ସିଓଲ୍: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ(North Korean Leader Kim Jong Un) କ’ଣ ପତଳା ହୋଇଯାଇଛନ୍ତି? ଏହି ପ୍ରଶ୍ନକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । ବିଶେଷଜ୍ଞମାନେ ତାଙ୍କ ପୁରୁଣା ତଥା ସର୍ବଶେଷ ଫଟୋ ଆଧାରରେ କହୁଛନ୍ତି ଯେ କିମ ଜୋଙ୍ଗ ଉନ (Kim Jong Un) ଓଜନ ହ୍ରାସ କରିଛନ୍ତି । ନିକଟରେ ପାର୍ଟି ବୈଠକ ସମୟରେ ସାମ୍ନାକୁ ଆସିଥିବା ତାଙ୍କ ଫଟୋ ଆଧାରରେ କୁହାଯାଉଥିଲା ଯେ ତାଙ୍କ ଦେହ ପୂର୍ବ ଅପେକ୍ଷା କମ୍ ମୋଟା ଦେଖାଯାଉଛି । ଏହି କାରଣରୁ ଅନୁମାନ କରାଯାଉଛି ଯେ କିମଙ୍କ ଓଜନ କମ୍ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାର ଆଉ ୪ଟି ଭାରିଆଣ୍ଟ ଲୋକଙ୍କ ପାଇଁ ହୋଇପାରେ ବିପଦ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ


ଏପରିକି ଖବରରେ କୁହାଯାଇଥିଲା ଯେ ତାଙ୍କର ଓଜନ ହ୍ରାସ କିଛି ରୋଗ ହେତୁ ହୋଇଛି କିମ୍ବା ସେ ନିଜେ ଏପରି ଚାହାଁନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ କହିଛି ଯେ ହଠାତ୍ ଓଜନ ହ୍ରାସ ଯୋଗୁଁ ଉତ୍ତର କୋରିଆର ଲୋକମାନେ ଚିନ୍ତା କରିବା ଆରମ୍ଭ କରି ଦେଇଛନ୍ତି । ଏଥିରେ ପ୍ୟୋଙ୍ଗୟୋଙ୍ଗର ଜଣେ ନାଗରିକ କହିଛନ୍ତି ଯେ ଏହି ଖବର ସମସ୍ତ ନାଗରିକଙ୍କ ପାଇଁ ହୃଦୟ ବିଦାରକ ଅଟେ । ଏହି ନାଗରିକ କହିଛନ୍ତି ଯେ କିମଙ୍କୁ ଦେଖି ନା କେବଳ ସେ ବରଂ ଯିଏ ତାଙ୍କୁ ଦେଖିଛନ୍ତି ସେ କାନ୍ଦୁଥିଲେ । ଶୁକ୍ରବାର ପ୍ରସାରିତ ଏକ ସାକ୍ଷାତକାରରେ ଏହି ନାଗରିକ ଏହା କହିଛନ୍ତି । ତେବେ ରଏଟର୍ସ କହିଛି ସେ ଏହି ଫୁଟେଜକୁ ନିଶ୍ଚିତ କରୁନାହିଁ ।


ଅଧିକ ପଢ଼ନ୍ତୁ:-ଆଜିଠାରୁ ଦେଶର ଏସବୁ ରାଜ୍ୟରେ ହେବ ଅନଲକ୍, ଜାଣନ୍ତୁ କେଉଁଠାରେ କ'ଣ ଖୋଲିବ ଓ କ'ଣ ରହିବ ବନ୍ଦ?


ପ୍ୟୋଙ୍ଗୟାଙ୍ଗ ନାଗରିକ ସେଠାରେ ଥିବା ଏକ ବଡ଼ ପରଦାରେ ଏହି ଫୁଟେଜ୍ ଦେଖିଥିଲେ । ଏହି ଫୁଟେଜ୍ ସେତେବେଳର ଥିଲା ଯେତେବେଳେ କିମ ୱାର୍କର୍ସ ପାର୍ଟି ଅଫ୍ କୋରିଆର ଏକ ବୈଠକ ପରେ ଏକ କନ୍ସର୍ଟ ଦେଖିବାକୁ ଯାଇଥିଲେ । ଏଥିରେ ତାଙ୍କ ସହ ଦଳର ଅନ୍ୟ ନେତାମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଫୁଟେଜକୁ ନିଶ୍ଚିତ କରିବାକୁ ସେ ମନା କରି ଦେଇଛନ୍ତି । ନିକଟ ଅତୀତରେ ସାମ୍ନାକୁ ଆସିଥିବା କିମଙ୍କର ଏକ ଫୁଟେଜ ଏହି ଚିନ୍ତା ବଢାଇବା ପାଇଁ କାମ କରିଛି ।


ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଉପରେ ବହୁତ କମ ଜନସାଧାରଣ ମନ୍ତବ୍ୟ ମିଳିଥାଏ । କିନ୍ତୁ କିମଙ୍କ ଫଟୋକୁ ବିଶେଷଜ୍ଞମାନେ ଆକଳନ କରି ବିଶ୍ଳେଷଣ କରିବା ପରେ ବର୍ତ୍ତମାନ ଲୋକମାନେ ଏହା ଉପରେ ମଧ୍ୟ ମନ୍ତବ୍ୟ ଦେଉଛନ୍ତି । ତେବେ କିମଙ୍କ ଓଜନ ହ୍ରାସ ବିଷୟରେ ବ୍ରଡକାଷ୍ଟର କୌଣସି ସୂଚନା ଦେଇନାହାଁନ୍ତି । ଜୁନ୍ ଆରମ୍ଭରେ କିମ ଜୋଙ୍ଗ ଉନ (Kim Jong Un) ଙ୍କ ଓଜନ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ଏପରିକି ସେତେବେଳେ ମଧ୍ୟ ଦୀର୍ଘ ସମୟ ପରେ ତାଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିଥିଲା । ଉତ୍ତର କୋରିଆର ବିଶେଷଜ୍ଞ ସେତେବେଳେ କହିଥିଲେ ଯେ କିମଙ୍କ ଓଜନ ବହୁତ କମିଛି । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବିଭିନ୍ନ କଥା କୁହାଯାଉଛି ।


ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ୱରର କୌଣସି ନୋଟ୍ ତ ଘରେ ବସି ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା! ଜାଣନ୍ତୁ କିପର...


ସୂଚନାଯୋଗ୍ୟ, ଯେତେବେଳେ କିମ ପ୍ରାୟ ଏକ ମାସ ପରେ ହଠାତ୍ ଗଣମାଧ୍ୟମ ସମ୍ମୁଖରେ ଆସିଥିଲେ ତ ସିଓଲ୍ ଭିତ୍ତିକ ଏକ ନ୍ୟୁଜ୍ ୱେବସାଇଟ୍ ଦୁଇଟି ଫଟୋ ମେଳାଇବା ଆଧାରରେ କହିଥିଲା ​​ଯେ ତାଙ୍କ ଓଜନ ହ୍ରାସ ହୋଇଛି ଏବଂ କାନ୍ଧରେ ମଧ୍ୟ କିଛି ପାର୍ଥକ୍ୟ ପଡ଼ିଛି । ଏହି ଆଧାରରେ, ଏହି ୱେବସାଇଟ୍ କହିଥିଲା ଯେ କିମଙ୍କ ଓଜନ ପୂର୍ବ ଅପେକ୍ଷା କମ୍ ହୋଇଛି । ତେବେ ୱେବସାଇଟ୍ ଏଥିପାଇଁ କୌଣସି କାରଣ ଦେଇନାହିଁ ।