ନୂଆଦିଲ୍ଲୀ: Prashant Kishor: ନିର୍ବାଚନୀ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର (Prashant Kishor) ବିହାରରେ ଜନ ସୁରାଜ ଅଭିଯାନ (Jan Suraj Campaign) ଚଳାଉଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ସେ ସାରା ବିହାରର ଭ୍ରମଣ କରିବା ସହ ନିଜ ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛି । ଏହି ସମୟରେ ସେ ସୋମବାର କହିଛନ୍ତି ଯେ, ବିହାରରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ରାଜ୍ୟ-କେନ୍ଦ୍ରିକ ଘଟଣା ଥିଲା ଓ ଏହା ଜାତୀୟ ସ୍ତରରେ କୌଣସି ପ୍ରଭାବ ପକାଇବାର ସମ୍ଭାବନା ନାହିଁ । ଜନତା ଦଳ ୟୁନାଇଟେଡ୍ ବା ଜେଡିୟୁ (JDU) ଭାରତୀୟ ଜନତା ପାର୍ଟି (BJP) ସହିତ ମେଣ୍ଟ ଭାଙ୍ଗି ରାଷ୍ଟ୍ରୀୟ ଜନତା ଦଳ (RJD) ଓ କଂଗ୍ରେସ (Congress) ସହ ମହାମେଣ୍ଟ ସରକାର ଗଠନ କରିବା ପରେ ଏହା ଉପରେ ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ଏପରି ମନ୍ତବ୍ୟ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଉତ୍ତର ବିହାରର ସୀତାମଢ଼ୀ ଜିଲ୍ଲାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ପ୍ରଶାନ୍ତ କିଶୋର ଏହା ମଧ୍ୟ ଦାବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନୂଆ ବିଦ୍ରୋହୀ ଭାବ ରାଜନୈତିକ ଅସ୍ଥିରତାର ପ୍ରତୀକ, ଯାହାର ସାମ୍ନା ବିହାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ "ନୂତନ ବିଜେପି" ର ଉଦୟ ପରେ ଠାରୁ କରିଆସୁଛି । ପ୍ରଶାନ୍ତ କିଶୋର କଟାକ୍ଷ କରି କହିଛନ୍ତି ଯେ, "ଆମେ କେବଳ ନିଶ୍ଚିତ ଭାବରେ ଗୋଟିଏ କଥା କହିପାରିବା ଯେ ଯାହା ବି ହେଉ, ନୀତିଶ କୁମାର କ୍ଷମତାରେ ରହିବେ ଯେମିତି ସେ ଏତେ ବର୍ଷ ଧରି କରିଆସୁଛନ୍ତି ।"


ଏଠାରେ କହି ରଖୁଛୁ ଯେ, ପ୍ରଶାନ୍ତ କିଶୋର ଚାରି ବର୍ଷ ପୂର୍ବେ ଜେଡିୟୁରେ ଯୋଗ ଦେଇଥିଲେ । କିଛି ସପ୍ତାହ ମଧ୍ୟରେ ତାଙ୍କୁ ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା, କିନ୍ତୁ CAA-NPR-NRC ବିବାଦକୁ ନେଇ ଗଭୀର ମତଭେଦ କାରଣରୁ ତାଙ୍କୁ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଦଳରୁ ବହିଷ୍କାର କରାଯାଇଥିଲା ।


ପ୍ରଶାନ୍ତ କିଶୋର ଦାବି କରିଛନ୍ତି, 'ମୁଁ ଆପଣଙ୍କୁ ଲିଖିତ ଭାବରେ କହିପାରେ ଯେ ୨୦୨୫ରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ​​ବିହାର ଆଉ ଏକ ପରିବର୍ତ୍ତନ ଦେଖିବ । କେଉଁ ଦଳ କିମ୍ବା ନେତା କେଉଁ ପଟେ ରହିବେ ମୁଁ ଜାଣେନାହିଁ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ପରିବର୍ତ୍ତନ ହେବ ।"


ଏହା ବି ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ୩୬ ପ୍ରତିଶତ ଶସ୍ତା ମିଳୁଛି ସୁନା! ଜାଣନ୍ତୁ କେମିତି କିଣିବେ ଓ କେଉଁଠି ମିଳିବ


ଏହା ବି ପଢ଼ନ୍ତୁ:-ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର, ବଢ଼ିବ ମହଙ୍ଗା ଭତ୍ତା!


ଏହା ବି ପଢ଼ନ୍ତୁ:-୨୦୨୪ରେ ପିଏମ ମୋଦିଙ୍କ ସାମ୍ନାରେ କିଏ ହେବେ ଚେହେରା? ବିରୋଧୀ ଏହି ଫର୍ମୂଲାରୁ କରିବେ ସ୍ଥିର


ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ପାଇଁ ନୀତିଶ କୁମାରଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତକୁ ପ୍ରଶାନ୍ତ କିଶୋର ଅଧିକ ଗୁରୁତ୍ୱ ଦେଇନାହାଁନ୍ତି । ସେ କହିଛନ୍ତି ଯେ, "ବିହାରକୁ ଶାସନ କରିବା ପାଇଁ ତାଙ୍କୁ ଜନାଦେଶ ମିଳିଛି ଓ ଏହା ତାଙ୍କର ପ୍ରାଥମିକତା ହେବା ଉଚିତ୍ । ଏତଦ୍‌ବ୍ୟତୀତ, ଏଠାରେ ଯାହା ଘଟିଛି ତାହା ଏକ ରାଜ୍ୟ-କେନ୍ଦ୍ରିକ ଘଟଣା, ଯାହା ଦେଶବ୍ୟାପୀ କୌଣସି ପ୍ରଭାବ ପକାଇବାର ସମ୍ଭାବନା ନାହିଁ ।"


ବାସ୍ତବରେ ପ୍ରଶାନ୍ତ କିଶୋର (PK) ବିହାରରେ ଜନ ସୁରଜ ଅଭିଯାନ ଚଳାଉଛନ୍ତି । ସେ ବିଭିନ୍ନ ଜିଲ୍ଲାକୁ ଯାଇ ଲୋକଙ୍କୁ ଭେଟୁଛନ୍ତି । ଏହି ସମୟରେ ବୈଷ୍ଣବ ସଭାରେ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଖୁବ ଶୀଘ୍ର ବିହାର ରାଜନୀତିରେ ଓଲଟପାଲଟ ହେବ । ଆଗକୁ କହିଛନ୍ତି ଯେ, ବିଗତ ଦିନରେ ବିହାରରେ ଯେଉଁ ରାଜନୈତିକ ଭୂକମ୍ପ ଆସିଥିଲା, ଏହା ପରେ ଆହୁରି ଅଧିକ ଭୂକମ୍ପ ଆସିବା ବାକି ରହିଛି ।