ନୂଆଦିଲ୍ଲୀ: Vice-President Election 2022: ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ​​ଭୋଟ୍ ହେବା ପୂର୍ବରୁ ଉତ୍ତର ପ୍ରଦେଶରେ ପୁଣି ଥରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ବର୍ତ୍ତମାନ ବହୁଜନ ସମାଜବାଦୀ ପାର୍ଟି (BSP) ସୁପ୍ରିମୋ ମାୟାବତୀ (Mayawati) ବୁଧବାର ଉପରାଷ୍ଟ୍ରପତି ନିର୍ବାଚନ ( Vice-President Election 2022) କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ମାୟାବତୀ ରାଷ୍ଟ୍ରପତି ନିର୍ବାଚନ ସମୟରେ ​​ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Droupadi Murmu) ଙ୍କୁ ସମର୍ଥନ କରିଥିଲେ । ଏହା ପରେ ବର୍ତ୍ତମାନ ସେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ​​ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର (Jagdeep Dhankhar) ଙ୍କ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏହାସହ ବୁଧବାର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଏସପି ମୁଖ୍ୟ ମାୟାବତୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, "ଏହା ଜଣା ଯେ ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​ଶାସକ ଓ ବିରୋଧୀଙ୍କ ମଧ୍ୟରେ ସହମତି ନ ହେବା କାରଣରୁ ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଠିକ୍ ସେହି ସ୍ଥିତି ହେବା କାରଣରୁ ଉପରାଷ୍ଟ୍ରପତି ପଦ ପାଇଁ ଅଗଷ୍ଟ ୬ରେ ନିର୍ବାଚନ ହେବାକୁ ଯାଉଛି ।"



ଏହା ବି ପଢ଼ନ୍ତୁ:-ପେଲୋସିଙ୍କ ତାଇୱାନ ଗସ୍ତ ମଧ୍ୟରେ ଚୀନ ନେଲା ଏହି ବଡ଼ ପଦକ୍ଷେପ


ଏହା ବି ପଢ଼ନ୍ତୁ:-ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ଆହୁରି ୧୨୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍


ଏହା ବି ପଢ଼ନ୍ତୁ:-ବଢ଼ିଲା ଯୁଦ୍ଧ ଆଶଙ୍କା, ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚୀନର ୨୧ ଯୁଦ୍ଧ ବିମାନ


ମାୟାବତୀ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି ଯେ, "ବିଏସପି ଏପରି ସ୍ଥିତିରେ ଉପରାଷ୍ଟ୍ରପତି ପଦ ପାଇଁ ହେଉଥିବା ନିର୍ବାଚନରେ ​ବ୍ୟାପକ ଜନହିତ ଓ ନିଜର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜଗଦୀପ ଧନଖରଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛି । ଯାହା ମୁଁ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରୁଛି ।" ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ସିଏମ ଜଗନ୍ ମୋହନ ରେଡ୍ଡୀ ଓ ଓଡ଼ିଶା ସିଏମ ନବୀନ ପଟ୍ଟନାୟକ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ ।


ସୂଚନାଯୋଗ୍ୟ, ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ତରଫରୁ ପ୍ରାର୍ଥୀ କରାଯାଇଛି । ଜଗଦୀପ ଧନଖର ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ । ଅନ୍ୟପକ୍ଷରେ, ମାର୍ଗେଟ୍ ଅଲଭା ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଭାବରେ ମନୋନୀତ ହୋଇଛନ୍ତି । ତେବେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ବୋଲି ମନେ କରାଯାଉଛି ।