ଭୁବନେଶ୍ୱର: ସମଗ୍ର ଦେଶ ସମେତ ଓଡ଼ିଶାରେ କ୍ରମାଗତ କୋରୋନା ଭୂତାଣୁ(Coronavirus) ସଂକ୍ରମିତଙ୍କ ମାମଲା ବଢ଼ି ବଢ଼ି ଚାଲିଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ଲଗାତର ସୁଧାର ଆସୁଛି । ଏହି କ୍ରମରେ ଆଜି(ବୁଧବାର) ରାଜ୍ୟରେ ପୁଣି ୧୬୨୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬,୯୩୫ ଜଣ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଚାଷୀଙ୍କ ପାଇଁ ଖୁସି ଖବର, ମୋଦି ସରକାର କଲେ ଏହି ବଡ଼ ଘୋଷଣା


ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ସର୍ବାଧିକ ୩୨୪ ଜଣ, ଖୋର୍ଦ୍ଧାରୁ ୨୬୫ ଜଣ, ଗଜପତିରୁ ୧୨୭ ଜଣ, କଟକରୁ ୧୧୦ ଜଣ, ପୁରୀରୁ ୮୫ ଜଣ, କୋରାପୁଟରୁ ୬୯ ଜଣ, ନୂଆପଡାରୁ ୬୮ ଜଣ, ବାଲେଶ୍ୱରରୁ ୬୬ ଜଣ, ନୟାଗଡରୁ ୬୨ ଜଣ, କଳାହାଣ୍ଡିରୁ ୪୩ ଜଣ, ସୁନ୍ଦରଗଡ଼ରୁ ୪୧ ଜଣ, କନ୍ଧମାଳରୁ ୩୫ ଜଣ, ମାଲକାନଗିରିରୁ ୩୩ ଜଣ, ଯାଜପୁରରୁ ୩୨ ଜଣ, ଢେଙ୍କାନାଳରୁ ୨୫ ଜଣ, କେନ୍ଦ୍ରାପଡାରୁ ୨୩ ଜଣ, ଭଦ୍ରକରୁ ୨୨ ଜଣ, ବଲାଙ୍ଗୀରରୁ ୨୨ ଜଣ, ମୟୂରଭଞ୍ଜରୁ ୨୧ ଜଣ, ରାୟଗଡାରୁ ୧୮ ଜଣ, କେନ୍ଦୁଝରରୁ ୧୭ ଜଣ, ସମ୍ୱଲପୁରରୁ ୧୪ ଜଣ, ବୌଦ୍ଧରୁ ୧୧ ଜଣ, ନବରଙ୍ଗପୁରରୁ ୮ ଜଣ, ଜଗତସିଂହପୁରରୁ ୩ ଜଣ, ସୁବର୍ଣ୍ଣପୁରରୁ ୩ ଜଣ ଏବଂ ଅନୁଗୋଳରୁ ଜଣେ କୋରୋନା ସଂକ୍ରମିତ(COVID-19 Positive) ସୁସ୍ଥ ହୋଇଛନ୍ତି । 




ଅଧିକ ପଢ଼ନ୍ତୁ:-ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬୭,୧୨୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୭୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୪୫,୩୧୫ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୧,୩୮୨ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।