ନୂଆଦିଲ୍ଲୀ: ସଂଶୋଧିତ ନାଗରକିତା ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି | ଏହି ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ରାଜଧାନୀରେ ହୋଇଥିବା ପ୍ରଦର୍ଶନ ଆଳରେ ଆତଙ୍କବାଦୀ ଆକ୍ରମଣ କରିବାର ଷଡଯନ୍ତ୍ର ରଚିଥିଲା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସି(ଆଇଏସଆଇ) | ଏହା ମାଧ୍ୟମରେ ଆରଏସଏସ ଏବଂ ବିଜେପି ସହ ଜଡିତ ନେତାଙ୍କ ଉପରେ ହମଲା କରିବାକୁ ମସୁଧା କରିଥିଲା ଆଇଏସଆଇ | ଏହି ସିଏଏ ବିରୋଧି ଦଙ୍ଗାରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା | 


COMMERCIAL BREAK
SCROLL TO CONTINUE READING

ସିଏଏ ବିରୋଧି ପ୍ରଦର୍ଶନ ଆଳରେ ହିଂସାକାଣ୍ଡ ହୋଇଥିଲା | ଏହା ସହିତ ଦେଶ ବିରୋଧି ଷଡଯନ୍ତ୍ର ରଚାଯାଇ ଥିଲା | ଏ ଘଟଣାର ପ୍ରଚ୍ଛଦପଟରେ ଥିଲା ପାକିସ୍ତାନ | ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏ ଘଟଣା ଘଟିବା ସମୟରେ ଆତଙ୍କବାଦୀ ଆକ୍ରମଣ ଏବଂ ଦଙ୍ଗା ଭିଆଇବାକୁ ଚାଲ୍ ଚଳାଇଥିଲା | ଏହା ସହିତ ଆରଏସଏସ ଏବଂ ବିଜେପି ସହ ଜଡିତ ନେତାଙ୍କ ଉପରେ ହମଲା କରିବାକୁ ଅଣ୍ଡରୱାର୍ଲ୍ଡ ଏବଂ ଅପରାଧିଙ୍କ ସହଯୋଗ ନେବା ଅପେକ୍ଷାରେ ଥିଲା ଆଇଏସଆଇ | 


ଏହି ରିପୋର୍ଟକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଗୁରୁତର ଭାବେ ନେବା ସହ ସୁରକ୍ଷା ଏଜେନ୍ସିଙ୍କୁ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲା | ଗତ ଡିସେମ୍ବରରୁ ସଂଶୋଧିତ ନାଗରକିତା ଆଇନ (ସିଏଏ) ବିରୋଧି ଆନ୍ଦୋଳନ  ଦିଲ୍ଲୀର ଶାହୀନବାଗରୁ ଆରମ୍ଭ ହୋଇଥିଲା | ଯାହା ପରେ ଏହା ଦେଶର ବିଭିନ୍ନ ଭାଗକୁ ବ୍ୟାପି ଯାଇଥିଲା | ଏହା ମାଧ୍ୟମରେ ଭାରତରେ ଦଙ୍ଗା ଏବଂ ସାମ୍ପ୍ରଦାୟିକତା ଘଟଣା ଘଟାଇବାକୁ ଯୋଜନା କରିଥିଲା ଆଇଏସଆଇ |   


ଅନ୍ୟପଟେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଉଦ୍ଦେଶ୍ୟରେ ରହିଥିଲା ଆଇଏସଆଇ | ଏହା ସହିତ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଦ୍ୱେଷ ବଢାଇବାକୁ ଆରମ୍ଭ ହୋଇଥିଲା ଉଦ୍ୟମ ଏବଂ ଟାର୍ଗେଟରେ ଥିଲେ ଆରଏସଏସ ଏବଂ ବିଜେପି ନେତା | ସିଏଏ ବିରୋଧି ପ୍ରଦର୍ଶନକୁ ନେଇ ନେଇ ଆଇଏସଆଇ ଚାହୁଁଥିଲା ଯେ, ଭାରତର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ଉଗ୍ର ହେଉ |