Border Dispute: ସୀମାରେ ପରିବର୍ତ୍ତନକୁ ନେଇ କ`ଣ କହୁଛି ସମ୍ବିଧାନ? ରାଜ୍ୟ କିମ୍ବା ନାଁ କେନ୍ଦ୍ର କାହା ପାଖରେ ରହିଛି ଅଧିକାର?
Alter the Boundaries of Any State: ଯେତେବେଳେ କୌଣସି ରାଜ୍ୟର ସୀମା ପରିବର୍ତ୍ତନ ପ୍ରସଙ୍ଗ ଆସିଥାଏ ସେତେବେଳେ ଉଭୟ ସାମ୍ବାଧାନିକ ଏବଂ ଆଇନଗତ ପ୍ରଶ୍ନ ଉଠିଥାଏ। ଭାରତୀୟ ସମ୍ବିଧାନର ପ୍ରଥମ ଭାଗରେ ୧-୪ ଅନୁଚ୍ଛେଦ ମଧ୍ୟରେ ମଧ୍ୟରେ ସଂଘ ଏବଂ ଏହାର ରାଜ୍ୟ କ୍ଷେତ୍ର ବିଷୟରେ ବ୍ୟବସ୍ଥା କରାଯାଇଛି। ସମ୍ବିଧାନର ଏହି ଅଂଶରେ ନୂତନ ରାଜ୍ୟ ଗଠନ, ରାଜ୍ୟ ସୀମାରେ ପରିବର୍ତ୍ତନ, ରାଜ୍ୟ ନାମରେ ପରିବର୍ତ୍ତନ ସହ ଜଡିତ ବ୍ୟବସ୍ଥା ଉଲ୍ଲେଖ କରାଯାଇଛି।
Indian Constitution Border Dispute: ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ବନ୍ଦ ହେବା ପରିବର୍ତ୍ତେ ବୃଦ୍ଧି ପାଉଛି। ଉଭୟ ରାଜ୍ୟର ବିଧାନ ମଣ୍ଡଳ ଏ ସମ୍ପର୍କିତ ସଂକଳ୍ପ ପାରିତ କରି ନିଜର ଦାବିକୁ ଯଥାର୍ଥ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଠାରେ ମହାରାଷ୍ଟ୍ର କର୍ଣ୍ଣାଟକର କିଛି ଅଂଶକୁ ନିଜ ସହିତ ମିଶ୍ରଣ କରିବାକୁ ଚାହୁଁଛିଷ। ଅନ୍ୟପକ୍ଷରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ଏକ ଇଞ୍ଚ ମଧ୍ୟ ରାଜ୍ୟ ଜମି ନଦେବାକୁ ଜିଦ୍ ଧରିଛି। ଭାରତ ହେଉଛି ଏକ ସଂଘୀୟ ଗଣରାଜ୍ୟ। ଏହା ଅଧୀନରେ ଏକ ନୂତନ ରାଜ୍ୟ ଗଠନ, ରାଜ୍ୟର ସୀମା ପରିବର୍ତ୍ତନ ଏବଂ ରାଜ୍ୟ ନାମରେ ପରିବର୍ତ୍ତନ ସହ ଜଡିତ ସମସ୍ତ ବ୍ୟବସ୍ଥା ଭାରତୀୟ ସମ୍ବିଧାନରେ ଅନ୍ତର୍ଭୂକ୍ତ ରହିଛି। ଏହି ବିଷୟରେ ଆମର ସମ୍ବିଧାନ କ'ଣ କହୁଛି, ଏହା ସହ ଜଡିତ କର୍ତ୍ତୃପକ୍ଷ କେନ୍ଦ୍ର କିମ୍ବା ରାଜ୍ୟ ସହ ଅଛନ୍ତି, ଏହ ଜାଣିବା ପୂର୍ବରୁ ମହାରାଷ୍ଟ୍ର-କର୍ଣ୍ଣାଟକ ନିଜ ନିଜ ନିଷ୍ପତ୍ତିରେ କ'ଣ କହିଛନ୍ତି ତାହା ଜାଣନ୍ତୁ।
କର୍ଣ୍ଣାଟକ ସହ ଚାଲିଥିବା ସୀମା ବିବାଦକୁ ନେଇ ମହାରାଷ୍ଟ୍ର ବିଧାନମଣ୍ଡଳରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା କର୍ଣ୍ଣାଟକର ୮୬୫ ମରାଠୀ ଭାଷାଭାଷୀ ଗ୍ରାମ ମହାରାଷ୍ଟ୍ରରେ ବିଲୟ କରାଯିବ। ଏହି ସମସ୍ତ ଗ୍ରାମ ମହାରାଷ୍ଟ୍ର ସୀମାରେ ଅବସ୍ଥିତ କର୍ଣ୍ଣାଟକର ବେଲଗାଭୀ ଜିଲ୍ଲାରେ ଅବସ୍ଥିତ। ବେଲଗାଭୀ ବ୍ୟତୀତ କରୱାର, ନିପାନି, ବିଦାର ଏବଂ ଭାଲ୍କି ଠାରେ ରହୁଥିବା ମରାଠୀ ଭାଷାଭାଷୀଙ୍କ ସହ ଦୃଢ ଭାବେ ଛିଡ଼଼ା ହୋଇଥିବା ମହାରାଷ୍ଟ୍ର ପକ୍ଷରୁ କୁହାଯାଇଛି।
ସୀମା ବିବାଦକୁ ନେଇ ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ମହାରାଷ୍ଟ୍ର ପକ୍ଷରୁ ଆଗତ ହୋଇଥିବା ପ୍ରସ୍ତାବରେ ଆହୁରି ମଧ୍ୟ କୁହାଯାଇଛି ଯେ ସୀମାନ୍ତ ଅଞ୍ଚଳରେ ମରାଠୀ ଭାଷାଭାଷୀଙ୍କ ନିରାପତ୍ତାକୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେବା ଆବଶ୍ୟକ। ମହାରାଷ୍ଟ୍ର ସହ ଚାଲିଥିବା ସୀମା ବିବାଦ ବେଳେ କର୍ଣ୍ଣାଟକ ବିଧାନମଣ୍ଡଳରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ମହାରାଷ୍ଟ୍ର ଉଠାଇଥିବା ସୀମା ବିବାଦକୁ ନିନ୍ଦା କରି ରାଜ୍ୟର ସ୍ୱାର୍ଥ ରକ୍ଷା କରିବାକୁ ନିଷ୍ପତ୍ତି ନିଆାଯାଇଥିଲା। ସୀମା ବିବାଦ ପ୍ରସଙ୍ଗରେ ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ପରସ୍ପରକୁ ଦାୟୀ କରିବାରେ ଲାଗିଛନ୍ତି। ଏପରିକି ସୀମା ବିବାଦ ଚାଲିଥିବା ବେଳେ ସେହି ୮୬୫ ମରାଠୀ ଭାଷାଭାଷୀ ଗ୍ରାମକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଦାବି ଉଠିଛି।
ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଉଭୟ ମହାରାଷ୍ଟ୍-କର୍ଣ୍ଣାଟକ ବିଧାନ ମଣ୍ଡଳରେ ଆଗତ ହୋଇଥିବା ପ୍ରସ୍ତାବ ମଧ୍ୟରେ ପାର୍ଥକ୍ୟ ଅଛି। କର୍ଣ୍ଣାଟକ କହିଛି ଯେ ରାଜ୍ୟର ଗୋଟିଏ ଇଞ୍ଚ ଜମି ମଧ୍ୟ ଛଡ଼ାଯିବ ନାହିଁ। ଅନ୍ୟପଟେ ମହାରାଷ୍ଟ୍ର କହିଛି କର୍ଣ୍ଣାଟକର କିଛି ଅଂଶକୁ ରାଜ୍ୟରେ ବିଲୟ କରାଯିବ। ଏଠାରୁ ହିଁ ଏହି ପ୍ରସଙ୍ଗ ରାଜ୍ୟ ସୀମା ପରିବର୍ତ୍ତନ ସହିତ ଯୋଡ଼ି ହୋଇଛି।
ଯେତେବେଳେ କୌଣସି ରାଜ୍ୟର ସୀମା ପରିବର୍ତ୍ତନ ପ୍ରସଙ୍ଗ ଆସିଥାଏ ସେତେବେଳେ ଉଭୟ ସାମ୍ବାଧାନିକ ଏବଂ ଆଇନଗତ ପ୍ରଶ୍ନ ଉଠିଥାଏ। ଭାରତୀୟ ସମ୍ବିଧାନର ପ୍ରଥମ ଭାଗରେ ୧-୪ ଅନୁଚ୍ଛେଦ ମଧ୍ୟରେ ମଧ୍ୟରେ ସଂଘ ଏବଂ ଏହାର ରାଜ୍ୟ କ୍ଷେତ୍ର ବିଷୟରେ ବ୍ୟବସ୍ଥା କରାଯାଇଛି। ସମ୍ବିଧାନର ଏହି ଅଂଶରେ ନୂତନ ରାଜ୍ୟ ଗଠନ, ରାଜ୍ୟ ସୀମାରେ ପରିବର୍ତ୍ତନ, ରାଜ୍ୟ ନାମରେ ପରିବର୍ତ୍ତନ ସହ ଜଡିତ ବ୍ୟବସ୍ଥା ଉଲ୍ଲେଖ କରାଯାଇଛି।
ଅନୁଚ୍ଛେଦ ୧ ଅନୁଯାୟୀ ଭାରତ ହେଉଛି ରାଜ୍ୟଙ୍କ ସଂଘ। ଅନୁଚ୍ଛେଦ ୨ ଅନୁଯାୟୀ ନୂତନ ରାଜ୍ୟର ପ୍ରବେଶ କିମ୍ବା ପ୍ରତିଷ୍ଠା - ସଂସଦ ଆଇନ ଅନୁଯାୟୀ ନୂତନ ରାଜ୍ୟକୁ ସଂଘରେ ସ୍ୱୀକାର କରିପାରିବ କିମ୍ବା ପ୍ରତିଷ୍ଠା କରିପାରିବ।
ଅନୁଚ୍ଛେଦ ୩ ଅନୁଯାୟୀ
ନୂତନ ରାଜ୍ୟ ଗଠନ ଏବଂ କ୍ଷେତ୍ର, ସୀମା କିମ୍ବା ବିଦ୍ୟମାନ ରାଜ୍ୟର ନାମ ପରିବର୍ତ୍ତନ- ଆଇନ ଅନୁଯାୟୀ ସଂସଦ -
(କ) ଯେକୌଣସି ରାଜ୍ୟରୁ ଏହାର ଅଞ୍ଚଳକୁ ଅଲଗା କରି କିମ୍ବା ଦୁଇ କିମ୍ବା ଅଧିକ ରାଜ୍ୟ କିମ୍ବା ରାଜ୍ୟର କିଛି ଅଂଶକୁ ଏକତ୍ର କରି କିମ୍ବା କୌଣସି ରାଜ୍ୟର ଏକ ଅଂଶ ସହିତ ଏକ ନୂତନ ରାଜ୍ୟ ଗଠନ କରିପାରିବ।
(ଖ) ଯେକୌଣସି ରାଜ୍ୟର କ୍ଷେତ୍ର ବୃଦ୍ଧି କରିପାରିବ
(ଗ) ଯେକୌଣସି ରାଜ୍ୟର କ୍ଷେତ୍ର ହ୍ରାସ କରିପାରିବ
(ଘ) ଯେକୌଣସି ରାଜ୍ୟର ସୀମା ପରିବର୍ତ୍ତନ କରିପାରିବ
(ଙ) ଯେକୌଣସି ରାଜ୍ୟର ନାମ ପରିବର୍ତ୍ତନ କରିପାରିବ
ଅନୁଚ୍ଛେଦ ୨,୩,୪ ଅଧିନରେ ପ୍ରସ୍ତୁତ ଆଇନ ଅନୁଯାୟୀ ସମ୍ବିଧାନର ପ୍ରଥମ ଏବଂ ଚତୁର୍ଥ ସୂଚୀ ସଂଶୋଧନ ସହିତ କାର୍ଯ୍ୟ କରାଯାଇଛି। ସମ୍ବିଧାନର ଧାରା ୨ ଅନୁଯାୟୀ, ସିକ୍କିମ୍ ୧୯୭୫ ମସିହାରେ ୩୬ ତମ ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ଭାରତ ସହିତ ମିଶ୍ରିତ ହୋଇଥିଲେ। ଅନୁଚ୍ଛେଦ ୨ ସେହି ରାଜ୍ୟର ପ୍ରବେଶ ଏବଂ ଗଠନ ସହିତ ଜଡିତ ରହିଛି ଯାହା ଭାରତୀୟ ସଂଘର ଅଂଶ ନୁହେଁ।
ଅନୁଚ୍ଛେଦ,୩ ଅନୁଯାୟୀ ସଂସଦରେ କୌଣସି ବିଧେୟକ ଆଗତ ହେବା ପୂର୍ବରୁ ଦୁଇଟି ସର୍ତ୍ତ ପୂରଣ ହେବା ଜରୁରୀ। ସମ୍ବିଧାନର ଅନୁଚ୍ଛେଦ ୩ ଜରିଆରେ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଯାଇ ଏପରି କୌଣସି ବିଧେୟକ ଉପସ୍ଥାପିତ ହୋଇପାରିବ। ସମ୍ମତି ଦେବା ପୂର୍ବରୁ ରାଷ୍ଟ୍ରପତି ସେହି ବିଧେୟକକୁ ବିଚାର ପାଇଁ ସମ୍ପକ୍ତ ରାଜ୍ୟର ବିଧାନସଭାକୁ ପଠାଇଥାନ୍ତି। ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜ୍ୟଙ୍କୁ ସେମାନଙ୍କ ମତାମତ ରଖିବାକୁ ପଡିଥାଏ। ରାଷ୍ଟ୍ରପତି କିମ୍ବା ସଂସଦ ରାଜ୍ୟର ମତାମତ ଗ୍ରହଣ କରିବାକୁ ବାଧ୍ୟ ନୁହଁନ୍ତି। ସେମାନେ ଏହାକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିପାରନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସମ୍ବିଧାନ ସଂସଦକୁ ଅଧିକାର ପ୍ରଦାନ କରିଛି ଯେ ଏହା ନୂତନ ରାଜ୍ୟ ଗଠନ କିମ୍ବା ଏହାର ସୀମା ବଦଳାଇବା ଅଥବା ନାମ ବଦଳାଇବା ଲାଗି ପଦକ୍ଷେପ ନେଇପାରେ। ଅନୁଚ୍ଛେଦ ୪ ଜରିଆରେ ଅନ୍ତର୍ଭୂକ୍ତ ଅଛି ଯେ ଏହିରି କୌଣସି ଆଇନ କେବଳ ସରଳ ସଂଖ୍ୟାଗରିଷ୍ଠତା ଏବଂ ସାଧାରଣ ବିଧାନସଭା ପ୍ରକ୍ରିୟା ମାଧ୍ୟମରେ ପାରିତ ହେବ। ଏହାକୁ ୩୬୮ ଅନୁଚ୍ଛେଦ ଅନୁଯାୟୀ ସାମ୍ବିଧାନିକ ସଂଶୋଧନ ଭାବେ ବିବେଚନା କରାଯିବ ନାହିଁ।
ସମ୍ବିଧାନର ଏହି ବ୍ୟବସ୍ଥାରୁ ଏହା ସ୍ପଷ୍ଟ ଯେ ସଂସଦ ପାଖରେ ନୂତନ ରାଜ୍ୟ ଗଠନ କିମ୍ବା ରାଜ୍ୟର ସୀମା ଏବଂ ନାମ ପରିବର୍ତ୍ତନ କରିବାର ଅଧିକାର ରହିଛି। ସାମ୍ବିଧାନିକ ଭାବେ କହିବାକୁ ଗଲେ ଏହି ଅଧିକାର ରାଜ୍ୟ ସରକାରଙ୍କ ପାଖରେ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ପାଖରେ ରହିଛି। କେବଳ କେନ୍ଦ୍ର ସରକାର ସଂସଦରେ ଏପରି ଆଇନ ପ୍ରଣୟନ କରି ଯେକୌଣସି ରାଜ୍ୟର ସୀମା ପରିବର୍ତ୍ତନ କରିପାରିବେ। ସମ୍ବିଧାନର ବ୍ୟବସ୍ଥାରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର କେବଳ ଅନୁଚ୍ଛେଦ ୩ ଅନୁଯାୟୀ ଯେତେବେଳେ ଏଭଳି ଆଇନ ପ୍ରଣୟନ କରିବେ ସେତେବେଳେ ଯାଇ କୌଣସି ରାଜ୍ୟର ସୀମା ପରିବର୍ତ୍ତନ କରାଯାଇପାରିବ।
ସମ୍ବିଧାନର ଅନୁଚ୍ଛେଦ ୩ ଅନୁଯାୟୀ କର୍ଣ୍ଣାଟକ କହିଛି ଯେ ଏହି ମାମଲା ସୁପ୍ରିମକୋର୍ଟ ଅଧୀନରେ ନାହିଁ। ହେଲେ ଗତ ୨୦୦୪ ବର୍ଷରେ ମହାରାଷ୍ଟ୍ର ଏହି ମାମଲାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ନେଇଥିଲା। କର୍ଣ୍ଣାଟକ କହିଛି ଯେ ରାଜ୍ୟର ସୀମା ବଦଳାଇବାକୁ କେବଳ ସଂସଦର ଅଧିକାର ଅଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର ସମ୍ବିଧାନର ଅନୁଚ୍ଛେଦ ୧୩୧ ଦର୍ଶାଇ କହିଛି ଯେ କେନ୍ଦ୍ର ସରକାର ଏବଂ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦ ସହ ଜଡିତ ମାମଲାରେ ସୁପ୍ରିମକୋର୍ଟ ପାଖରେ ଅଧିକାର ରହିଛି।
ରାଜ୍ୟ ମଧ୍ୟରେ ସୀମା ପରିବର୍ତ୍ତନକୁ ନେଇ ସମ୍ବିଧାନରେ ଯେଉଁ ବ୍ୟବସ୍ଥା ରହିଛି, ସେଥିରୁ ସ୍ପଷ୍ଟ ଯେ ଏହି ପ୍ରସଙ୍ଗରେ ରାଜ୍ୟ ପାଖରେ କୌଣସି ଅଧିକାର ନାହିଁ। ମହାରାଷ୍ଟ୍ର-କର୍ଣ୍ଣାଟକ କେବଳ ନିଜ ନିଜ ପ୍ରସ୍ତାବ ମାଧ୍ୟମରେ ଚାପ ସୃଷ୍ଟି କରିବାକୁ ରାଜନୀତି କରୁଛନ୍ତି। ସୀମା ପରିବର୍ତ୍ତନ ବିଷୟରେ ଏହାର କୌଣସି ଆଇନଗତ ଅର୍ଥ ନାହିଁ।