ଡେରାଡୁନ: ଉତ୍ତରାଖଣ୍ଡ (Uttarakhand) ର ରାଜଧାନୀ ଦେରାଡୁନ (Dehradun) ସ୍ଥିତ ଡାଲାନୱାଲା ନେହେରୁ ରୋଡରେ ବାସ କରୁଥିବା ଜଣେ ବୃଦ୍ଧା ମହିଳା ନିଜ ସମ୍ପତ୍ତିର ମାଲିକାନା ଅଧିକାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନାମରେ କରିଦେଇଛନ୍ତି । ଏନେଇ ମହିଳା ଦ୍ୱାରା କୋର୍ଟରେ ଏକ ଦଲିଲ ଉପସ୍ଥାପନ କରାଯାଇଛି । ମହାନଗର ନିଗମର ଅଧ୍ୟକ୍ଷ ଲାଲଚାନ୍ଦ ଶର୍ମା କହିଛନ୍ତି ଯେ, ବୃଦ୍ଧ ମହିଳା ଜଣକ ପୂର୍ବତନ ରାଜ୍ୟ ସଭାପତି ପ୍ରୀତମ ସିଂ (Pritam Singh) ଙ୍କୁ ତାଙ୍କ ଯମୁନା କଲୋନୀ ନିବାସରେ ଆସି ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନାମରେ କରିଥିବା ନିଜ ସମ୍ପତ୍ତିର ଦଲିଲ ହସ୍ତାନ୍ତରିତ କରିଛନ୍ତି । ଏହି ଅବସରରେ ୭୮ ବର୍ଷୀୟ ପୁଷ୍ପା ମୁଞ୍ଜିଆଲ (Pushpa Munjial) କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରା ତାଙ୍କୁ ବହୁତ ପ୍ରଭାବିତ କରିଛି ।


COMMERCIAL BREAK
SCROLL TO CONTINUE READING

ବୃଦ୍ଧ ମହିଳା କହିଛନ୍ତି ଯେ, ତାଙ୍କ (ରାହୁଲ) ପରିବାର ଦେଶର ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଆଗକୁ ବଢ଼ି ଦେଶ ପାଇଁ ସର୍ବଦା ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଶ୍ରୀମତୀ ଇନ୍ଦିରା ଗାନ୍ଧୀ (Indira Gandhi) ହୁଅନ୍ତୁ କିମ୍ବା ରାଜୀବ ଗାନ୍ଧୀ (Rajiv Gandhi) ହୁଅନ୍ତୁ, ଦୁହେଁ ଏହି ଦେଶର ଏକତା ଓ ଅଖଣ୍ଡତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଏଭଳି ପରିସ୍ଥିତିରେ ସେ ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ତାଙ୍କ ସମ୍ପତ୍ତି ପାଇଁ ସବୁଠାରୁ ଉପଯୁକ୍ତ ମନେ କରନ୍ତି ।


ଉତ୍ତରାଖଣ୍ଡ କଂଗ୍ରେସ (Uttarakhand Congress) ର ପୂର୍ବତନ ଅଧ୍ୟକ୍ଷ ତଥା ବିରୋଧୀ ଦଳର ନେତା ପ୍ରୀତମ ସିଂ ପୁଷ୍ପା ମୁଞ୍ଜିଆଲ (Pushpa Munjial) ଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପ୍ରୀତମ ସିଂ କହିଛନ୍ତି ଯେ ମହିଳାଙ୍କର କଂଗ୍ରେସ ଓ ଗାନ୍ଧୀ ପରିବାର (Gandhi Family) ପ୍ରତି ଗଭୀର ଭଲ ପାଇବା ରହିଛି, ଏହି କାରଣରୁ ସେ ତାଙ୍କ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।


ଏହା ବି ପଢ଼ନ୍ତୁ:-ରେଳ ଯାତ୍ରୀମାନଙ୍କ ପାଇଁ ଖରାପ ଖବର, ୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଟ୍ରେନ ଭଡ଼ା! ଜାଣନ୍ତୁ ଡିଟେଲ୍ସ


ଏହା ବି ପଢ଼ନ୍ତୁ:-ପୁରୁଷମାନଙ୍କ ଯୌନ ସମସ୍ୟା ପାଇଁ ବରଦାନ ସଦୃଶ ଅଶ୍ୱଗନ୍ଧା, ଏହାର ଫାଇଦା ଜାଣି ହେବେ ଆଶ୍ଚର୍ଯ୍ୟ


ଆଜିର ଯୁଗରେ ଯେଉଁଠାରେ ଲୋକମାନେ ସମ୍ପତ୍ତି ବିବାଦରେ ଛନ୍ଦି ହୋଇଥାନ୍ତି, ପୁଷ୍ପା ମୁଞ୍ଜିଆଲ (Pushpa Munjial) ଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ଚକିତକର । ଆପଣଙ୍କୁ କହି ରଖୁଛୁ ଯେ ଉକ୍ତ ସମ୍ପତ୍ତି ରାଜଧାନୀର ଏକ ଅତି ସୁନ୍ଦର ଅଞ୍ଚଳରେ ଅବସ୍ଥିତ ଓ ଏହାର ବହୁମୂଲ୍ୟ ମଧ୍ୟ ପ୍ରାୟ ୧ କୋଟି ହେବ ।