କୋଲକାତା: ଆସନ୍ତାବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election 2021) । ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ ଏହି ପୂର୍ବ ଭାରତୀୟ ରାଜ୍ୟ। ହେଲେ ଚଳିତ ଥର ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ବେଶ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ହେବାକୁ ଯାଉଛି । କାରଣ ଗତ ୨୦୧୯ ଲୋକସଭା ନିର୍ବାଚନରେ ଏହି ରାଜ୍ୟରେ ଜବରଦସ୍ତ ଏବଂ ଐତିହାସିକ ସଫଳତା ହାସଲ କରିଥିଲା କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି-ବିଜେପି(Bhartiya Janata Party-BJP)।


COMMERCIAL BREAK
SCROLL TO CONTINUE READING

ଏହି ରାଜ୍ୟର ୨୯୪ ବିଧାନସଭା ଆସନ ସହ ମୋଟ ୪୨ ଲୋକସଭା ଆସନ ରହିଛି। ଗତବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ୧୮ଟି ଆସନ ହାତେଇଥିବା ବେଳେ ରାଜ୍ୟରେ କ୍ଷମତାସୀନ ଥିବା ଶାସକ ତୃଣମୂଳ କଂଗ୍ରେସ-ଟିଏମସି(TMC-Trinmool Congress)୨୨ ଏବଂ ମୁଖ୍ୟ ବିରୋଧି କଂଗ୍ରେସକୁ ୨ଟି ଆସନ ମିଳିଥିଲା।


୨୦୧୯ ଲୋକସଭା (2019 Loksabha Election)ନିର୍ବାଚନରେ ମିଳିଥିବା ସଫଳତା ପରେ ଏବେ ବିଜେପି ଶିବିରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଏହାରି ବଳରେ ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ, ଗତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ମିଳିଥିବା ସଫଳତାକୁ ପୁଣି ଥରେ ଦୋହରାଇବା ଲାଗି ଅଣ୍ଟାଭିଡିଛି ଦଳ । ଏହିକ୍ରମରେ ଦଳୀୟ ସଦସ୍ୟତା ଗ୍ରହଣ ଅଭିଯାନକୁ ଜୋରଦାର କରିଛି ଦଳ ।


ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି (West Bengal BJP State President) ତଥା ରାଜ୍ୟର ମେଦୀନପୁର ଲୋକସଭା ଆସନର ସାଂସଦ (Medinpur LokSabha MP) ଦିଲ୍ଲୀପ ଘୋଷ କହିଛନ୍ତି, "ଆମର ସ୍ୱପ୍ନ କାଶ୍ମୀରରେ ପୂରଣ ହୋଇଛି । କେବଳ ପଶ୍ଚିମବଙ୍ଗ ନୁହେଁ ଦେଶର ବିଭିନ୍ନ ଭାଗରେ ବସବାସ କରୁଥିବା ଲୋକ ଦଳରେ ସାମିଲ ହେବା ଲାଗି ଚାହୁଁଛନ୍ତି । ଶ୍ୟାମା ପ୍ରସାଦ ମୁଖାର୍ଜୀ କାଶ୍ମୀରରେ ପତାକା ଉତ୍ତୋଳନ କରିଥିଲେ । ହେଲେ ଏବେ ପଶ୍ଚିମବଙ୍ଗରେ ଏପରି କରିବା ସହଜ ନୁହେଁ । "


ଏହା ସହିତ ସେ ଆହୁରି କହିଛନ୍ତି ରାଜ୍ୟରେ କ୍ଷମତାସୀନ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ପ୍ରତିଶୋଧ ମୂଳକ ରାଜନୀତି କରୁଛନ୍ତି । ଆମର ଦଳୀୟ ସମର୍ଥକ ଏବେ ସୁରକ୍ଷିତ ନାହାଁନ୍ତି । ମିଥ୍ୟା ମାମଲାରେ ସେମାନଙ୍କୁ ଜେଲ ପଠାଯାଉଛି । ଶାସକ ତୃଣମୂଳ କଂଗ୍ରେସ ସରକାର ବଙ୍ଗୀୟ ପରମ୍ପରା, ସଂସ୍କୃତି ଏବଂ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗିଛନ୍ତି । ଏପରିକି ସାଧାରଣ ଜନତାଙ୍କୁ ମଧ୍ୟ ଟାର୍ଗେଟ କରିବାରେ ଲାଗି ପଡିଛି ଶାସକ ଦଳ।


ଆଗାମୀ ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ଦଳ ପକ୍ଷରୁ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରାଯାଇଛି ।  ବିଜେପିରେ ସାମିଲ ହେବା ପରେ ଜଣେ ଗର୍ବ ଅନୁଭବ କରିପାରେ କାରଣ, ବିଶ୍ୱରେ ସବୁଠାରୁ ବଡ ରାଜନୈତିକ ଦଳର ସଦସ୍ୟ ସେ। ପରିବର୍ତ୍ତନରେ ଆପଣ ସାମିଲ ହୁଅନ୍ତୁ । ତୃଣମୂଳ କଂଗ୍ରେସ ସହ ଜଡିତ ଯେଉଁ ବ୍ୟକ୍ତି ପରିବର୍ତ୍ତନରେ ସାମିଲ ହେବା ଲାଗି ଆଗ୍ରହୀ ଅଛନ୍ତି ସେମାନଙ୍କୁ ସ୍ୱାଗତ କରିବା ଲାଗି ଆମେ ପ୍ରସ୍ତୁତ । ଆମ ଦଳରେ କୌଣସି ପରିବାରବାଦ ନାହିଁ ଯେପରି ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସରେ ଚାଲିଛି ।
  
ବିଜେପି ସାମିଲ ହେବା ଲାଗି ଜଣେ ବ୍ୟକ୍ତି ମିସ କଲ ଦେଇପାରିବେ କିମ୍ବା ଦଳୀୟ ୱେବସାଇଟକୁ ଯାଇ ଲଗ ଇନ କରିବା ପରେ ସଦସ୍ୟତା ଗ୍ରହଣ କରିପାରିବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ।