Online Scam:


COMMERCIAL BREAK
SCROLL TO CONTINUE READING

ଅନଲାଇନ୍ ଠକେଇକୁ ରୋକିବା ପାଇଁ ସରକାର କ୍ରମାଗତ ଭାବେ ନୂଆନୂଆ ପଦକ୍ଷେପ ନେଉଛନ୍ତି। ସାଇବର ଅପରାଧ ହେତୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହେଉଛି । ଲୋକଙ୍କୁ ଠକି ସାଇବର ଠକ ନିଜ ଖାତା ଭରୁଛନ୍ତି । କିନ୍ତୁ ଲୋଭରେ ହେଉ କି ଅଜ୍ଞାନତା ବଶତଃ ଲୋକ ଏହି ଠକଙ୍କ ଜାଲରେ ପଡୁଛନ୍ତି । ବର୍ତ୍ତମାନ ସାଇବର କ୍ରାଇମ ପୋଲିସ ମଧ୍ୟ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେବା ଆରମ୍ଭ କରିଛି । ଏଥିସହ ସାଇବର ପୋଲିସ ଏ ସମ୍ପର୍କରେ ପରାମର୍ଶ ଜାରି କରିଛି। ଏଥିରେ 'ଅନଲାଇନ୍ ଟ୍ରେଡିଂ ସ୍କାମ' ବିଷୟରେ କିଛି ସୂଚନା ଦିଆଯାଇଛି ।


ଅନଲାଇନ୍ ସ୍କାମ ବିଷୟରେ କହିବାକୁ ଗଲେ ଅନେକ ସ୍କାମ ଚାଲିଛି । ଓଟିପି ସ୍କାମ ପୁରୁଣା ହୋଇଗଲାଣି । ଏବେ ସ୍କାମରମାନେ ହ୍ୱାଟସ୍ ଆପ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୀଡିତଙ୍କୁ ଟାର୍ଗେଟ କରୁଛନ୍ତି। ପୀଡିତଙ୍କ ଫୋନରେ ଏକ ବିଜ୍ଞାପନ ବାର୍ତ୍ତା ଆସିଥାଏ । ଯେଉଁଥିରେ ମାଗଣା ସେୟାର ମାର୍କେଟ ଟ୍ରେଡିଂ ଟିପ୍ସ ବାବଦରେ  କୁହାଯାଇଥାଏ । ବିଜ୍ଞାପନ ମାଧ୍ୟମରେ ସ୍କାମରମାନେ ପୀଡିତଙ୍କ ସହ ଯୋଗାଯୋଗ କରନ୍ତି ଏବଂ ବିଭିନ୍ନ ସେୟାରରେ ନିବେଶ ସମ୍ବନ୍ଧିତ  ଟିପ୍ସ ଦିଅନ୍ତି । ଏପରିକି କେତେବେଳେ ଆପଣ ଷ୍ଟକ୍ ବିକ୍ରୟ କରିବା ଉଚିତ ସେବାବଦରେ ମଧ୍ୟ ସ୍କାମର ମାନେ ପୀଡିତମାନଙ୍କୁ ଟିପ୍ସ ଦିଅନ୍ତି ।


 ପୀଡିତଙ୍କ ବିଶ୍ୱାସ ହାସଲ କରିବା ପରେ ସ୍କାମର ସେମାନଙ୍କୁ ଆପ୍ ଇନଷ୍ଟଲ  କରିବାକୁ କୁହନ୍ତି। କିନ୍ତୁ ସ୍କାମର ଯେଉଁ ଆପ୍ ଇନଷ୍ଟଲ କରିବାକୁ କୁହନ୍ତି ତାହା ଗୁଗଲ ପ୍ଲେ’ ଷ୍ଟୋର ଭଳି ସ୍ଥାନରେ ମିଳେନାହିଁ । ଏହା ସ୍କାମରଙ୍କ ଦ୍ୱାର ଡେଭଲପ୍ କରାଯାଇଥିବା ନିଜସ୍ୱ ଆପ୍ ହୋଇଥାଏ । ଏହି ଆପ୍  ସାହାଯ୍ୟରେ ଲୋକଙ୍କ ମୋବାଇଲକୁ ସ୍କାମର ହ୍ୟାକ୍ କରନ୍ତି । ସବୁଠୁ ବଡ କଥା ହେଉଛି ଲୋକମାନେ ଏହା ମଧ୍ୟ ଜାଣି ନାହାଁନ୍ତି ଯେ ଏହା ଏକ ସ୍କାମ ଏବଂ ସେମାନଙ୍କର ଅନେକ ବ୍ୟକ୍ତିଗତ ସୂଚନାକୁ ସ୍କାମର ଚୋରି କରୁଛନ୍ତି ।  ପୋଲିସ ଏ ସମ୍ପର୍କରେ ସୂଚନା ଦେଇ କହିଛି, 'ପୀଡିତମାନେ INSECG, CHS-SES, SAAI, SEQUOIA ଏବଂ GOOMI ନାମକ ଆପ୍ ଇନଷ୍ଟଲ କରୁଛନ୍ତି । ଏହି ଆପଗୁଡିକ SEBI ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇନାହିଁ । ଏଗୁଡିକ ଜରିଆରେ ସ୍କାମ ଚାଲିଛି ।


ପୋଲିସ ଆହୁରି ମଧ୍ୟ କହିଛି ଯେ,ଏହି ଆପ୍ ଗୁଡିକୁ ଏମିତି ଡିଜାଇନ୍ କରାଯାଇଛି ଯେ, ଡିଜିଟାଲ ୱାଲେଟରେ ନକଲି ଲାଭ ଦେଖାଯାଏ । ବ୍ୟାଙ୍କ ଖାତାରେ ବାକି ଟଙ୍କା ଡିପୋଜିଟ୍ କରାଯାଏ । ପିଡ଼ୀତ ଯେତେବେଳେ ଟଙ୍କା ଉଠାଇବାକୁ ଉଦ୍ୟମ କରନ୍ତି ସେତବେଳେ ସେତେବେଳେ ତାଙ୍କୁ କୁହାଯାଏ ଯେ, ଲାଭ ୫୦ ଲକ୍ଷ ନହେବା ପର୍ଯ୍ୟନ୍ତ ଟଙ୍କା ଉଠା ଯାଇ ପାରିବ ନାହିଁ । ଯଦି ପିଡିତ ସନ୍ଦେହ କରନ୍ତି ତେବେ କମ୍ପାନୀ ପଲିସି କଥା କହି ତାଙ୍କୁ ଭୁଆଁ ବୁଲା ଯାଏ ।