ନୂଆଦିଲ୍ଲୀ: କୋରୋନା ସଂକଟ କାଳରେ ଗତକାଲି ପାଳିତ ହୋଇଥିଲା ଆନ୍ତର୍ଜାତୀୟ ଯୋଗ ଦିବସ। ଭାରତୀୟ ଉପମହାଦେଶରୁ ଉତ୍ପତ୍ତି ଲାଭ କରିଥିବା ଯୋଗ ଏବେ ସୁଦୂର ଆରବ ଜଗତରେ ପ୍ରବେଶ କରିଛି। ଯୋଗ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଭାରତ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ସାଉଦି ଆରବ। ଏହି ଉପସାଗରୀୟ ଦେଶରେ ଯୋଗ ଲୋକପ୍ରିୟ ହୋଇଉଠିଛି।   


COMMERCIAL BREAK
SCROLL TO CONTINUE READING

ଏକ ଔପଚାରିକ "ଯୋଗ ପ୍ରୋଟକଲ" (Yoga Protocol) ପାଳନ କରିବା ଲାଗି ଭାରତ ସହ ବୁଝାମାଣ ପତ୍ର-ଏମଓୟୁ (Memorandum of Understanding-MoU) ସ୍ୱାକ୍ଷର କରିଛି ଉପସାଗରୀୟ ଅଞ୍ଚଳର (Gulf Region) ପ୍ରମୁଖ ଦେଶ ସାଉଦି ଆରବ (Saudi Arabia)। ଏହି ଦେଶର ଲୋକଙ୍କର ମଧ୍ୟରେ ଯୋଗ ପ୍ରତି ଆକର୍ଷଣ ବଢିବାରେ ଲାଗିଛି।   


ଯୋଗକୁ ଏକ ଔପଚାରିକ ଖେଳ (Formal Sports Activity) ଭାବେ ମାନ୍ୟତା ପ୍ରଦାନ କରିଛି ସାଉଦି ଆରବ କ୍ରୀଡା ବିଭାଗ (Saudi Arab Sports Ministry)। ଗତ ୨୦୧୭ ନଭେମ୍ବରରୁ ଦେଶରେ ଯୋଗର ପ୍ରବେଶ  ନେଇ ଅନୁମତି ଦେଇଥିଲେ ସ୍ଥାନୀୟ ସରକାର। ଏନେଇ ସେତେବେଳେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା। 


ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ (Indian Ambassador) ଡ. ଅଉସଫ ସୟିଦ (Dr.Ausaf Sayeed) ଏବଂ ସାଉଦି କ୍ରୀଡା ବିଭାଗ ଅଧିନସ୍ଥ ଲିଡର୍ସ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ (Leaders Development Institut) ସଂସ୍ଥାର ମବାନିର୍ଦ୍ଦେଶକ ଅବଦୁଲ୍ଲା ଫୈସଲ ହମାଦଙ୍କ (Abdullah Faisal Hammad) ମଧ୍ୟରେ ଏକ ବୁଝାମାଣ ପତ୍ର ସ୍ୱାକ୍ଷରିତ ହୋଇଥିଲା। 


ସାଉଦି ଆଇନ କାନୁନ ଅନୁସାରେ ଦେଶର ଯୋଗ କେଉଁ ମାନଦଣ୍ଡ ଆଧାରରେ କରାଯିବ, ଏହାର ପ୍ରଶିକ୍ଷଣ କିପରି ହେବ, ଯୋଗ ପ୍ରଶିକ୍ଷକଙ୍କୁ କିପରି ମାନ୍ୟତା ପ୍ରଦାନ କରାଯିବ ସେ ବାବଦରେ ଏହି ବୁଝମଣା ପତ୍ରରେ କୁହାଯାଇଥିଲା। ଯୋଗ ବାବଦରେ ସମସ୍ତ ତଥ୍ୟ ସାଉଦି କ୍ରୀଡା ବିଭାଗ ଅଧିନସ୍ଥ ଲିଡର୍ସ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ସଂସ୍ଥାକୁ ପ୍ରଦାନ କରିବ ଭାରତ ସରକାରଙ୍କ (Govt of India) ଆୟୂଷ ମନ୍ତ୍ରଣାଳୟ ଅଧିନସ୍ଥ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (Morarji Desai National Institute of Yoga)।  


ଦେଶରେ ଯୋଗର ପ୍ରଚାର ପ୍ରସାର ପାଇଁ ଏହି ସଂସ୍ଥା କାର୍ଯ୍ୟ କରିଥାଏ। କେବଳ ଭାରତ ନୁହେଁ ଏବେ ସାଉଦି ସରକାର ଅନ୍ୟ ଖେଳ ସଂଘ (Sports Federation) ଭଳି ଯୋଗ ପାଇଁ ଦେଶରେ ଏକ କମିଟି (Saudi Yoga Committee) ଗଠନ କରିଛନ୍ତି। ଯାହାର ମୁଖ୍ୟ ହେଉଛନ୍ତି ନୈଫ ମାରୱାଇ (Nouf Marwaai)। ସେ ହେଉଛି ପ୍ରଥମ ସାଉଦି ଯୋଗଚାର୍ଯ୍ୟ (Saudi Yogacharya) ଯୋଗକୁ ଲୋକପ୍ରିୟ (Popularization of Yoga) କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଗତ ୨୦୧୮ ବର୍ଷ ପାଇଁ ଚତୁର୍ଥ ଭାରତୀୟ ସର୍ବୋଚ୍ଚ ବେସାମରିକ ରତ୍ନ (Fourth Indian Highest Civilian Award) ପ୍ରଦ୍ମଶ୍ରୀ (Padma Shri) ପ୍ରଦାନ କରାଯାଇଥିଲା।