ବୌଦ୍ଧ: ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲାର ତାଲିକାରୁ ବାଦ ପଡ଼ିଲା ୫ଟି ଜିଲ୍ଲା । ଏନେଇ ପୋଲିସ ମହାନିର୍ଦ୍ଦେଶକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ତାଲିକାରେ ବୌଦ୍ଧ, ଅନୁଗୋଳ, ସମ୍ବଲପୁର, ଦେଓଗଡ଼ ଏବଂ ନୟାଗଡ଼ ଜିଲ୍ଲା ସାମିଲ ରହିଛି । ପୋଲିସ ନିର୍ଦ୍ଦେଶକଙ୍କ ଟ୍ୱିଟ୍ ପରେ ବୌଦ୍ଧ ଏସପି ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି । ମାଓ ପ୍ରଭାବିତ ତାଲିକାରୁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲା ବାଦ ପଡିବା ପରେ ଜିଲ୍ଲାକୁ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ମିଳୁଥିବା SREରୁ ମଧ୍ୟ ବାଦ ପଡିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର ବିଗତ ବର୍ଷ ବର୍ଷ ଧରି ମାଓବାଦୀ ମାନଙ୍କ ଗତିବିଧି ରହିଥିଲା । ଏପରିକି ବୌଦ୍ଧ ମହିଳା କ୍ୟାଡ଼ର ମାଓବାଦୀଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । ବୌଦ୍ଧରେ ପୋଲିସ ଓ ମାଓବାଦୀଙ୍କ  ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଜିଲ୍ଲାରେ ବଡ଼ ଧରଣର କୌଣସି ମାଓବାଦୀ ଆକ୍ରମଣ ହୋଇନଥିବା ଜଣାପଡିଛି । 


ଜିଲ୍ଲାରେ ବହୁ ଦୁର୍ଗମ ଅଂଚଳ ରହିଥିବା ବେଳେ ସେସବୁ ଗାଁ ମାନଙ୍କୁ ଆଜି ବି ଯାତାୟତର ସୁବିଧା, ଟେଲିଫୋନର ସୁବିଧା ଭଳି ମୌଳିକ ସୁବିଧା ସୁଯୋଗ ପହଂଚି ପାରିନାହିଁ । ତେବେ ଦୁର୍ଗମ ଅଂଚଳରେ ବିକାଶ ଏକ ମାତ୍ର ମାଓବାଦୀଙ୍କ ଦମନ ବୋଲି କୁହାଯାଉଥିବାବେଳେ ସେସବୁ ଅଞ୍ଚଳରେ ବିକାଶ ଏଯାଏଁ ପହଁଚି ନଥିବାବେଳେ  ଜିଲ୍ଲାକୁ ମାଓ ମୁକ୍ତ ଭାବେ ତାଲିକାରୁ ବାଦ୍ ଦେବା ଏବଂ ସୁରକ୍ଷା ଦୃଷ୍ଟି ରୁ ଆସୁଥିବା ଅର୍ଥ କାଟ କରିବା ଆଗାମୀ ଦିନରେ ଏହା ପୁଣି ମାଓବାଦୀ ମାନଙ୍କୁ ତାଙ୍କର ଚଳପ୍ରଚଳ ବଢାଇପାରେ ବୋଲି ଆଶଙ୍କା କରାଯାଇଛି ।