ନୂଆଦିଲ୍ଲୀ: Ykee Benda: ସାରା ଦୁନିଆରେ ଅନେକ ଧର୍ମ (Religions) ର ଲୋକମାନେ ବାସ କରନ୍ତି । ଯଦିଓ ସମସ୍ତ ଧର୍ମରେ ଅନେକ ଜିନିଷ ସମାନ ହୋଇଥାଏ, କିନ୍ତୁ ପ୍ରତ୍ୟେକ ଧର୍ମର ନିଜସ୍ୱ ସ୍ୱତନ୍ତ୍ରତା ଅଛି । ପ୍ରତ୍ୟେକ ଧର୍ମରେ ଏପରି ଅନେକ ଜିନିଷ ଅଛି ଯାହା ଅନ୍ୟ ଧର୍ମର ଲୋକଙ୍କୁ ପ୍ରଭାବିତ କରିଥାଏ । ତଥାପି ଅନେକ ଥର ଲୋକମାନେ ବହୁତ ଅଜବ କାରଣରୁ ମଧ୍ୟ ଧର୍ମ ପରିବର୍ତ୍ତନ କରିବାକୁ ଚାହାଁନ୍ତି । ଏପରି ଏକ ମାମଲା ଉଗାଣ୍ଡା (Uganda) ରୁ ମଧ୍ୟ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଉଗାଣ୍ଡାର ପ୍ରସିଦ୍ଧ ଗାୟକ ୱାଇକ୍ଲିଫ୍ ତୁଗୁମ୍ (Ugandan famous singer Wycliffe Tugume) ଓରଫ ୟାକି ବେଣ୍ଡା ୟାକି (Ykee Benda Ykee) କହିଛନ୍ତି ଯେ ସେ ଇସଲାମ (Islam) ଧର୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି । ଇସଲାମ ଗ୍ରହଣ କରିବା ପାଇଁ ସେ ଦେଇଥିବା କାରଣଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସ୍ଥାନୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ୟାକି କହିଛନ୍ତି ଯେ ସେ ଇସଲାମକୁ ପସନ୍ଦ କରନ୍ତି କାରଣ ଏଥିରେ ଅନେକ ବିଶେଷ ଜିନିଷ ଅଛି ଯେପରି ଆପଣ ୪ ଜଣ ମହିଳାଙ୍କୁ ମଧ୍ୟ ବିବାହ କରିପାରିବେ । ନିକଟ ଅତୀତରେ ହୋଇଥିବା ଇଦ୍ (Eid) ଉତ୍ସବରେ ମୁସଲମାନମାନଙ୍କୁ ଖାଇବାକୁ ଦେବାବେଳେ ୟାକି ତାଙ୍କର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ ।


ସେ (Ykee Benda) ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ଏହା ଦେଖି ବହୁତ ଭଲ ଲାଗେ କି ଇସଲାମିକ ବିବାହରେ ସମସ୍ତ ସ୍ତ୍ରୀମାନେ କୌଣସି ଝଗଡ଼ା ବିନା ଏକାଠି ରୁହନ୍ତି । କୌଣସି ଧର୍ମରେ ଏହା କ୍ୱଚିତ୍ ଘଟେ । ଆପଣଙ୍କୁ କହି ରଖୁଛୁ ଯେ, ୟାକି ଜଣେ ଶିଶୁର ପିତା ଓ ମହିଳାମାନଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ିବା ଓ ବିଗିଡ଼ିବା ଲାଗି ରହିଥାଏ । ଏହି କାରଣରୁ ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି । ୟାକି ବ୍ୟତୀତ ଆହୁରି ଅନେକ କଳାକାର ଅଛନ୍ତି ଯେଉଁମାନେ ଇସଲାମକୁ ଗ୍ରହଣ କରିବା ପାଇଁ ନିଜ ଧର୍ମକୁ ପରିବର୍ତ୍ତନ କରିଛନ୍ତି ।


ଏହା ବି ପଢ଼ନ୍ତୁ:-ଏଣିକି DTC ବସରେ ମହିଳାଙ୍କ ବ୍ୟତୀତ ଏହି ଲୋକମାନେ ମଧ୍ୟ କରିପାରିବେ ମାଗଣାରେ ଯାତ୍ରା


ଏହା ବି ପଢ଼ନ୍ତୁ:-ବିଶେଷଜ୍ଞମାନେ କହିଲେ ଏପରି ଏକ ରହସ୍ୟ ଯାହା ଦ୍ୱାରା ଆପଣ ବଞ୍ଚିପାରିବେ ୧୦୦ ବର୍ଷ, ଜାଣନ୍ତୁ କିପରି...


ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଭାରତୀୟ କମ୍ପାନୀଗୁଡିକର ନେଉଛି ସାହାଯ୍ୟ? ରିପୋର୍ଟରେ ବଡ଼ ଖୁଲାସା


ସୂଚନାଯୋଗ୍ୟ, ୟାକି (Ykee Benda) କେମିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । କେମିକାଲ୍ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ୟାକି କୌଣସି ଚାକିରି  କରିନଥିଲେ । ଏହା ବ୍ୟତୀତ ସେ ଜଣେ ସଂଗୀତଜ୍ଞ ଭାବରେ ତାଙ୍କର ସ୍ୱପ୍ନକୁ ପୂରଣ କରିଛନ୍ତି ଓ ଏହାକୁ ସେ ନିଜ କ୍ୟାରିଅର୍ କରିଛନ୍ତି ।