୁ ଟ୍ୱିଟର)ରେ ସେୟାର କରିଥିଲେ। 


ଏଠାରେ କହି ରଖୁ କି ଗତ ବର୍ଷ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରି ଦିଆଯାଇଥିଲା। କିନ୍ତୁ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ଅଧିକାର ପାଇବା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ପୁନଃ ସକ୍ରିୟ କରାଯାଇଥିଲା। ଆକାଉଣ୍ଟ ସକ୍ରିୟ ହେବା ପରେ ପ୍ରଥମ ଥର ପାଇଁ ଟ୍ରମ୍ପ ଜେଲରେ ନିଆଯାଇଥିବା ଅପରାଧିକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହେବାରେ ଲାଗିଛି।


Also Read: Chandrayaan 3 ପରେ ଏବେ Solar Mission Aditya ଆରମ୍ଭ କରିବ ଇସ୍ରୋ, ଜାଣନ୍ତୁ କଣ ରହିଛି ପୂରା କାର୍ଯ୍ୟକ୍ରମ


Also Read: Odisha News: ସେଫ୍‌ ବିକାଶ ଖାନ୍ନାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କଲେ ନବୀନ, ଜାଣନ୍ତୁ କାହିଁକି


Also Read: Dengue: ଆଉ ତିନି ଜିଲ୍ଲାକୁ ଡେଇଁଲା ଡେଙ୍ଗୁ, ସିଲଭର ସିଟିର ଏହି ଅଞ୍ଚଳ ପାଲଟିଲା ହଟସ୍ପଟ୍