Energt Dept Action Against Mathura Shahi Eidgah: ବେଆଇନ ବିଦ୍ୟୁତ ବ୍ୟବହାର ବିରୋଧରେ ଚଳାଯାଉଥିବା ଅଭିଯାନର ଏକ ଅଂଶ ଭାବେ ବିଦ୍ୟୁତ୍ ବିଭାଗ ମଥୁରାସ୍ଥିତ ଶାହି ଇଦଗାହା ବିରୋଧରେ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ।  ଏହି ଅଭିଯାନ ସମୟରେ ବିଦ୍ୟୁତ ବିଭାଗ ଶାହି ଇଦଗାହା ପରିସରରେ ବେଆଇନ ବିଦ୍ୟୁତ ସଂଯୋଗକୁ ଧରିଛି। ଏହା ପରେ ବିଭାଗ ଏଫଆଇଆର ରୁଜୁ କରିବା ସହ ଶାହି ଇଦଗାହା ​​ବ୍ୟବସ୍ଥା କମିଟି ସଚିବଙ୍କ ଠାରୁ ୩ ଲକ୍ଷ ଟଙ୍କାର ବିଲ୍ ଏବଂ ଜରିମାନା ମଧ୍ୟ ଆଦାୟ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରବିବାର ଜାରି ହୋଇଥିବା ବିବୃତ୍ତି ଜରିଆରେ କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ମଥୁରା ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଟିମ୍ ତଥା ବିଦ୍ୟୁତ୍ ବିଭାଗ ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶାହି ଇଦଗାହା ​​ପରିସରରେ ରହିଥିବା ବେଆଇନ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରିଛନ୍ତି। ଏହା ବ୍ୟତୀତ ବିଦ୍ୟୁତ ବ୍ୟବହାର ବେଆଇନ ବ୍ୟବହାର ବିରୋଧରେ ବିଦ୍ୟୁତ୍ ଆଇନ ୨୦୦୩ ଧାରା ୧୩୫ ଅନୁଯାୟୀ କୃଷ୍ଣାନଗର ଥାନାରେ ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି। 


କାର୍ଯ୍ୟାନୁଷ୍ଠାନ ସମୟରେ ରାଜସ୍ୱ ନିୟମ ଅନୁଯାୟୀ ସ୍ଥିର କରାଯାଇଥିଲା। ପରେ ଶାହି ଇଦଗାହା ମସଜିଦ କମିଟି ସଚିବ ତନଭୀର ଅହମ୍ମଦଙ୍କ ଦ୍ୱାରା ଏହି ରାଜସ୍ୱ ପ୍ରଦାନ କରାଯାଇଥିଲା। ଶ୍ରୀକୃଷ୍ଣ ଜନ୍ମଭୂମୀ ମୁକ୍ତି ନିର୍ମାଣ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ଶାହି ମସଜିଦ୍ ଇଦଗାହା ପରିଚାଳନା ସମିତିରେ ବିଦ୍ୟୁତ୍ ଚୋରି ହେଉଛି। ସଚିବ ତନବୀର ଅହମ୍ମଦଙ୍କ ନେତୃତ୍ୱରେ ଦଳେ ଲୋକ ବିଦ୍ୟୁତ ଚୋରି କରୁଛନ୍ତି।


ଶ୍ରୀକୃଷ୍ଣ ଜନ୍ମଭୂମୀ ମୁକ୍ତି ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଥିଲା ଯେ, ଶାହି ମସଜିଦ୍ ଇଦଗାହା ପରିଚାଳନା କମିଟି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଆଇନ ଭାବେ ବ୍ୟବହାର କରାଯାଇଥିବା  ବିଦ୍ୟୁତ୍ ଗଣନା କରାଯାଇ ଏହାର କ୍ଷତି କ୍ଷତିପୂରଣ ଆଦାୟ କରାଯାଉ। ଏହି ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ ପ୍ରଶାସନ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଜରିମାନା ଆଦାୟ କରିଛି।


ମଥୁରାରୁ ମିଳିଥିବା ଖବର ଅନୁଯାୟୀ ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟୁତ୍ ବିଭାଗ ସ୍ଥାନୀୟ ପୋଲିସ ସହଯୋଗରେ  ଶାହି ଇଦଗାହା ମସଜିଦ ​​ବିରୋଧରେ ବିଦ୍ୟୁତ୍ ଚୋରି ମାମଲା ରୁଜୁ କରି ୩ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ କେନ୍ଦ୍ରୀୟ ସଭାପତି ଅଶୁତୋଷ ପାଣ୍ଡେ ଗତ ମାସରେ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସଭାପତି ଆଶୁତୋଷ ପାଣ୍ଡେ ଅଭିଯୋଗ କରିଥିଲେ ଯେ, ବିଦ୍ୟୁତ ଚୋରି କରିଥିବା ଅଭିଯୋଗରେ ଶାହି ଇଦଗାହ ସଚିବଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।


ମଥୁରା ସହର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପବିତ୍ର ଖତି କହିଛନ୍ତି ଯେ ଇଦଗାହା ବିରୋଧରେ କରାଯାଇଥିବା ଅଭିଯୋଗ ଅନୁଯାୟୀ ସରକାରୀ ନିର୍ଦ୍ଦେଶ ମୁତବାକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଠାରେ ମିଳିଥିବା ଅନିୟମିତତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୌଣସି ବୈଧ ସଂଯୋଗ ବିନା ଶାହୀ ଇଦଗାହା ​​ପରିସରରେ ପ୍ରାୟ ଚାରି କିଲୋୱାଟ ବେଆଇନ ବିଦ୍ୟୁତ ସଂଯୋଗ ଚାଲୁଥିବା ଦେଖିବାକୁ ମିଳିଥିଲା।