Israel war: ନୂଆଦିଲ୍ଲୀ: ପାଲେଷ୍ଟାଇନରେ ପ୍ରୋତ୍ସାହିତ ତଥା ଇସ୍ରାଏଲ୍‍ ଜନସାଧାରଣଙ୍କ ଉପରେ ଆକ୍ରମଣ କରି ଚର୍ଚ୍ଚାର କେନ୍ଦ୍ରରେ ରହିଥିବା ‘ହମାସ୍‍’କୁ  ଆତଙ୍କବାଦୀ ସଂଗଠନ ଆଇଏସ୍‍ଆଇଏସ୍‍ ସହ ତୁଳନା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‍। ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢ଼ୁଥିବା ଇସ୍ରାଏଲକୁ ଆମେରିକା ପୂର୍ଣ୍ଣ ସମର୍ଥନ କରୁଛି ଏବଂ ଏହାର ଜନତାଙ୍କୁ ସୁରକ୍ଷା ଦେବା ଲାଗି ଯାହା ଆବଶ୍ୟକ ତାହାକୁ ନିଶ୍ଚିତ କରିବାକୁ ଆମେରିକା ପ୍ରତିବଦ୍ଧ ବୋଲି ସେ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅକ୍ଟୋବର ୭ ତାରିଖ ଭୋର ସମୟରୁ ହମାସର ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କରିବା ସହ ରକେଟ୍‍ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ କରିଛନ୍ତି। ଏହାସହ ଅନେକ ଇସ୍ରାଏଲ୍‍ ନାଗରିକ, ପର୍ଯ୍ୟଟକଙ୍କୁ ବନ୍ଦୀ କରି ରଖିଛନ୍ତି। ଏହାର ବିଭିନ୍ନ ଦୃଶ୍ୟ ଟେଲିଭିଜନ୍‍ ଓ ସୋସିଆଲ୍‍ ମିଡିଆରେ ଦେଖିବାକୁ ମିଳିଛି। ଜବାବରେ ଇସ୍ରାଏଲ୍‍ ମଧ୍ୟ ରକ୍ତମୁଖା ହୋଇଛି। ଏଯୁଦ୍ଧକୁ ସେ ଶେଷ କରିବ ବୋଲି ପ୍ରକାଶ କରିଛନ୍ତି ଇସ୍ରାଏଲ୍‍ ରାଷ୍ଟ୍ର ମୁଖ୍ୟ। ଇସ୍ରାଏଲ୍‍-ପାଲେଷ୍ଟାଇନ୍‍ ଭିତରେ ଏହି ସଦ୍ୟ ହିଂସା ବିଶ୍ୱ ରାଜନୀତିରେ ହଲ୍‍ଚଲ ସୃଷ୍ଟି କରିଛି। ଋଷ ଓ ୟୁକ୍ରେନ୍‍ ଭିତରେ ଯୁଦ୍ଧ ଥମିବାର ନାଁ ଧରୁନଥିବାବେଳେ ଇସ୍ରାଏଲ୍-ପାଲେଷ୍ଟାଇନ୍‍ ଭିତରେ ଯୁଦ୍ଧ ଆରମ୍ଭ ହେବା ବିଶ୍ୱକୁ ଦୁଇ ଭାଗ କରିଦେଇଛି। ଗୋଟିଏ ପଟେ ଋଷ ଏହି ଘଟଣା ପାଇଁ ଆମେରିକାକୁ ଦାୟୀ କରିଛି। ପାଲେଷ୍ଟାଇନ୍‍ ମଧ୍ୟରେ ଆଜିର ପରିସ୍ଥିତି ପାଇଁ ଆମେରିକା ଦାୟୀ ବୋଲି ସ୍ପଷ୍ଟ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‍।  ଆମେରିକାର ଏହା ନୀତିଗତ ବିଫଳତାର ସୂଚନା ବୋଲି କହିବା ସହ ଆମେରିକା ଅତୀତରେ ନିଜ ପାଇଁ ଆସ୍ଥାନ ଖୋଜି ଏପରି ପରିସ୍ଥିତି ସୃଷ୍ଟି କରିଥିବା ସେ କହିଛନ୍ତି। 


ଅପରପକ୍ଷେ ଆତଙ୍କବାଦକୁ ଠିକ୍‍ ବୋଲି ସାବ୍ୟସ୍ତ କରିବାକୁ କୌଣସି ଯୁକ୍ତି ହୋଇପାରିବ ନାହିଁ। ହମାସ କେବେ ପାଲେଷ୍ଟାଇନ୍‍ ଲୋକଙ୍କ ଭିତରେ ସମାନତାକୁ ପ୍ରଶୟ ଦିଏ ନାହିଁ। ସେମାନେ ପାଲେଷ୍ଟାଇନ୍‍ର ଜନତାଙ୍କୁ ମାନବ ବୋମା ଭାବେ ବ୍ୟବହାର କରୁଛନ୍ତି। ଦେଶ ପାଇଁ କିଛି ନୁହେଁ ବରଂ ଆତଙ୍କବାଦ ହିଁ ଉପହାର ଦେଉଛନ୍ତି ବୋଲି କହିଛନ୍ତି ବାଇଡେନ୍‍। ଏହି ଆତଙ୍କର ମୂଲ୍ୟ କିଏ ଦେଉଛି, କିଏ ଏଥିରେ କ୍ଷତିଗ୍ରସ୍ତ ହେଉଛି ତାହା ତାଙ୍କ ପାଇଁ କୌଣସି ମହତ୍ତ୍ୱ ରଖେ ନାହିଁ ବୋଲି କହିଛନ୍ତି। 


ଭାରତ ସରକାର ମଧ୍ୟ ଆତଙ୍କବାଦ ବିରୁଦ୍ଧରେ ଇସ୍ରାଏଲ୍‍କୁ ସମର୍ଥନ କରିଛନ୍ତି। ଆତଙ୍କବାଦର କୌଣସି ସଜ୍ଞା ନାହିଁ। ବିଶ୍ୱର ଯେ କୌଣସି କୋଶରେ ସେମାନେ ମାନବ ସଭ୍ୟତା ପ୍ରତି ବିପଦ ବୋଲି କହିବା ସହ ଇସ୍ରାଏଲ୍‍ ପକ୍ଷରେ ଭାରତ ଥିବା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ମୋଦୀଙ୍କ ଏହି ବକ୍ତବ୍ୟ ଭାରତରେ ରାଜନୀତିକ ମୋଡ଼ ନେଇଛି। 


ଇସ୍ରାଏଲ-ପାଲେଷ୍ଟାଇନ୍‍ ଭିତରେ ଯୁଦ୍ଧ ଭାରତର ଦୁଇ ପ୍ରମୁଖ ରାଜନୀତିକ ଦଳକୁ ଆକ୍ରାନ୍ତ କରିଛି। ଶାସକ ଦଳ ବିଜେପି  ‘ଆତଙ୍କବାଦୀଙ୍କ ପ୍ରତି ଶୂନ୍ୟ ସହନଶୀଳତା’ ନୀତିକୁ ଆଧାର କରି ହମାସ ବିରୋଧୀ ଇସ୍ରାଏଲ୍‍କୁ ସମର୍ଥନ କରିଥିବାବେଳେ କଂଗ୍ରସ ଏହାର କାର୍ଯ୍ୟକାରିଣୀରେ  ପାଲେଷ୍ଟାଇନ୍‍ ସହ ଥିବା ସ୍ପଷ୍ଟ କରିଛି। ଏନେଇ ଏକ ପ୍ରସ୍ତାବ ମଧ୍ୟ କଂଗ୍ରେସ ପାରିତ କରିଛି। ଏହି ବିପଦ ପରିସ୍ଥିତିରେ ପାଲେଷ୍ଟାଇନ୍‍ର ସମସ୍ତ ନାଗରିକଙ୍କ ସହ କଂଗ୍ରେସ ଥିବା ସ୍ପଷ୍ଟ କରିଛି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ଆଜି ପୁଣିଥରେ  ଆତଙ୍କବାଦ ବିରୁଦ୍ଧରେ ଇସ୍ରାଏଲକୁ ଭାରତ ସମର୍ଥନ କରୁଥିବା ସ୍ପଷ୍ଟ କରିଛି। 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପକ୍ଷରୁ ଏହାକୁ ଇସ୍ରାଏଲ୍‍ ରାଷ୍ଟ୍ରମୁଖ୍ୟ ନେତ୍ୟାନ୍ୟୁାହୁଙ୍କୁ ସ୍ପଷ୍ଟ କରିଛନ୍ତି।ଏକ ଟ୍ୱିଟ୍ ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଶ୍ରୀ ନେତ୍ୟାନ୍ୟାହୁ ଆଜି ତାଙ୍କୁ ଫୋନ୍‍ କରି  ଇସ୍ରାଏଲ୍‍ ପରିସ୍ଥିତି ସମ୍ପର୍କରେ ବିବରଣୀ ଦେଇଛନ୍ତି। ଅପରପକ୍ଷେ ଭାରତର ନାଗରିକ ଇସ୍ରାଏଲ୍‍ ସହ ଏହି ଦୁଃସ୍ଥିତିରେ ଠିଆ ହୋଇଥିବା କହିଛନ୍ତି। ଭାରତର ସ୍ପଷ୍ଟ ଓ ଦୃଢ଼କଣ୍ଠରେ ଆତଙ୍କବାଦକୁ ନିନ୍ଦା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯେକୌଣସି ପ୍ରକାରେ ଆତଙ୍କବାଦ ହୋଇଥାଉ ନା କାହିଁକି ଏହା ମାନବଜାତି ପାଇଁ ବିଡ଼ମ୍ବନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 


ପାଲେଷ୍ଟାଇନ୍‍ର ରାଜନେତାଙ୍କ ସହ କଂଗ୍ରେସ ପାର୍ଟି ପୂର୍ବରୁ ଘନିଷ୍ଠ ସମ୍ପରକ୍ ରଖି ଆାସିଛି। ବିଶ୍ୱର ମୁସ୍‍ଲିମ୍‍ ଦେଶ ମାନଙ୍କ ସହ ସମ୍ପର୍କ ରକ୍ଷା କରିବାରେ ଭାରତ-ପାଲେଷ୍ଟାଇନ୍‍ ସମ୍ପର୍କ ଅନେକ ଗୁରୁତ୍ୱ ବହନ କରେ ବୋଲି କୁହାଯାଏ। ଅପରପକ୍ଷେ ଭାରତ ଏବେ ତାର ଏହି ବୈଦେଶିକ ନୀତିରେ ପରିବର୍ତ୍ତନ ଆଣିଛି। ଭାରତକୁ ଅନେକ ସମୟରେ ସହାୟତାର ହାତ ବଢ଼ାଇଥିବା ଇସ୍ରାଏଲ୍‍ ସହ ରହି ଏହା ଜଣାଇଦେବକୁ ଚାହିଁଛି ଯେ, ଭାରତ କୌଣସି ବି ମୁହୂର୍ତ୍ତରେ ଆତଙ୍କବାଦକୁ ବିରୋଧ କରେ। ଏହା କେବଳ ନିଜର ସ୍ୱର୍ଥ ହାସଲ କରିବାକୁ ବୈଦେଶିକ ସମ୍ପର୍କ ରଖେ ନାହିଁ, ବରଂ ଆତଙ୍କବାଦ ବିରୁଦ୍ଧରେ ଲଢ଼ୁଥିବା ପ୍ରତିଟି ରାଷ୍ଟ୍ର ସହ ଏକାଠି ଠିଆ ହୋଇପାରେ।


ଇସ୍ରାଏଲକୁ ସମର୍ଥନ ମୁସ୍‍ଲିମ୍‍ଙ୍କୁ ଅସନ୍ତୁଷ୍ଟ କରିବ ବୋଲି ରାଜନୀତିକ ବୟାନ ଆସିବା ପରେ ଆମେରିକାର ଜନସାଧାରଣଙ୍କୁ ରାଷ୍ଟ୍ରପତି ବାଇଡେନ୍‍ ନିଜର ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆମେରିକାରେ ଘୃଣାର କୌଣସି ସ୍ଥାନ ନାହିଁ। ମୁସ୍‍ଲିମ୍‍, ଜିୟୁ ସମ୍ପ୍ରଦାୟ ବିରୁଦ୍ଧରେ ଆମେରିକା ଲଢ଼ୁ ନାହିଁ। ଏହା ଆତଙ୍କବାଦ ବିରୁଦ୍ଧରେ ବୋଲି କହିଛନ୍ତି ବାଇଡେନ୍‍।