ନୂଆଦିଲ୍ଲୀ: Dangers of Consuming Too Much Salt: ଲୁନୂଆଦିଲ୍ଲୀ: ଲୁଣ (Salt) ବିନା ଖାଦ୍ୟ ସଂପୂର୍ଣ୍ଣ ସ୍ୱାଦହୀନ ମନେହୁଏ । ଏଥିରେ କୌଣସି ଦ୍ୱିମତ ନାହିଁ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୁଣର ମାତ୍ରା ଅଧିକ ହେତୁ କ’ଣ ହୁଏ? ନିକଟରେ WHO ଅଧ୍ୟୟନରୁ ଜଣାପଡିଛି ଯେ ଅଧିକ ଲୁଣ ଖାଇବା ଦ୍ୱାରା ପ୍ରତିବର୍ଷ ୩ ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଥାଏ । ବର୍ତ୍ତମାନ ଏହି ସଂଖ୍ୟା ହ୍ରାସ କରିବାକୁ ସଂଗଠନ ଲୋକଙ୍କୁ ଦିନକୁ ମାତ୍ର ୫ ଗ୍ରାମ ଲୁଣ ସେବନ କରିବାକୁ କହୁଛି । ଏହା ସହିତ ଖାଦ୍ୟ ପରିବେଶରେ ଉନ୍ନତି ଆଣିବା ଓ ଜୀବନ ବଞ୍ଚାଇବା ପାଇଁ ୬୦ରୁ ଅଧିକ ଖାଦ୍ୟ ବର୍ଗରେ ସୋଡିୟମ୍ (Sodium) ସ୍ତର ପାଇଁ ନୂତନ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ବିଶ୍ୱାସ କରାଯାଏ ଯେ ଏହି ମାନଦଣ୍ଡ ୨୦୨୫ ସୁଦ୍ଧା ଲୁଣ ବ୍ୟବହାରକୁ ୩୦ ପ୍ରତିଶତ ହ୍ରାସ କରିବ ।


COMMERCIAL BREAK
SCROLL TO CONTINUE READING

WHO ଅନୁଯାୟୀ, ଆମେ ସମସ୍ତେ ଆବଶ୍ୟକତାଠାରୁ ଦୁଇଗୁଣ ଲୁଣ ଖାଉଛୁ । ବିଶେଷଜ୍ଞଙ୍କ ଅନୁଯାୟୀ ଆମ ଶରୀରରେ ସୋଡିୟମ୍ ଏବଂ ପୋଟାସିୟମର ସନ୍ତୁଳନ ଆବଶ୍ୟକ । କମ୍ ପୋଟାସିୟମ୍ ସହିତ ଅଧିକ ସୋଡିୟମ୍ ଖାଇବା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଖାଦ୍ୟରେ ଅଧିକ ଲୁଣ ରକ୍ତଚାପ, ହୃଦରୋଗ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢାଇଥାଏ, ଏହା ମଧ୍ୟ ହାଡକୁ ଦୁର୍ବଳ କରିଥାଏ ।


ଲୋକମାନେ ପ୍ରତିଦିନ ଖାଆନ୍ତି ୯-୧୨ ଗ୍ରାମ ଲୁଣ


ଏକ ସୁସ୍ଥ ପ୍ଲାଜ୍ମା ଗଠନ ଏବଂ ସ୍ନାୟୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଲୁଣ ସେବନ ଜରୁରୀ ବୋଲି ମନେ କରାଯାଏ । ପ୍ରକ୍ରିୟାକୃତ ଖାଦ୍ୟ, ପ୍ୟାକେଜ୍ ଖାଦ୍ୟ, ଦୁଗ୍ଧ ଏବଂ ମାଂସ ପରି ଖାଦ୍ୟ ବର୍ଗରେ ଏହା ଅଧିକ ମିଳିଥାଏ । ତଥାପି, ମସଲା ଓ ଲୁଣିଆ ଦ୍ରବ୍ୟରେ ଏହା ବହୁତ ଥାଏ ।


WHO ତଥ୍ୟ ଅନୁଯାୟୀ ଅଧିକାଂଶ ଲୋକ ପ୍ରତିଦିନ ହାରାହାରି ୯-୧୨ ଗ୍ରାମ ଲୁଣ ଖାଇଥା’ନ୍ତି । ସଂଗଠନ ଆକଳନ କରିଛି ଯେ ଯଦି ଲୁଣ ବ୍ୟବହାରର ଶୃଙ୍ଖଳିତ ସ୍ତରକୁ କମ କରାଯାଏ ତେବେ ବିଶ୍ୱରେ ୨.୫ ମିଲିୟନ୍ ମୃତ୍ୟୁକୁ ରୋକାଯାଇପାରିବ ।


ନୂତନ ମାନଦଣ୍ଡ ପଛରେ ପ୍ରକୃତ କାରଣ 


ସଂଗଠନର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ୬୦ରୁ ଅଧିକ ଖାଦ୍ୟ ବର୍ଗରେ ସୋଡିୟମ୍ ସ୍ତର ପାଇଁ ନିର୍ମିତ ମାନଦଣ୍ଡ ଦେଶକୁ ଲୁଣ ସେବନକୁ ହ୍ରାସ କରିବାରେ ଓ ଲୋକଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବ । ସଂଗଠନର ଧାରଣା ହେଉଛି ଯେଉଁଠାରେ ପ୍ରୋସେସ୍ଡ ଖାଦ୍ୟ ସାମଗ୍ରୀ ଅଧିକ ଖିଆଯାଏ ସେହି ସ୍ଥାନରେ ସୋଡିୟମ୍ ସେବନକୁ ହ୍ରାସ କରିବା । ଏହି ପଦକ୍ଷେପକୁ ଆମେରିକୀୟ ଗ୍ରାହକ ଆଡଭୋକେସୀ ଗୋଷ୍ଠୀ ଓ ଜନସାଧାରଣଙ୍କ ସ୍ୱାର୍ଥରେ ବିଜ୍ଞାନ କେନ୍ଦ୍ର ଦ୍ୱାରା ସମର୍ଥିତ ।


ଲୁଣର ଉପକାର ଓ ପାର୍ଶ୍ୱ ପ୍ରତିକ୍ରିୟା


ଆମେ ସମସ୍ତେ ଜାଣୁ ଯେ ଲୁଣ ଆମର ଦୈନନ୍ଦିନ ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ । ଏହା ବିନା ପ୍ରତ୍ୟେକ ଭୋଜନ ଅସମ୍ପୂର୍ଣ୍ଣ ଅଟେ । ଏହାର ଗ୍ରହଣ ଶରୀରକୁ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ଏହା କେବଳ ଶରୀରକୁ ହାଇଡ୍ରେଟ୍ ରଖେ ନାହିଁ, ବରଂ ଥାଇରଏଡ୍ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ ।


କେବଳ ଏତିକି ନୁହେଁ, ଲୋ ବିପି ଅଭିଯୋଗ ଥିବା ଲୋକଙ୍କ ପାଇଁ ଲୁଣ ସେବନ ବହୁତ ଲାଭଦାୟକ । ଏହା ସିଷ୍ଟିକ୍ ଫାଇବ୍ରୋସିସର ଲକ୍ଷଣରେ ସୁଧାର କରିଥାଏ । କିନ୍ତୁ ଯଦି ଏହାକୁ ଅତ୍ୟଧିକ ନିଆଯାଏ, ତେବେ ଅଜାଣତରେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ପହଞ୍ଚାଏ । ଏହା ହୃଦରୋଗ, ଷ୍ଟ୍ରୋକ୍, ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗର ଆଶଙ୍କା ବଢାଇପାରେ ।


ଲୁଣ ବିଷୟରେ ଭୁଲ ଧାରଣା


ଲୁଣ ଅଭାବକୁ ନେଇ ସଂସ୍ଥା କିଛି ପୁରାଣ ଓ ଭୁଲ ଧାରଣାକୁ ମଧ୍ୟ ସ୍ପଷ୍ଟ କରିଛି । ଅନେକେ ବିଶ୍ୱାସ କରନ୍ତି ଯେ ଝାଳ ଆସିବା ପରେ ଲୁଣ ଅଧିକ ଖାଇବା ଉଚିତ୍ । ଯେତେବେଳେ କି ଏହା ଭୁଲ ଅଟେ । ଝାଳ ପରେ କେବଳ ହାଇଡ୍ରେସନର ଆବଶ୍ୟକତା ହୋଇଥାଏ । ଅଧିକ ଲୁଣ ଖାଇବା ଦ୍ୱାରା ଯେକୌଣସି ବୟସରେ ରକ୍ତଚାପ ବଢିପାରେ ।


ଖାଦ୍ୟ ବର୍ଗ ଓ ସୋଡିୟମର ମାତ୍ରା


WHO ସୋଡିୟମ୍ ବେଞ୍ଚମାର୍କ ପୃଥକ ଭାବରେ ପ୍ୟାକେଜ୍ ହୋଇଥିବା ଓ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଯେପରିକି ପ୍ୟାକେଜ୍ ରୁଟି, ଲୁଣିଆ ସ୍ନାକ୍ସ, ମାଂସ ଉତ୍ପାଦ ଏବଂ ପନିର ସୋଡିୟମ୍ ସାମଗ୍ରୀର କମି ବିଷୟରେ ମେ ୫ରେ ପ୍ରକାଶିତ ହୋଇଛି ।


ନିର୍ଦ୍ଦେଶାବଳୀ ଅନୁଯାୟୀ, ୧୦୦ ଗ୍ରାମ ଆଳୁ ଚିପ୍ସରେ ସର୍ବାଧିକ ୧୦୦ ଗ୍ରାମ ସୋଡିୟମ୍ ରହିବା ଉଚିତ୍ । ପାଇ ଓ ପେଷ୍ଟ୍ରିରେ ୧୨୦ ଗ୍ରାମ ପର୍ଯ୍ୟନ୍ତ ଓ ପ୍ରୋସେସ୍ଡ ମାଂସରେ ୩୦ ମିଗ୍ରା ସୋଡିୟମ୍ ରହିବା ଭଲ ।


ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ପୂର୍ବରୁ ବଦଳିଯିବ ଭାରତୀୟ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିବ ବଡ଼ ଦାୟିତ୍ୱ


ଅଧିକ ପଢ଼ନ୍ତୁ:-ଶରଦ ପାୱାର ହେବେ ୨୦୨୪ରେ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ? ଏନସିପି ନେତା ଦେଲେ ବଡ଼ ବୟାନ


ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୨୦୦ ଟ୍ରେନ୍, ଜାଣନ୍ତୁ ତାଲିକାରେ ଓଡ଼ିଶା କେଉଁ କେଉଁ ଟ୍ରେନ ରହିଛି ସାମିଲ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍


 


କ୍ଷତିକାରକ ମାତ୍ରାଧିକ ଲୁଣ ସେବନ


୧. ମାତ୍ରାଧିକ ଲୁଣ ସେବନ ହାଇପରଟେନସନର କାରଣ ।


୨. ହୃଦୟ ଓ କିଡ଼ନୀ ରୋଗ ମଧ୍ୟ ଅଧିକ ଲୁଣ ସେବନ ଯୋଗୁଁ ହୋଇଥାଏ ।


୩. ଡିହାଇଡ୍ରେସନ ମଧ୍ୟ ହୋଇଥାଏ ।


୪. ଅସ୍ଥି ମଜ୍ଜାର ବିକାଶ ସଠିକ୍ ହୋଇ ନଥାଏ ।


 ଆବଶ୍ୟକତା ଠାରୁ କମ୍ ଲୁଣ କ୍ଷତିକାରକ


୧. ଅନେକ ସମୟରେ ଲୁଣ କମ୍ କରିବା ବା ଆଦୌ ନଖାଇବା ମଧ୍ୟ କ୍ଷତିକାରକ ଅଟେ ।


୨. ଏହା ବ୍ଲଡ଼ ପ୍ରେସରକୁ କମ୍ କରିଥାଏ ।


୩. ମାଂସପଶୀ ଦୁର୍ବଳ ହୋଇଯାଏ ।


୪. ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।


ସାଧାରଣତଃ ଲୋକ ସୋଡ଼ିୟମ୍ ଓ ଲୁଣକୁ ସମାନ ଭାବନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଲୁଣ ଏକ ପ୍ରାକୃତିକ ଖଣିଜ । ଏଥିରେ ଦୁଇଟି ତତ୍ତ୍ୱ ରହିଥାଏ । ସୋଡ଼ିୟମ ଓ ଫ୍ଲୋରିନ୍ । ଲୁଣରେ ଏହି ତତ୍ତ୍ୱ ୪୦ ପ୍ରତିଶତ( ସୋଡ଼ିୟମ୍) ଓ ୬୦ ପ୍ରତିଶତ (ଫ୍ଲୋରିନ୍) ଅନୁପାତରେ ରହିଥାଏ ।