ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଛି ଦିନ ହେବ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ପ୍ରଦୂଷଣକୁ ନେଇ ଦୋଷ ଲଦାଲଦି ମଧ୍ୟ ଆରମ୍ଭ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦେବ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ନଡ଼ା ପୋଡାଯିବା କାରଣରୁ ପ୍ରଦୂଷଣର ମାତ୍ରା ବଢୁଛି । ତେଣୁ ପଞ୍ଜାବ ସରକାର ଏଥିପାଇଁ ଦାୟୀ । ଏହି ପ୍ରସଙ୍ଗରେ ବିଭ୍ରାନ୍ତ କରିଥିବା ଅଭିଯୋଗ କରି ସେ ମନ୍ତ୍ରୀ ଗୋପାଳ ରାୟଙ୍କ ଇସ୍ତଫା ଦାବି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଜି (ବୁଧବାର) ସଚ୍ଚଦେବ କହିଛନ୍ତି ଯେ, ଗୋପାଳ ରାୟ ୧୦ ବର୍ଷ ଧରି ମନ୍ତ୍ରୀ ରହିଆସିଛନ୍ତି ଏବଂ ଦୀର୍ଘ ବର୍ଷ ଧରି ପରିବେଶ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପରିଚାଳନା କରୁଥିଲେ ମଧ୍ୟ ସେ ଦିଲ୍ଲୀର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି । ବରଂ ପଞ୍ଜାବ ସରକାରଙ୍କ ରାଜନୈତିକ ସ୍ୱାର୍ଥ ପୂରଣ କରିବାରେ ନିୟୋଜିତ ଅଛନ୍ତି। ତେଣୁ ବର୍ତ୍ତମାନ ସମୟ ଆସିଛି ଯେ, ସେମାନେ ପଞ୍ଜାବ ସରକାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରନ୍ତୁ ନଚେତ୍ ଇସ୍ତଫା ଦିଅନ୍ତୁ।


ଗୋପାଳ ରାୟ ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନକୁ ମଧ୍ୟ ଦାୟୀ କରିଛନ୍ତି । ପ୍ରକୃତ ଅପରାଧୀ ହେଉଛନ୍ତି ପଞ୍ଜାବ ସରକାର, ଯିଏ ନଡା ଜଳିବାକୁ ବନ୍ଦ କରିବାରେ ସକ୍ଷମ ନୁହେଁ ବୋଲି କହିଛନ୍ତି । ଅକ୍ଟୋବର ୨୨ ରେ ପଞ୍ଜାବରେ ୭୧ ଟି ନୂଆ ଘଟଣା ରେକର୍ଡ ହୋଇଥିବାବେଳେ ହରିୟାଣାରେ ୧୦ ଟି ଏବଂ ୟୁପିରେ ୧୭ ଟି ନୂଆ ଘଟଣା ରେକର୍ଡ କରାଯାଇଛି। ଏହି ଋତୁରେ, ୧୫ ସେପ୍ଟେମ୍ବରରୁ ୨୨ ଅକ୍ଟୋବର ମଧ୍ୟରେ ପଞ୍ଜାବରେ ୧୫୮୧, ହରିୟାଣାରେ ୬୬୫ ଏବଂ ୟୁପିରେ ୭୪୦ ଘଟଣା ଘଟିଛି। ଏପରିକି ଦିଲ୍ଲୀରେ ୧୧ ଟି ଘଟଣା ସାମ୍ନାକୁ ଆସିଛି, ଯାହା ଗୋପାଳ ରାୟଙ୍କ ଦାବି ବିରୁଦ୍ଧରେ ରହିଛି । ତେଣୁ ଏହି ସଂଖ୍ୟା ପ୍ରମାଣିତ କରୁଛି ଯେ, ହରିୟାଣା ଏବଂ ୟୁପି ଅପେକ୍ଷା ପଞ୍ଜାବରେ ଅଧିକ ଘଟଣା ରେକର୍ଡ ହୋଇଛି ।


Also Read- Family Horoscope: ଗୁରବାର ଦିନ ପାରିବାରିକ ଜୀବନରେ ୬ ରାଶି ପାଇବେ ଖୁସି


Also Read- ‘ସୁଭଦ୍ରା’ ଆବେଦନ ଖାରଜ ହୋଇଛି କି? ତେବେ ଖୁସି ଖବର