ନୂଆଦିଲ୍ଲୀ: କମିଲା ଭବିଷ୍ୟନିଧି ପାଣ୍ଠି ବା ଇପିଏଫ୍ ସୁଧ ହାର । ସୁଧ ହାର ୮.୬୫ରୁ ୮.୫୦ରୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଇପିଏଫଓ ​​ ପ୍ରୋଭିଡେଣ୍ଟ ଫଣ୍ଡ ଜମା ଉପରେ ସୁଧ ହାରକୁ ଚଳିତ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତକୁ ହ୍ରାସ ହୋଇଥିବା କେନ୍ଦ୍ର ଶ୍ରମ ମନ୍ତ୍ରୀ କହିଛନ୍ତି । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏହି ନିଷ୍ପତି ନେଇଛି ।


COMMERCIAL BREAK
SCROLL TO CONTINUE READING

ଇପିଏଫଓ ଏହାର ପ୍ରାୟ ଛଅ କୋଟି ଗ୍ରାହକଙ୍କୁ ୨୦୧୮-୧୯ ପାଇଁ ଇପିଏଫ ଉପରେ ୮.୬୫ ପ୍ରତିଶତ ସୁଧ ହାର ପ୍ରଦାନ କରିଛି । ଗୁରୁବାର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବା ସିବିଟି ବୈଠକରେ ୨୦୧୯-୨୦୨୦ ପାଇଁ ଇପିଏଫ୍ ଜମା ଉପରେ ୮.୫ ପ୍ରତିଶତ ସୁଧ ହାର ପ୍ରଦାନ କରିବାକୁ ଇପିଏଫ୍ ନିଷ୍ପତ୍ତି ନେଇଛି । ସରକାରୀ ପ୍ରୋଭିଡେଣ୍ଟ ଫଣ୍ଡ ଓ  ଡାକଘର ସଞ୍ଚୟ ଯୋଜନା ପରି ସରକାରଙ୍କ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ କ୍ଷୁଦ୍ର ସଞ୍ଚୟ ଯୋଜନା ସହିତ ଇପିଏଫ୍ ସୁଧ ହାରକୁ ସମାନ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟର ପ୍ରସ୍ତାବକୁ ଶ୍ରମ ମନ୍ତ୍ରଣାଳୟ ଗ୍ରହଣ କରିନାହଁ ।


ଇପିଏଫଓ ଏହାର ଗ୍ରାହକମାନଙ୍କୁ ୨୦୧୬-୧୭ ବର୍ଷ ପାଇଁ ୮.୬୫ ପ୍ରତିଶତ ଓ ୨୦୧୭-୧୮ ରେ ୮.୫୫ ପ୍ରତିଶତ ସୁଧ ପ୍ରଦାନ କରିଥିଲା । ୨୦୧୫-୧୬ ଆର୍ଥିକ ବର୍ଷରେ ସୁଧ ହାର ୮.୮ ପ୍ରତିଶତରୁ ସାମାନ୍ୟ ଅଧିକ ଥିଲା । ଏବେ ସରକାର ସୁଧହାର ୦.୧୫ ପ୍ରତିଶତ କମାଇବା ଯୋଗୁଁ  ୨୦୧୯-୨୦ ବର୍ଷ ପାଇଁ ଇପିଏଫ ୮.୫ ପ୍ରତିଶତ ସୁଧ ମିଳିବ ।  ଏହା ବ୍ୟତୀତ ପେନସନ ରାଶି ବଢ଼ାଇବା ପାଇଁ ଶ୍ରମ ମନ୍ତ୍ରଣାଳୟ ଖୁବଶୀଘ୍ର ପିଏମଓକୁ ପ୍ରସ୍ତାବ ଦେବ ବୋଲି ସିବିଟି ବୈଠକରେ ନିଷ୍ପତି ନିଆଯାଇଛି ।