ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ପରିସରରେ ସନ୍ଧ୍ୟା ୫.୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯିବ । କୋଭିଡ-19 ଯୋଦ୍ଧାଙ୍କ ସମ୍ମାନ ଉଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିବାରୁ ବିଧାନସଭା ପରିସରରେ ମଧ୍ୟ ଏହା ଗାନ କରାଯିବ । ଓଡିଶା ବିଧାନସଭା ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବିଧାନସଭାର ସମସ୍ତ କର୍ମଚାରୀ ବିଧାନସଭା ପରିସରରେ ଉପସ୍ଥିତ ରହି ସମୂହ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବେ ବୋଲି ଜୀ ଓଡ଼ିଶାକୁ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।


COMMERCIAL BREAK
SCROLL TO CONTINUE READING

ଭାରତ ସମେତ ସାରା ଓଡ଼ିଶାରେ କୋରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି । ଏହି ସମୟରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଅନ୍ୟାନ୍ୟ କୋଭିଡ ଯୋଦ୍ଧା କୋରୋନା ମୁକାବିଲାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ସନ୍ଧ୍ୟା ସନ୍ଧ୍ୟା ୫.୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗୀତ ଗାଇବାକୁ ସମସ୍ତ ଓଡ଼ିଆଙ୍କୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ସେ କହିଥିଲେ ଯେ, ୨ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋରାନା ଆତଙ୍କ ସୃଷ୍ଟି କରିଛି । ସେହି ଏକା ସମୟରେ ଆମ ଓଡିଶା ମଧ୍ୟ କୋଭିଡ ବିରୁଦ୍ଧରେ ତାର ଯୁଦ୍ଧ ଆରମ୍ଭ କରିଛି ।