ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡକୁ (Aadhaar Card) ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ଗଣତି କରାଯାଉଛି । ଅଧିକାଂଶ ସରକାରୀ ଯୋଜନା (Government Schemes) ପାଇଁ ମଧ୍ୟ ଆଧାର ବାଧ୍ୟତାମୂଳକ ରହିଛି । ଏପରି ପରିସ୍ଥିତିରେ ଯଦି କେହି ପ୍ରଥମ ଥର ପାଇଁ ଆଧାର କାର୍ଡ ତିଆରି କରିଥାଏ ତେବେ ଏଥିପାଇଁ ତାଙ୍କୁ ଜନ୍ମ ଓ ଠିକଣା ପ୍ରମାଣ (ID card) ଆବଶ୍ୟକ ହେଉଥିଲା । ବର୍ତ୍ତମାନ ଯଦି ଆପଣଙ୍କର କୌଣସି ଆଇଡି ନାହିଁ, ତଥାପି ଆପଣ ମଧ୍ୟ ଆଧାର କାର୍ଡ ତିଆରି କରିପାରିବେ । ତେବେ ଜାଣନ୍ତୁ କିପରି କରିବେ?


COMMERCIAL BREAK
SCROLL TO CONTINUE READING

ବିନା ଡକ୍ୟୁମେଣ୍ଟରେ ଏହିପରି ତିଆରି ହୋଇପାରିବ ଆଧାର କାର୍ଡ  
କୌଣସି ଡକ୍ୟୁମେଣ୍ଟ ବିନା ଆଧାର କାର୍ଡ ପାଇବାକୁ ହେଲେ ଆପଣଙ୍କୁ ନିକଟସ୍ଥ ଆଧାର ସେବା କେନ୍ଦ୍ର (Adhar Center) ଯିବାକୁ ପଡିବ । ସେଠାରେ ଇଣ୍ଟରଡ୍ୟୁସରଙ୍କ (Introducer) ସାହାଯ୍ୟରେ ସହଜରେ ଆଧାର କାର୍ଡ (Aadhaar Card) ବନାଇପାରିବେ । ଇଣ୍ଟରଡ୍ୟୁସରଙ୍କୁ UIDAI ଦ୍ୱାରା ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ କରାଯାଇଛି । ଯଦିଓ ଇଣ୍ଟରଡ୍ୟୁସରଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଆଧାର କେନ୍ଦ୍ରରେ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ଆଧାର କାର୍ଡ଼ ତିଆରି ହେବ ଓ ୯୦ ଦିନ ମଧ୍ୟରେ କାର୍ଡ ଆପଣଙ୍କ ପ୍ରଦତ୍ତ ଠିକଣାକୁ ପୋଷ୍ଟାଲ ମାଧ୍ୟମରେ ପଠାଯିବ ।


ଅଧିକ ପଢ଼ନ୍ତୁ: ଭାରତ ସହ କଥାବାର୍ତ୍ତା ପାଇଁ ଧାର୍ଯ୍ୟହରା ହେଲେ ଇମ୍ରାନ, ମନକୁ ମନ ରଖିଲେ ଏହି ସର୍ତ୍ତ  


ଇଣ୍ଟରଡ୍ୟୁସର (Introducer) ଆବେଦନକାରୀଙ୍କ ପରିଚୟ ଓ ଠିକଣା ନିଶ୍ଚିତ କରିବାର କାର୍ଯ୍ୟ କରନ୍ତି । ଏହା ସହିତ ଏନରୋଲମେଣ୍ଟ ଫର୍ମରେ (Aadhaar Enrolment Form) ଦସ୍ତଖତ କରିବା ପାଇଁ ମଧ୍ୟ କାମ କରିଥାନ୍ତି । UIDAI ନିର୍ଦ୍ଦେଶାବଳୀ ଅନୁଯାୟୀ, ଇଣ୍ଟରଡ୍ୟୁସରଙ୍କୁ ଆବେଦନକାରୀଙ୍କ ନାମରେ ଏକ ସାର୍ଟିଫିକେଟ୍ ଜାରି କରିବାକୁ ମଧ୍ୟ ପଡିଥାଏ । ଯାହା ତିନିମାସ ପାଇଁ ବୈଧ ଅଟେ । ଆଧାର ବନାଇବା ପ୍ରକ୍ରିୟା ସମୟରେ ଇଣ୍ଟରଡ୍ୟୁସର ସେଠାରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ।