ନୂଆଦିଲ୍ଲୀ: Vice Presidential Election 2022: ରାଷ୍ଟ୍ରପତି ନିର୍ବାଚନ (Presidential Election 2022) ରେ ​​ଭାରତୀୟ ଜନତା ପାର୍ଟି (BJP) କୁ ସହଯୋଗୀ ତଥା ମିତ୍ର ଦଳର ସମର୍ଥନର ଆବଶ୍ୟକତା ରହିଥିଲା । ତେବେ ଉପରାଷ୍ଟ୍ରପତି ନିର୍ବାଚନ (Vice Presidential Election 2022) ରେ ​​ପ୍ରାର୍ଥୀ ଜିତିବା ପାଇଁ ଗେରୁଆ ଦଳ ପାଖରେ ପର୍ଯ୍ୟାପ୍ତ ଭୋଟ୍ ରହିଛି । ଏହା ଏଥିପାଇଁ ସମ୍ଭବ ହୋଇପାରିଛି କାରଣ ଉପ-ରାଷ୍ଟ୍ରପତି ନିର୍ବାଚନରେ ​​ମନୋନୀତ ସାଂସଦଙ୍କ ସମେତ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ୍ କରନ୍ତି । ଏହି ନିର୍ବାଚନରେ ​​ଲୋକସଭାରେ ୫୪୩ ସାଂସଦ ଓ ରାଜ୍ୟସଭାରେ ୨୩୨ ଜଣ ସାଂସଦ ଭୋଟ୍ କରନ୍ତି ।


COMMERCIAL BREAK
SCROLL TO CONTINUE READING

ନିକଟ ଅତୀତରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ​​ବିଜେପି ତିନିଟି ଆସନ ହରାଇଛି । ଜୁଲାଇ ୧ରେ ଗୃହରେ ଦଳର କ୍ଷମତା ହ୍ରାସ ଘଟି ୯୨ ସାଂସଦ ରହିଯାଇଛି । ଲୋକସଭାରେ ବିଜେପି ଓ ଏନଡିଏର ବହୁମତ ରହିଛି । ନିକଟ ଅତୀତରେ ଉପ-ନିର୍ବାଚନରେ ​​ବିଜେପି ଦୁଇଟି ଆସନ ଜିତିଛି । ଏହା ସହ ଲୋକସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୩୦୩କୁ ବୃଦ୍ଧି ପାଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ୩୯୦ରୁ  ଅଧିକ ଭୋଟର ଆବଶ୍ୟକତା ହୋଇଥାଏ ।


ଏଥି ସହିତ ରାଜ୍ୟସଭାରେ ବିଜେପିର ୯୧ ଜଣ (୪ ଜଣ ମନୋନୀତ) ସଦସ୍ୟ ଅଛନ୍ତି ଓ ଏନଡିଏରେ ମୋଟ ୧୦୯ ସଦସ୍ୟ ଅଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଉଭୟ ଗୃହରେ ଏନଡିଏର ମୋଟ ୪୪୫ ସଦସ୍ୟ ଅଛନ୍ତି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ YSRCP, BSP, TDP, BJD, AIADMK, ଶିବସେନା ପରି ବିରୋଧୀ ଦଳଗୁଡ଼ିକର ସମର୍ଥନ ମିଳିଛି । ଭୋଟର କଲେଜ ଗାଣିତିକ ଅନୁଯାୟୀ, ଧନଖରଙ୍କ ସପକ୍ଷରେ ଦୁଇ-ତୃତୀୟାଂଶ ଭୋଟ୍ ରହିଛି । ସଂଖ୍ୟାବଳ ଦୃଷ୍ଟିରୁ ଧନଖରଙ୍କ ବିଜୟ ନିଶ୍ଚିତ ମନେହେଉଛି ।


ଜଗଦୀପ ଧନଖର ପାଖାପାଖି ୫୧୫ ଭୋଟ୍ ପାଇବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ, ଅଲଭା ଏପର୍ଯ୍ୟନ୍ତ ପାଇଥିବା ଦଳର ସମର୍ଥନକୁ ବିଚାରକୁ ନେଇ ସେ ପାଖାପାଖି ୨୦୦ ଭୋଟ୍ ପାଇପାରନ୍ତି ବୋଲି ଆକଳନ କରାଯାଉଛି ।
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ମତଭେଦ ମଧ୍ୟ ଦେଖାଦେଇଛି । କାରଣ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଭୋଟ୍ ପ୍ରକ୍ରିୟାରୁ ଦୂରେଇ ରହିବାକୁ ଘୋଷଣା କରିଛି ।


ଏହା ବି ପଢ଼ନ୍ତୁ:-ମୋଦି ସରକାର ଉପରେ ରାହୁଲ ଗାନ୍ଧୀଙ୍କ କଡ଼ା ପ୍ରହାର, କହିଲେ- ପ୍ରତିଦିନ ହେଉଛି ଗଣତନ୍ତ୍ରର ହତ୍ୟା, ED କାହିଁକି ପଛରେ ପଡ଼ିଛି କହିଲେ କାରଣ


ଆଜି ଅର୍ଥାତ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ । ଆସନ୍ତା ମୌସୁମୀ ଅଧିବେଶନରେ ନୂତନ ଉପବାଚସ୍ପତି ଦାୟିତ୍ୱ ଗ୍ରହଣ କରିବେ ଓ ଉପର ଗୃହରେ ଅଧ୍ୟକ୍ଷତା କରିବେ ।


ଏନଡିଏ ପ୍ରାର୍ଥୀ


ଉପରାଷ୍ଟ୍ରପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଘୋଷଣା କରିଛି । ପଶ୍ଚିମବଙ୍ଗର ଉପରାଜ୍ୟପାଳ ଜଗଦୀପ୍ ଧନଖଡ଼ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ । ରାଜସ୍ଥାନର ଝୁଞ୍ଜୁନୁ ଜିଲ୍ଲାର କିଠାନା ଗାଁର ଏକ କୃଷକ ପରିବାରରେ ଜନ୍ମିତ ଜଗଦୀପ ଧନକର କୃଷକଙ୍କ ମଧ୍ୟରେ ବହୁତ ପ୍ରଭାବ ରହିଛି ଓ ସୁପ୍ରିମକୋର୍ଟର ଜଣେ ଜଣାଶୁଣା ଓକିଲ ତଥା ରାଜନେତା ଭାବରେ କାର୍ଯ୍ୟ କରିଛନ୍ତି । 


ବିରୋଧୀ ମଧ୍ୟ ଦେଇଛନ୍ତି ପ୍ରାର୍ଥୀ


ଉପ-ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବାର ବିରୋଧୀଙ୍କ ପାଖରେ କମ୍ ସୁଯୋଗ ରହିଛି । ଯଦିଓ ବିରୋଧୀ ତରଫରୁ କଂଗ୍ରେସ ନେତ୍ରୀ ମାର୍ଗରେଟ୍ ଆଲଭା (Margaret Alva) ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ମୁଖିଆ ଶରଦ ପାୱାରଙ୍କ (Sharad Pawar) ବାସଭବନରେ ୧୭ ଟି ବିରୋଧୀ ଦଳର ନେତାଙ୍କ ବୈଠକରେ ଆଲଭାଙ୍କୁ ଠିଆ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ତୃଣମୂଳ କଂଗ୍ରେସ ଉପରାଷ୍ଟ୍ରପତି ନିର୍ବାଚନ ଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି ।


କର୍ଣ୍ଣାଟକର ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ୮୦ ବର୍ଷୀୟା ଅଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ରାଜ୍ୟପାଳ ରହିସାରିଛନ୍ତି । ଆଲଭାଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିୟର ଅଛି । କଂଗ୍ରେସ ସାଂସଦ ଥିବାବେଳେ ସେ ମଧ୍ୟ ଚାରିଥର କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ରାଜ୍ୟ ମନ୍ତ୍ରୀ ରହି ସାରିଛନ୍ତି ।