କୋଲକାତା: ପଶ୍ଚିମବଙ୍ଗ ତମାମ ଦେଶରେ ତୈଳଦର ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ସବୁଆଡ଼େ ଦେଶରେ ବିଦ୍ରୋହର ଭାଷା ପ୍ରକାଶ ପାଇବାରେ ଲାଗିଛି । ଆଜି ତୈଳଦର ବୃଦ୍ଧିକୁ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତୈଳ ଦର ବୃଦ୍ଧିକୁ ବିରୋଧ କରି ମମତା ବାନାର୍ଜୀ ଆଜି ହାଜରା ଠାରୁ ନବନ୍ନା ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ ସ୍କୁଟି ସାହାଯ୍ୟରେ ଯାତ୍ରା କରିଛନ୍ତି। ତୈଳ ମୂଲ୍ୟକୁ ବିରୋଧ କରି ମମତା ବାନାର୍ଜୀ ଇଲେକ୍ଟ୍ରିକ ସ୍କୁଟିରେ ଯାତ୍ରା କରିଥିଲେ। 


COMMERCIAL BREAK
SCROLL TO CONTINUE READING

ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ମୋଦି ସରକାର ଦେଶକୁ ବିକ୍ରି କରୁଛନ୍ତି। ମୋଦି ଏବଂ ଅମିତ ବାବୁ ସମଗ୍ର ଦେଶ ବିକ୍ରି କରୁଛନ୍ତି। ଏହା ଲୋକ ବିରୋଧୀ, କୃଷକ ବିରୋଧୀ, ଯୁବ ବିରୋଧୀ ସରକାର। ଏହି ସରକାର ଦେଶକୁ ଧ୍ୱଂସ କରିଦେଇଛି। ଏହି ସରକାର ପତନ ହେବା ଉଚିତ୍। ଷ୍ଟାଡିୟମର ନାମ ମଧ୍ୟ ବଦଳୁଛି। ଜଣାନାହିଁ ଦେଶର ନାଁ ମଧ୍ୟ କେତେବେଳେ ବଦଳାଇଦେବେ ବୋଲି ସେ କହିଛନ୍ତି। 


ସୂଚନାଯୋଗ୍ୟ ମମତା ବାନାର୍ଜୀ ଇଲେକ୍ଟ୍ରିକ ସ୍କୁଟି ଜରିଆରେ ଦିନ ପ୍ରାୟ ୧୧ ଟା ସମୟରେ କାଳିଘାଟସ୍ଥିତ ନିଜ ଘରୁ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ । ରାଜ୍ୟର ସହର ବିକାଶ ମନ୍ତ୍ରୀ ଫିରହାଦ ହାକିମ ସ୍କୁଟି ଚଳାଉଥିବା ଦେଖିବାକୁ ମିଳିଥିଲା । ମମତା ବାନାର୍ଜୀ ତାଙ୍କ ପଛରେ ବସିଥିଲେ। ତାଙ୍କ ସହିତ ସୁରକ୍ଷା କର୍ମୀମାନେ ମଧ୍ୟ ସ୍କୁଟି ସହିତ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ସୁରକ୍ଷା କର୍ମୀଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା ।