ଭୁବନେଶ୍ୱର: କୁନି ହାତରେ ସହାୟତା । ନିଜର ପିଗି ବ୍ୟାଙ୍କରେ ସଞ୍ଚିତ ଟଙ୍କାକୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲା ୯ ବର୍ଷର ବାଳକ ଠାକୁର ରାଜବୀର । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ସାରା ବିଶ୍ବ ସହ ଦେଶ ଏକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ନିଜକୁ ଏଥିରେ ସାମିଲ କରିଛନ୍ତି ଏହି ବାଳକ । ରାମାୟଣର ରାମ ସେତୁରେ ଗୁଣ୍ଡୁଚି ମୂଷା ସଦୃଶ ସାହାଯ୍ୟ ଲକ୍ଷ୍ୟରେ ଛୋଟବେଳୁ ସଞ୍ଚୟ କରିଥିବା ୨୦୨୦ ଟଙ୍କା ସେ କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି ।
କୋରୋନା ନାମକ ଅଜଣା ଭୂତାଣୁର ମୁକାବିଲା ପାଇଁ ମାନସିକ ସ୍ତରରେ ସଭିଏଁ ଏକଜୁଟ ହେଉଥିବା ବେଳେ ଆର୍ଥିକ ସହାୟତା ଜରୁରୀ ହୋଇପଡିଛି । ଏଭଳି ପରିସ୍ଥିତିରେ ନିଜକୁ ସାମିଲ କରିଛନ୍ତି ଭୁବନେଶ୍ୱର ରହୁଥିବା ୯ ବର୍ଷର ବାଳକ ଠାକୁର ରାଜବୀର ଦାସ । ପିଲାଟିବେଳୁ ତାଙ୍କ ପରିବାର ବନ୍ଧୁବାନ୍ଧବ ମାନେ ସ୍ନେହଶ୍ରଦ୍ଧାରେ ଦେଇଥିବା ଟଙ୍କାକୁ ସଞ୍ଚୟ କରି ରଖିଥିବା ପିଗି ବ୍ୟାଙ୍କର ଟଙ୍କାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଟେକିଦେଇଛନ୍ତି । ଏପରି ଅସମୟରେ ପ୍ରତିଟି ସାହାଯ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ ବାର୍ତ୍ତା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏଯାବତ ସେ ସଞ୍ଚୟ କରିଥିବା ୨୦୨୦ ଟଙ୍କାରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦୧୦ ଟଙ୍କା ଲେଖାଏଁ ଦାନ କରିଛନ୍ତି । ନିଜ ପିତାମାତଙ୍କ ସହ ବିବେକାନନ୍ଦ ମାର୍ଗସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଏହି ଅର୍ଥ ରାଶି ସେ ଜମା କରିଛନ୍ତି ।


ତେବେ ବିଭିନ୍ନ ବର୍ଗର ଲୋକମାନେ ନିଜ ସାମର୍ଥ୍ୟ ଅନୁଯାଇ ବିପର୍ଯ୍ୟୟ ମୁକାବିଲା ପାଇଁ ଅର୍ଥରାଶି ଦାନ କରୁଥିବା ବେଳେ ଛୋଟ ପିଲାମାନଙ୍କ ମଧ୍ୟରେ ଏହି ଆଦର୍ଶ ସତରେ ପ୍ରଶଂସନୀୟ ।