ମୋନୋକ୍ଲୋନାଲ ଆଣ୍ଟିବଡି କ’ଣ ଓ ଏହା କୋଭିଡ-୧୯ ଚିକିତ୍ସାରେ କେତେ ପ୍ରଭାବଶାଳୀ?
ଏକ ଭାଇରାଲ୍ ସଂକ୍ରମଣ ସହିତ ଲଢ଼ିବା ପାଇଁ ଆମ ଶରୀର ଏକ ପ୍ରୋଟିନ୍ ସୃଷ୍ଟି କରେ ଯାହାକୁ ଆଣ୍ଟିବଡି କୁହାଯାଏ । ମୋନୋକ୍ଲୋନାଲ ଆଣ୍ଟିବଡି ହେଉଛି କୃତ୍ରିମ ଆଣ୍ଟିବଡି ଯାହା ଆମ ପ୍ରତିରକ୍ଷା ପ୍ରଣାଳୀର କାର୍ଯ୍ୟକଳାପକୁ ଅନୁକରଣ କରେ ।
ନୂଆଦିଲ୍ଲୀ: ଗୁରୁତର ପ୍ରଭାବିତ କୋଭିଡ -୧୯ ରୋଗୀଙ୍କ ପାଇଁ ପରୀକ୍ଷାମୂଳକ ଭାବେ ମୋନୋକ୍ଲୋନାଲ ଆଣ୍ଟିବଡି କକଟେଲ (Monoclonal antibody cocktail) ଏକ ଜୀବନ ରକ୍ଷାକାରୀ ଚିକିତ୍ସା ବୋଲି ଜଣାପଡିଛି । ବ୍ରିଟେନରେ ଏକ କ୍ଲିନିକାଲ ପରୀକ୍ଷଣର ଫଳାଫଳ ରିପୋର୍ଟରେ ଏହା ଦର୍ଶାଯାଇଛି ।
ମୋନୋକ୍ଲୋନାଲ ଆଣ୍ଟିବଡି କ’ଣ?
ଏକ ଭାଇରାଲ୍ ସଂକ୍ରମଣ ସହିତ ଲଢ଼ିବା ପାଇଁ ଆମ ଶରୀର ଏକ ପ୍ରୋଟିନ୍ ସୃଷ୍ଟି କରେ ଯାହା ଆଣ୍ଟିବଡି ଭାବରେ ଜଣାଶୁଣା । ମୋନୋକ୍ଲୋନାଲ ଆଣ୍ଟିବଡି (Monoclonal antibody) ହେଉଛି କୃତ୍ରିମ ଆଣ୍ଟିବଡି ଯାହା ଆମ ପ୍ରତିରକ୍ଷା ପ୍ରଣାଳୀର (Immune systems) କାର୍ଯ୍ୟକଳାପକୁ ଅନୁକରଣ କରେ । ଏଗୁଡିକ ଏକ ପ୍ରକ୍ରିୟା ମାଧ୍ୟମରେ ଉତ୍ପନ୍ନ ହୁଏ ଯାହା ମାନବ ରକ୍ତରୁ ନିର୍ଦ୍ଦିଷ୍ଟ ଆଣ୍ଟିବଡି ବାହାର କରିବା ଓ ପରେ କ୍ଲୋନିଂ ସହିତ ଜଡିତ ।
କୋଭିଡ୍ -୧୯ ଚିକିତ୍ସାରେ ସେମାନେ କେତେ ଗୁରୁତ୍ୱପୂର୍ଣ୍ଣ?
ମହାମାରୀ ସମୟରେ ଗବେଷଣା ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ହ୍ରାସ କରିବାରେ ମୋନୋକ୍ଲୋନାଲ ଆଣ୍ଟିବଡିର (Monoclonal antibody) ଦକ୍ଷତା ଉପରେ ଆଶାସଞ୍ଚାର ହୋଇଛି । କେତେକ ମୋନୋକ୍ଲୋନାଲ ଆଣ୍ଟିବଡି ଭୁତାଣୁର ଏକାଧିକ ୱେରିଏଣ୍ଟ ବିରୁଦ୍ଧରେ କାର୍ଯ୍ୟକଳାପ ବଜାୟ ରଖିବାର କ୍ଷମତା ପ୍ରଦର୍ଶନ କରିଛି ବୋଲି ଆମେରିକାର ରାଷ୍ଟ୍ରପତିଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ତଥା ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି (National Institute of Allergy ) ଓ ସଂକ୍ରାମକ ରୋଗର ନିର୍ଦ୍ଦେଶକ ଡକ୍ଟର ଆନ୍ଥୋନୀ ପରାମର୍ଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: କପିଲ ଶର୍ମା ପୂରା କଲେ ଲୋକଙ୍କ ଡିମାଣ୍ଡ, ପ୍ରଥମ ଥର ପାଇଁ ଦେଖାଇଲେ ନିଜ ପୁଅର ଚେହେରା
ଭାରତରେ କରୋନା ଔଷଧରେ କକଟେଲ ବ୍ୟବହାର ମଧ୍ୟ କରାଯାଇଛି । ଗତ ମାସରେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଜଣେ 84 ବର୍ଷୀୟ କୋମର୍ବିଡ୍ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିଲା । କକଟେଲ ଔଷଧର ଅର୍ଥ ହେଉଛି ଦୁଇଟି ଔଷଧ ମିଶ୍ରଣ ଦ୍ୱାରା ପ୍ରସ୍ତୁତ ଏକ ଔଷଧ । ଏହାକୁ ଡାକ୍ତରଙ୍କ ଭାଷାରେ 'ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି' ମଧ୍ୟ କୁହାଯାଏ ।
ଅଧିକ ପଢ଼ନ୍ତୁ: ଭଲ ଖବର! କେନ୍ଦ୍ର ସରକାର ଏହି ମାସରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ୪୦୦୦ ଟଙ୍କା
କକଟେଲ ଔଷଧର ବ୍ୟବହାର ଏହି ରୋଗର ଗମ୍ଭୀରତା ଓ ରୋଗୀଙ୍କ ମୃତ୍ୟୁକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥାଏ ବୋଲି ଦାବି କରାଯାଇଛି । ଆମେରିକା ଓ ୟୁରୋପରେ ଏହିପରି ଥେରାପି ଅନୁମୋଦନ ହୋଇସାରିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନା ଥିବାବେଳେ ଏହି ଔଷଧର କକଟେଲ ଦିଆଯାଇଥିଲା ଓ ଏହି ଔଷଧ ଯୋଗୁଁ ସେ ଶୀଘ୍ର ସୁସ୍ଥ ହୋଇଥିବାର ଦାବି କରାଯାଇଥିଲା ।