ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଘରେ ମୃତଦେହ, ପରିବାରର ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ । ବଡ଼ ଭାଇକୁ ହରାଇ ପୁରା ଭାଙ୍ଗି ପଡ଼ିଥିବା ୩ ଭଉଣୀ, ସାନ ଭାଇ ଓ ଜନ୍ମଦାତ୍ରୀ ମାଆ କରିଛନ୍ତି ଏଭଳି ଉଦ୍ୟମ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । BTM ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁର ଏହି ଘଟଣା ପୁରା ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିପକାଇଛି । 


COMMERCIAL BREAK
SCROLL TO CONTINUE READING

ଯାହା ଜଣାପଡ଼ିଛି, ଏହି ପରିବାରର ବଡ଼ ପୁଅ ଦୀପକ ବିଶ୍ୱାଳ ଗତ ୨୦୧୮ ମସିହାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଘରେ ଦୀର୍ଘ ୨ ବର୍ଷ କାଳ ଶଯ୍ୟାଶାୟୀ ହେବା ପରେ ଶେଷରେ ଗତକାଲି ସେ ଆଖି ବୁଜିଥିଲେ । ଆଉ ଏଥିରେ ଭାଙ୍ଗି ପଡ଼ିଥିଲା ପୁରା ପରିବାର । ଆଉ ସମସ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସାରା ପରିବାର । 


ଗୋଟିଏ ପଟେ ଘରେ ପଡ଼ି ରହିଛି ଭାଇର ମୃତଦେହ । ଅନ୍ୟପଟେ ୩ ଭଉଣୀ, ସାନ ଭାଇ ଓ ମାଆ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଜଣେ ଭଉଣୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସାମାନ୍ୟ ସୁସ୍ଥ ହୋଇଥିବା ମୃତକଙ୍କ ଜଣେ ଭଉଣୀ କହିଛନ୍ତି, ଭାଇର ମୃତ୍ୟୁ ହେବା ପରେ ଆମେ ଏଭଳି ନିଷ୍ପତ୍ତି ନେଇଥିଲୁ । ଗତକାଲି ଭାଇର ମୃତ୍ୟୁ ହୋଇଗଲା, ଆମେ ସମସ୍ତ ମିଶି ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲୁ । ଆଉ ଫିନାଇନ ପଇଦେଲୁ । 


ଏ ଘଟଣା ଏବେ ସମଗ୍ର ରାଜ୍ୟରେ ଚହଳ ପଖାଇ ଦେଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ପରିବାରର ସମସ୍ତ ସଦସ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ଭାଇର ମୃତ ଦେହ ଘରେ ପଡ଼ିରହିଛି ।