UNO Meteorological Agency: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିବାକୁ ଯାଉଥିବା ଯୁଦ୍ଧକୁ ୯ ମାସ ପୂରଣ ହେବାକୁ ଯାଉଛି। ଯୁଦ୍ଧ କାରଣରୁ ଉଭୟ ଦେଶ ସମେତ ବିଶ୍ୱ ସମୁଦାୟକୁ ବିପୁଳ ପରିମାଣର କ୍ଷତି ସହିବାକୁ ପଡ଼ିଛି। ଯୁଦ୍ଧ କାରଣରୁ କେବଳ ଯେ ଋଷିଆ-ୟୁକ୍ରେନ କ୍ଷତି ସହିଛନ୍ତି ତାହା ନୁହେଁ। ବରଂ ବିଶ୍ୱର ବିଭିନ୍ନ ଦେଶର ଅର୍ଥନୀତି ଏହି ଯୁଦ୍ଧ କାରଣରୁ ପ୍ରଭାବିତ ହୋଇଛି।  


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଋଷିଆ-ୟୁକ୍ରେନ ଯୁ୍ଦ୍ଧକୁ (Russia Ukraine War) ନେଇ ଜାତିସଂଘ ପାଣିପାଗ ବିଭାଗ (United Nations Meteorological Department) ଏକ ଚକିତ କରିବା ଭଳି କଥା କହିଛି। ଏହି ଯୁଦ୍ଧରୁ ବିଶ୍ୱକୁ କ'ଣ ଲାଭ ମିଳିବ ତାହା କହିଛନ୍ତି ପାଣିପାଗ ବିଭାଗ ମୁଖ୍ୟ ପେଟେରୀ ଟାଲସ। ଏନେଇ କହିଛନ୍ତି ଯେ ଏହି ଯୁଦ୍ଧକୁ ଜଳବାୟୁ ଦୃଷ୍ଟିକୋଣରୁ ଏକ ବରଦାନ ବୋଲି କୁହାଯାଇ ପାରେ। କାରଣ ଏହା ଦୀର୍ଘ ସମୟ ଧରି ସବୁଜ ଶକ୍ତିର ବିକାଶ ଏବଂ ବିନିଯୋଗରେ ସହାୟକ ହେବ। 


ବିଶ୍ୱ ପାଣିପାଗ ସଙ୍ଗଠନ (World Meteorological Organization) ଡବଲ୍ୟୁଏମଓ ମହାସଚିବ ପେଟେରୀ ଟାଲସ (WMO Secretary General Petteri Taalas) ଏପରି ଏକ ସମୟରେ ଏଭଳି ବିବୃତ୍ତି ଦେଇଛନ୍ତି, ଯେତେବେଳେ ବିଶ୍ୱ ଶକ୍ତି ସଙ୍କଟ (Energy Crisis) ଦେଇ ଗତି କରୁଛି। ଏହି ଶକ୍ତି ସଙ୍କଟର ମୁଖ୍ୟ କାରଣ ହେଉଛି ତୈଳ ଏବଂ ପ୍ରାକୃତିକ ଗ୍ୟାସ (Oil and Natural Gas)। ୟୁକ୍ରେନ ଯୁଦ୍ଧ ପରେ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ (USA led Western Country) ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଫଳରେ ଜୀବାଶ୍ମ ଇନ୍ଧନର (Fossil Fuel) ମୂଲ୍ୟ ବିଶ୍ୱ ବଜାରରେ ବୃଦ୍ଧି ପାଇଚାଲିଛି। କାରଣ ବିଶ୍ୱର ଏକ ପ୍ରମୁଖ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଉତ୍ପାଦକ ଦେଶ ହେଉଛି ଋଷିଆ। ପ୍ରତିବନ୍ଧକ ଲଗାଯିବା କାରଣରୁ ଋଷିଆ ଦ୍ୱାରା ଉତ୍ପାଦିତ ଇନ୍ଧନ ଏବେ ବଜାରକୁ ଆସିବା କଷ୍ଟକର ହୋଇପଡ଼ିଛି। ଯାହା ଫଳରେ ବିଶ୍ୱ ଏବେ ଶକ୍ତି ସଂକଟର ସାମ୍ନା କରୁଛି।   


Also Read: Crude Oil: ଜବରଦସ୍ତ ଅଫର ଦେଲା ଋଷିଆ, କାହା ପଟକୁ ଯିବ ଭାରତ? ମୂଲ୍ୟ ନିର୍ଦ୍ଧାରଣ ଲାଗି ସାହାଯ୍ୟ ଲୋଡିଲେ G7 ଦେଶ


 


ଏହାର ବିକଳ୍ପ ଭାବେ କିଛି ଦେଶ କୋଇଲା (Coal) ଭଳି ବିକଳ୍ପ ଉତ୍ସର ବ୍ୟବହାର ବୃଦ୍ଧି କରିଛନ୍ତି। ତୈଳ, ପ୍ରାକୃତିକ ଗ୍ୟାସ ଏବଂ କୋଇଲା ସମେତ ଅଙ୍ଗାରକାମ୍ଳ (Carbon Dioxide) ଉତ୍ପାଦନ କରୁଥିବା ଇନ୍ଧନର ମୂଲ୍ୟ ବୃଦ୍ଧି ଏବେ ସୌର (Solar), ପବନ (Wind) ଏବଂ ହାଇଡ୍ରୋଥର୍ମାଲ (Hydrothermal) ଭଳି ନବୀକରଣ ଇନ୍ଧନକୁ ଶକ୍ତି ବଜାର ଭିତରକୁ ଠେଲି ଦେଇଛି। ଏବେ ବିଶ୍ୱ ବଜାରରେ ନବୀକରଣ ଯୋଗ୍ୟ ଏବଂ ନବୀକରଣ ଅଯୋଗ୍ୟ ଇନ୍ଧନ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି।


ଋଷିଆ-ୟୁକ୍ରେନ ଯୁଦ୍ଧ ସମଗ୍ର ୟୁରୋପ ମହାଦେଶକୁ ଏକ ଗୁରୁତର ଶକ୍ତି ସଂକଟ ମଧ୍ୟକୁ ଠେଲି ଦେଇଛି। ଆଗାମୀ ପାଞ୍ଚରୁ ଦଶ ବର୍ଷ ମଧ୍ୟରେ ଏହା ସ୍ପଷ୍ଟ ହେବ ଯେ ଏହି ଯୁଦ୍ଧ ଜୀବାଶ୍ମ ଶକ୍ତି ବ୍ୟବହାରକୁ ବୃଦ୍ଧି କରିବ। ଏହି ଯୁଦ୍ଧ ସବୁଜ ସମ୍ବଳ ଗ୍ରହଣର ଗତିକୁ ଆଗକୁ ବଢାଉଛି। ଆମକୁ ନବୀକରଣ ଯୋଗ୍ୟ ଶକ୍ତି ସଞ୍ଚୟ ପାଇଁ ଆମେ ଅଧିକ ବିନିଯୋଗ କରିବାକୁ ହେବ। ଜଳବାୟୁ ଦୃଷ୍ଟିକୋଣରୁ ଏହି ଯୁଦ୍ଧ ବିଶ୍ୱ ଲାଗି ବରଦାନ ସାବ୍ୟସ୍ତ ହୋଇପାରେ ବୋଲି କହିଛନ୍ତି ଡବଲ୍ୟୁଏମଓ ମହାସଚିବ ପେଟେରୀ ଟାଲସ।