ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଜୋଶିମଠର ପ୍ରାକୃତିକ ବିପର୍ଯ୍ୟୟରେ (Uttarakhand Glacier Burst) ଏଯାବତ୍ ୨୦୦ ଜଣ ନିଖୋଜ ଥିବାବେଳେ ମିଳିଛି ମାତ୍ର ୧୫ ଜଣଙ୍କ ମୃତଦେହ। ଏହି ପ୍ରଳୟ ୨୦୧୩ର ସେହି ଅଭୁଲା ତାଣ୍ଡବର ସ୍ମୃତିଚାରଣ କରାଇଛି। ଉତ୍ତରଖଣ୍ଡ ଏକ ପାହାଡ଼ିଆ ରାଜ୍ୟ ହୋଇଥିବା ବେଳେ ଏଭଳି ପ୍ରଳୟ ମଝିରେ ମଝିରେ ସଂଘଟିତ ହୋଇଥାଏ। ଉତ୍ତରାଖଣ୍ଡ ପ୍ରଳୟ ଓ କ୍ଷୟକ୍ଷତି ପାଇଁ ଜାତିସଂଘ ସମେତ ବିଶ୍ୱର ବହୁ ବଡ଼ ବଡ଼ ଦେଶ ଦୁଃଖ ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା ହୋଇଛି। ଏହା ସହିତ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ରାଜ୍ୟ ସରକାର ଘୋଷଣା କରିଛନ୍ତି । 


ITBP, NDRF ଓ SDRF ପକ୍ଷରୁ ତପୋବନ ଟନେଲରେ ଉଦ୍ଧାର କାର୍ଯ୍ୟ ଗତ ରାତିରୁ ଜାରି ରହିଛି । ସ୍ରୋତ କମିଥିବାରୁ ତଳିଆ ଅଞ୍ଚଳରୁ ବିପଦ ଟଳିଛି। ଗତକାଲି ସକାଳ ୧୦ଟା ୩୦ରେ ଗ୍ଲେସିଅଲ ଧସିବା ଯୋଗୁଁ ତଳୁଆ ଅଞ୍ଚଳକୁ ଜଳସ୍ରୋତ ମାଡ଼ି ଆସିଥିଲା ।