ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତୃତୀୟ ଥର ପାଇଁ ମୃତ୍ୟୁ ପରଓ୍ୱାନା ବା ଡେଥ ଓ୍ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ। ଯଦି କୌଣସି ନ୍ୟାୟିକ ପ୍ରକ୍ରିୟାର ଆଶ୍ରୟ ଅଭିଯୁକ୍ତମାନେ ନ ନିଅନ୍ତି, ତେବେ ଆସନ୍ତା ୩ ତାରିଖରେ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲିବେ। 


COMMERCIAL BREAK
SCROLL TO CONTINUE READING

ତେବେ ଫାଶୀରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। ସେଲ କାନ୍ଥରେ ବିନୟ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତମାନଙ୍କ ଓକିଲ ଫାଶୀରୁ ବର୍ତ୍ତିବା ପାଇଁ ଏକ ଅଭିନବ ଉପାୟ ଆପଣେଇଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତମାନଙ୍କୁ ଏଥର ଫାଶୀରୁ ରକ୍ଷା କରିବେ ନିର୍ବାଚନ କମିଶନର। ଫଳରେ ଫାଶୀକୁ ପୁଣି ବିଳମ୍ବିତ କରିବା ଉଦ୍ଦେଶ୍ୟରେ ବିନୟ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ପାଖରେ ପିଟିସନ ଦାଖଲ କରାଯାଇଛି। ବିନୟର ଓକିଲ ଏ।ପି। ସିଂହ କହିଛନ୍ତି, ସେ ବିନୟ ପକ୍ଷରୁ ଗୁରୁବାର ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ପିଟିଶନ ଦାଖଲ କରିଛନ୍ତି।


ପିଟିସନରେ ଏପି ସିଂ ଦର୍ଶାଇଛନ୍ତି, ଯେତେବେଳେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବିନୟର ରାଜକ୍ଷମା ଆବେଦନ ଖାରଜ କରିବାକୁ ସୁପାରିସ କରିଥିଲେ, ସେତେବେଳେ ସେ ମନ୍ତ୍ରୀ କିମ୍ବା ବିଧାୟକ ନ ଥିଲେ। ଜୈନ ଜାନୁୟାରୀ ୨୯ରେ ଏହି ଆବେଦନ ରାଷ୍ଟ୍ରପତିଙ୍କୁ ପଠାଇଥିଲେ। ସେତେବେଳେ ଦିଲ୍ଲୀରେ ଆଚରଣ ବିଧି ଲାଗୁ ହୋଇସାରିଥିଲା।


ସେପଟେ ବିନୟ ରାଜକ୍ଷମା ଖାରଜର ସମୀକ୍ଷା ନେଇ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନର ଶୁଣାଣି ଶୁକ୍ରବାର ହେବ।  ଗୁରୁବାର ପିଟିସନର ଶୁଣାଣି କରି ବିଚାରପତି ଆର। ଭନୁମତୀ, ଅଶୋକ ଭୂଷଣ ଏବଂ ଏ।ଏସ। ବେପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି।