Train Derail: ପଶ୍ଚିମବଙ୍ଗ (West Bengal) ବାଙ୍କୁଡ଼ାରେ ଦୁଇଟି ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ଥ (Train Accident) ହୋଇଛି । ଦୁର୍ଘଟଣା ଫଳରେ ବଗି ଗୁଡ଼ିକ ରେଳ ଲାଇନ ଉପରକୁ ଓଲଟି ପଡ଼ିବା ସହ ପ୍ଲାଟଫର୍ମ ଓ ସିଗନାଲ ରୁମ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏଥିରେ ଜଣେ ଡ୍ରାଇଭର ଆହତ ହୋଇଛନ୍ତି । ରବିବାର ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ମାଲବାହୀ ଟ୍ରେନର ଗୋଟିଏ ଇଞ୍ଜିନ୍ ସମେତ ୧୨ଟି ଲାଇନଚ୍ୟୁତ୍ ହୋଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଭୋର ପ୍ରାୟ ୪ଟାରେ ଘଟିଥିବା ଏହି ଦୁର୍ଘଟଣା ଯୋଗୁଁ ଆନ୍ଧ୍ରା-ଖଡ଼ଗପୁର (Adra kharagpur train) ଶାଖାରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ସ୍ଥାନୀୟ ସୂତ୍ର ଅନୁଯାୟୀ, ବ୍ୟାଙ୍କୁଡ଼ାରୁ ଆସୁଥିବା ମାଲବାହୀ ଟ୍ରେନ୍ ଓଡା (Onda) ରେଳ ଷ୍ଟେସନ (Railway Station) ନିକଟ ଲୁପ୍ ଲାଇନରେ ଠିଆ ହୋଇଥିବା ଅନ୍ୟ ଏକ ମାଲବାହୀ ଟ୍ରେନକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଏହାର ଗୋଟିଏ ଇଞ୍ଜିନ୍ ସହିତ ଦୁଇଟି ମାଲଗାଡ଼ିର ମୋଟ ୧୨ଟି କୋଚ୍ ଲାଇନଚ୍ୟୁତ୍ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକ ମାଲବାହୀ ଟ୍ରେନଟି ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଧକ୍କା ଦେଇଥିବା ମାଲବାହୀ ଟ୍ରେନର ଇଞ୍ଜିନ ଛିଡ଼ା ହୋଇଥିବା ଟ୍ରେନ୍ ଉପରେ ଚଢି ଯାଇଥିଲା । ଭୟଙ୍କର ଶଦ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।


 



ଏହିପରି ଦୁର୍ଘଟଣା ଘଟିଥିଲା ଦୁର୍ଘଟଣା


ରବିବାର ସକାଳେ, ବାଙ୍କୁଡ଼ା ଓଡ଼ା ଷ୍ଟେସନର ଲୁପ୍ ଲାଇନରେ ବିଷ୍ଣୁପୁର ଆଡକୁ ମୁହଁ କରି ଏକ ମାଲବାହୀ ଟ୍ରେନ୍ ଛିଡା ହୋଇଥିଲା । ଏହି ସମୟରେ, ବାଙ୍କୁରାରୁ ବିଷ୍ଣୁପୁରକୁ ଅଭିମୁଖେ ଯାଉଥିବା ଅନ୍ୟ ଏକ ମାଲବାହୀ ଟ୍ରେନଟି ଲୁପ୍ ଲାଇନରେ ପ୍ରବେଶ କରିଥିଲା । ଏହାପରେ ସେଠାରେ ଛିଡ଼ା ହେଇଥିବା ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଦେଇଥିବା ମାଲବାହୀ ଗାଡ଼ିର ବେଗ ଅଧିକ ଥିବାରୁ ଏହାର ଇଞ୍ଜିନ୍ ଅନ୍ୟ ମାଲବାହୀ ଟ୍ରେନ୍ ଉପରକୁ ଚଢିଯାଇଥିଲା ।ଦୁର୍ଘଟଣା ଯୋଗୁଁ ଜଣେ ଡ୍ରାଇଭର ଆହତ ହୋଇଛନ୍ତି ।


ପ୍ରକାଶ ଥାଉ, ଗତ ଜୁନ୍ ୨ ତାରିଖ ଶୁକ୍ରବାର (friday) ଦିନ ସନ୍ଧ୍ୟା ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ (coromandel express) ବାହାନଗାଠାରେ ମାଲଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବହୁ ବଗି ଟ୍ରାକର ଉଭୟ ପାର୍ଶ୍ୱକୁ ଓଲଟି ପଡି଼ଥିଲା । ଏହା ପରେ ସେହି ରୁଟ୍ ଦେଇ ଯାଉଥିବା ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଯାଇଥିଲା ଏକ ଛାତିଥରା ଦୁର୍ଘଟଣା । ରେଳରାସ୍ତା ଓ ଆଖପାଖ ସ୍ଥାନକୁ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର । ଏହି ଭୟଙ୍କର ଦୁର୍ଘଟଣା ଖାଲି ରାଜ୍ୟ ନୁହେଁ ସାରା ଦେଶକୁ ସ୍ବବ୍ଧ କରିଥିଲା । ଏଥିରେ ପ୍ରାୟ ୨୮୯ ଜଣ ପ୍ରାଣ ହରାଇଥିବାବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ଅନକେ ଲୋକ ଏବେ ବି ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।