Hydrogen Train: ଆପଣ କେତ ପ୍ରକାର ଟ୍ରେନ (Train) ବିଷୟରେ ଜଣିଛନ୍ତି? ବାଷ୍ପଚାଳିତ, ଡିଜେଲ ଓ ବିଦ୍ୟୁତ ଏପରି ମାତ୍ର କେତେକ ପ୍ରକାରର ଟ୍ରେନ ବିଷୟରେ ଅବଗତ ଥିବେ। ହେଲେ ଏବେ ଆଉ ଏକ ଟ୍ରେନର ଚଳାଚଳ ଆରମ୍ଭ କରିବାକୁ ଯାଉଛି। ଯାହା ବୈଜ୍ଞାନିକ ଜ୍ଞାନକୌଶଳକୁ ଆଉ କେଇ ପାଦ ଆଗକୁ ନେଇଯାଇଛି।


COMMERCIAL BREAK
SCROLL TO CONTINUE READING

ଜର୍ମାନୀ (Germany) ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନର (Hydrogen Train) ଉଦଘାଟନ କରିଛି। ହାଇଡ୍ରୋଜେନ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଚାଳିତ ୧୪ଟି ଟ୍ରେନର ଜର୍ମାନର ଲୋୟର ସାକ୍ସୋନିରେ (Lower Saxony) ସଫଳତାର ସହ ଲଞ୍ଚ କରାଯାଇଥିଲା। ବାୟୁମଣ୍ଡଳରେ କାର୍ବନ ଗ୍ୟାସ ହ୍ରାସ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶ୍ୱାସ କରାଯାଏ। ଏହି ପଦକ୍ଷେପ ସହିତ ଜର୍ମାନ ସରକାର ପରିବେଶକୁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିବା କହିଛି। 


ଫ୍ରାନ୍ସିସ କମ୍ପାନୀ ଏଲ୍ସଟାମ ଦ୍ବାରା ନିର୍ମିତ ୧୪ଟି ଟ୍ରେନ୍ ମଧ୍ୟରୁ ପାଞ୍ଚଟି କେବଳ ବୁଧବାର ଦିନ ଚାଲିବା ଆରମ୍ଭ କରିଥିଲା ଏବଂ ଆଗାମୀ ଦିନରେ ଏହି ଟ୍ରାକରେ ଚାଲୁଥିବା ୧୫ଟି ଡିଜେଲ ଟ୍ରେନର ସ୍ଥାନ ନେବ ବୋଲି କୁହାଯାଇଛି। ଏଲ୍ସଟାମ ସିଇଓ ହେନରୀ ପୋପାର୍ଟ-ଲାଫାର୍ଜ ଏକ ବିବୃତ୍ତିରେ କହିଛନ୍ତି ଯେ, ମାତ୍ର ୧ କିଲୋଗ୍ରାମ୍ ହାଇଡ୍ରୋଜେନରେ ପ୍ରାୟ ୪.୫ କିଲୋଗ୍ରାମ ଡିଜେଲ ସହିତ ସମକକ୍ଷ।


ଏହି ଟ୍ରେନ୍ ବାୟୁମଣ୍ଡଳକୁ ପ୍ରଦୂଷିତ କରିବ ନାହିଁ। ଏଥିସହିତ ଅଳ୍ପ ଶବ୍ଦ ସୃଷ୍ଟି କରିବା ସହ ବାଷ୍ପୀଭୂତ ଜଳ ନିର୍ଗତ କରିଥାଏ। ହାଇଡ୍ରୋଜେନରେ ଭର୍ତ୍ତି ଟ୍ୟାଙ୍କରୁ ପାଖାପାଖି ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହି ଟ୍ରାକର ପାଖରେ ଏକ ହାଇଡ୍ରୋଜେନ୍ ଫିଲିଂ ଷ୍ଟେସନ୍ ମଧ୍ୟ ସ୍ଥାପନ ହୋଇସାରିଛି। ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟର ରହିଛି।


ଏହି ଚୁକ୍ତିନାମା ଆଞ୍ଚଳିକ ରେଳ ଅପରେଟର (LNBG) ଓ ଏଲଷ୍ଟମ ମଧ୍ୟରେ 93 ମିଲିୟନ ୟୁରୋ ସ୍ୱାକ୍ଷରିତ ହୋଇଛି। ଏଲଷ୍ଟମର ସିଇଓ ହେନେରୀ କହିଛନ୍ତି, ବଢୁଥିବା ବୈଷୟିକ ପ୍ରଦୂଷଣକୁ ରୋକିବା ପାଇଁ ଏହା ଆମର ଏକ ପ୍ରୟାସ। ଏହ ଦ୍ବାରା ପ୍ରତି ବର୍ଷ ୪୪୦୦ ଟନ୍ CO2 (କାର୍ବନ ଡାଇଅକ୍ସାଇଡ) ବାୟୁମଣ୍ଡଳକୁ ଯିବାରୁ ରୋକାଯାଇ ପାରିବ।


ଏଲଷ୍ଟମଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପ ଦକ୍ଷିଣ ଫ୍ରାନ୍ସିସ ଟାର୍ବସ୍ ସହର ଏବଂ ମଧ୍ୟ ଜର୍ମାନୀରେ ୮୦ ଜଣ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିଛି। ୨୦୧୮ ଠାରୁ ଏହାର ପରୀକ୍ଷା କରାଯାଉଥିଲା କିନ୍ତୁ, ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। 


ରୁଷର ପ୍ରତିବନ୍ଧକ ଲାଗୁହେବା ପରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏକ ଉତ୍ତେଜନାମୂଳକ ପରିସ୍ଥିତିରେ ପରିଣତ ହୋଇଥିବାରୁ ରେଳ ପରିବହନରେ ହାଇଡ୍ରୋଜେନ ଗ୍ୟାସ ଉତ୍ପାଦନ ଏକ ଚ୍ୟାଲେଞ୍ଜ ଅଟେ, ତେଣୁ ହାଇଡ୍ରୋଜେନ କିମ୍ବା ବ୍ୟାଟେରୀ ଚାଳିତ ଟ୍ରେନ ବ୍ୟବହାର କରାଯିବ କି ନାହିଁ ତାହା କମ୍ପାନୀକୁ ନିଷ୍ପତ୍ତି ନେବାକୁ ପଡିବ। ତାପରେ ଜଣାପଡିବ ଯେ ଏହି ଟ୍ରେନ ପୂର୍ଣ୍ଣକାଳ ପାଇଁ ଚାଲିବ କି ଚାଲିବ ଲାହିଁ।