ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚିନ୍ତା ବଢାଇ ଦେଇଛନ୍ତି ତାଙ୍କ ସହଯୋଗୀ । ଇମ୍ରାନ ସରକାରଙ୍କୁ ନ୍ୟାଶନାଲ ଏସେମ୍ୱଲୀରେ ନିଜ ସହଯୋଗୀ ବଲୋଚ ପାର୍ଟି, ବଲୋଚିସ୍ତାନ ନ୍ୟାଶନାଲ ପାର୍ଟିର ନେତା ମେଙ୍ଗଲଙ୍କ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଛି । ୪ ବଲୋଚ ମହିଳାଙ୍କୁ ଗିରଫ କରିବା ବିରୋଧରେ ସରକାରରୁ ସମର୍ଥନ ଫେରାଇ ନେବାର ଧମକ ଦେଇଛନ୍ତି ମେଙ୍ଗଲ । ଏହାସହ ସଦନରୁ ୱର୍କଆଉଟ କରିଥିଲେ ତାଙ୍କ ଦଳ ।


COMMERCIAL BREAK
SCROLL TO CONTINUE READING


ପାକିସ୍ତାନ ସଂସଦର ନିମ୍ନ ସଦନ ନ୍ୟାଶନାଲ ଏସେମ୍ୱଲିରେ ଗୁରୁବାର ବଲୋଚିସ୍ତାନ ଦଳର ନେତା ସରଦାର ଅଖତର ମେଙ୍ଗଲ ବଲୋଚ ମହିଳାଙ୍କୁ ଗିରଫ କରିବାର ବିରୋଧ କରି କହିଛନ୍ତି ଯେ ବଲୋଚିଙ୍କ ମନ ଜିଣିବାକୁ ପଡ଼ିବ, ଆପଣ କୌଣସି ବଲୋଚିଙ୍କୁ ଜବରଦସ୍ତି ପାକିସ୍ତାନୀ କରି ପାରିବେ ନାହିଁ । ବଲୋଚିସ୍ତାନ ନ୍ୟାଶନାଲ ଦଳର ସଦସ୍ୟମାନେ ବଲୋଚିସ୍ତାନର ଅବରାନ ଜିଲ୍ଲାରେ ୪ ମହିଳାଙ୍କୁ ଗିରଫ କରିବା ବିରୋଧରେ ସଦନରୁ ୱର୍କଆଉଟ କରିଥିଲେ । ଏହାପୂର୍ବରୁ ସେମାନେ ସଦନରେ ନାରାବାଜୀ କରିବା ସହ ଧାରଣା ଦେଇଥିଲେ ।


ସରଦାର ଅଖତର ମେଙ୍ଗଲ କହିଛନ୍ତି ଯେ ଯଦି ଏହି ମହିଳାଙ୍କୁ ତୁରନ୍ତ ଛଡ଼ା ନ ଯାଉଛି । ତେବେ ତାଙ୍କ ଦଳ କ୍ଷମତାଧାରୀ ମେଣ୍ଟରୁ ଓହରିଯିବ । ଯଦି ଆମେ ବଲୋଚ ନେତା ନୱାବ ଆକବର ୱୁଗ୍ତିଙ୍କ ହତ୍ୟା ଉପରେ ସଂସଦରୁ ଇସ୍ତଫା ଦେଇପାରୁ, ତେବେ ଆମ ପାଇଁ କ୍ଷମତାଧାରୀ ଦଳ ସହ ମେଣ୍ଟରୁ ଓହରିବା କିଛି ଅସୁବିଧା ହେବ ନାହିଁ । ପରଭେଜ ମୁଶର୍ରଫ ପରି ଏକଛତ୍ରବାଦୀ ଶାସକଙ୍କୁ ସମ୍ମାନର ସହ ବିଦେଶ ପଠାଇ ପାରୁଛନ୍ତି, ତେବେ ଏହି ମହିଳାଙ୍କୁ କଣ ପାଇଁ ମୁକ୍ତ କରାଯାଉ ନାହିଁ ।