Vande Bharat Express: ବନ୍ଦେ ଭାରତକୁ (Vande Bharat Express) ନେଇ ପୁଣି ଆସିଲା ଅଘଟଣର ଖବର । ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ (Bhopal Delhi vande bharat express) ଲାଗିଲା ନିଆଁ । ସୂଚନା ମୁତାବିକ, ଟ୍ରେନଟି ପୂର୍ବରୁ ହବିବଗଞ୍ଜ ଷ୍ଟେସନ ଭାବେ ଜଣା ଯାଉଥିବା ରାନୀ କମଲାପତି ଷ୍ଟେସନରୁ ଦିଲ୍ଲୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ତ ଘଟିଥିବା ସୂଚନା ମିଳିଛି । ବ୍ୟାଟେରୀ ସ୍ପାର୍କ କରିବାରୁ ଟ୍ରେନର ୧୪ ନମ୍ବର କୋଚରୁ ପ୍ରଥମେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ତ ପରେ ଅଗ୍ନିଶମ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣାରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉ କି, ଦୁର୍ଘଟଣା ପରେ ବନ୍ଦେ ଭାରତରେ ନିଆଁ ଲାଗିବା ସମୟର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡ଼ିଓରେ ଟ୍ରେନଟିର ଗୋଟିଏ କୋଚରେ ନିଆଁ ଲାଗିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି । ତେବେ ଖୁବଶୀଘ୍ର ଟ୍ରେନଟି ଚଳାଚଳ କରିବା ନେଇ ସୂଚନା ମିଳିଛି ।



COMMERCIAL BREAK
SCROLL TO CONTINUE READING

ସେହିପର, ନିକଟରେ, କର୍ଣ୍ଣାଟକ, ବଙ୍ଗଳା, ବିହାର, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଥିଲା । ଗତ ସପ୍ତାହରେ ଉତ୍ତରପ୍ରଦେଶରୁ ମଧ୍ଯ ସମାନ ଘଟଣା ଦେଖିବାକୁ ମିଳିଥିଲା । ପ୍ରଥମେ ଗୋରଖପୁରରୁ ଲକ୍ଷ୍ନୌକୁ ଯାଉଥିବା ବନ୍ଦ ଭାରତ ଉପରକୁ ପଥର ଫିଙ୍ଗି ଯାଇଥିଲା। ଏହି ଘଟଣା ଜୁଲାଇ ୧୦-୧୧ ମଧ୍ୟବର୍ତ୍ତୀ ରାତିରେ ଅଯୋଧ୍ୟା ସୋହୱାଲରେ ଘଟିଥିଲା ​​। ପଥର ଫିଙ୍ଗିବା କାରଣରୁ କୋଚ୍ ସି-୧, ସି-୩ ଓ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକଙ୍କ ଝରକା ଭାଙ୍ଗିଯାଇଥିଲା । ହଠାତ୍ ଟ୍ରେନ୍ ଉପରକୁ ପଥର ଫିଙ୍ଗା ଯିବା ଫଳରେ କୋଚରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଥିଲା ।


Also Read-Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ, ଘଟଣାସ୍ଥଳରୁ ଛୁ ମାରିଲା ଡ୍ରାଇଭର


ପ୍ରକାଶ ଥାଉ କି, ନିକଟରେ ବନ୍ଦେ ଭାରତ ଟ୍ରେନ୍ (Vande Bharat Express) ବାରଣାସୀରୁ ଦିଲ୍ଲୀ (varanasi to delhi) ଆସୁଥିବା ସମୟରେ ଉତ୍ତରପ୍ରଦେଶ ତୁଣ୍ଡଲା ନିକଟ ଜଳେସର ଓ ପୋରା ମଧ୍ୟରେ ଜଣଙ୍କୁ ଧକ୍କା ଦେଇଥିଲା ଫଳରେ ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଟ୍ରାକ୍ (railway track) ଅତିକ୍ରମ କରୁଥିବା ସମୟରେ ବନ୍ଦେ ଭାରତ ସାମ୍ନାରେ ଆସିଯିବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଥିଲା । ସେହିପରି କିଛିଦିନ ତଳେ ସାମାନ୍ୟ ଦୁର୍ଘଟଣାରେ ଟ୍ରେନର ଆଗ ଭାଗ ନଷ୍ଟ ହୋଇଥିବାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖାଲି ଏତିକି ନୁହେଁ, ପୁରୀରୁ ହାୱଡା ଯାଉଥିବା ଏକ ବନ୍ଦେ ଭାରତ ଏକ୍ସପ୍ରେସ କାଳବୈଶାଖି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଟ୍ରେନ୍ ବିଳମ୍ୱ ହେବା ସହ ଯାତ୍ରୀମାନେ ବହୁ ହନ୍ତସନ୍ତ ହୋଇଥିଲେ ।