ଭୁବନେଶ୍ୱର: ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା  ଜରୁରୀ । କିନ୍ତୁ ଏମିତି କିଛି  ସ୍ୱାସ୍ଥ୍ୟକର ଖାଦ୍ୟ ରହିଛି ଯାହା ଖାଇଲେ ଗର୍ଭାବସ୍ଥାରେ କ୍ଷତି ପହଞ୍ଚାଇଥାଏ ।  ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଗର୍ଭାବସ୍ଥାରେ ଖାଇବା ଅନୁଚିତ।


COMMERCIAL BREAK
SCROLL TO CONTINUE READING

 



 


- ଗର୍ଭବତୀ ମହିଳା କଞ୍ଚା ଅମୃତଭଣ୍ଡା ଭୁଲରେ ଖାଆନ୍ତୁ  ନାହିଁ । ଏଥିରେ  ଲେଟେକ୍ସ ରହିଛି  । ଯାହା ଗର୍ଭାବସ୍ଥାର ଆରମ୍ଭରେ ଗର୍ଭପାତର ଆଶଙ୍କାକୁ ବଢ଼ାଇ ଦେଇଥାଏ । ଅମୃତଭଣ୍ଡାରେ ପପେନ୍ ମଧ୍ୟ ରହିଛି ଯାହା ଭୃଣର ବିକାଶରେ ବାଧା ସୃଷ୍ଟି କରିଥାଏ । 
 
- ତୁଳସୀ ପତ୍ରରେ  ଆଷ୍ଟ୍ରୋଗୋଲ  ରହିଛି ଯାହା ଗର୍ଭପାତ କରାଇପାରେ । ତେଣୁ ତୁଳସୀ ପତ୍ର ଖାଆନ୍ତୁ ନାହିଁ  । 


-  ସୋୟା ସସରେ ଲୁଣ ଅଧିକ ମାତ୍ରା ରହିଛି ତେଣୁ  ଗର୍ଭବତୀ ମହିଳା  ସୋୟା ସସ ଖାଇବା ଅନୁଚିତ  । ଏହା   ରକ୍ତଚାପ ବଢ଼ାଇ ଥାଏ । 


- ଗର୍ଭାବସ୍ଥାରେ ସପୁରୀ ଖାଇବା  ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ସପୁରୀରେ ବ୍ରୋମେଲିନ୍ ରହିଛି ଯାହା ଶୀଘ୍ର ପ୍ରସବ କରାଇବା ଆଶଙ୍କା ଦେଖାଇଥାଏ । 


- ଗର୍ଭାବସ୍ଥାରେ ଧୂମ୍ରପାନ ଏବଂ ମଦ୍ୟପାନ କରନ୍ତୁ ନାହିଁ । 


- ଗର୍ଭାବସ୍ଥାରେ ପୃଷ୍ଟିକର  ଖାଦ୍ୟ ଖାଆନ୍ତୁ। ଅଧିକ ପାଣି ପିଅନ୍ତୁ ।