ତପସ୍ୱିନୀ ମହାଲିକ, ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଲିଉଡ ଜଗତରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ସବୁଠି ଦାବି କରାଯାଉଛି । ଏମିତିକି ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ଏହି ଘଟଣାଙ୍କୁ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଅନେକ ସେଲିବ୍ରେଟି ଟ୍ୱିଟର ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଅକ୍ଷୟ କୁମାର-


ଅଭିନେତା ଅକ୍ଷୟ କୁମାର ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ମାମଲାରେ ଦୁଃଖ ପ୍ରକାଶ କରିଛନ୍ତି ।  ଅକ୍ଷୟକୁମାର ଟ୍ୱିଟ୍ କରି ଲେଖିଛନ୍ତି,  ସେ ହାଇଦ୍ରାବାଦ ମାମଲା ହେଉ କି ରାଞ୍ଚି ଘଟଣା,  ଆମେ  ସାମାଜିକ ଭାବେ ଫେଲ ହୋଇଛୁ ।   ନିର୍ଭୟା ଘଟଣାକୁ ୭ ବର୍ଷ ବିତିଯାଇଥିଲେ ମଧ୍ୟ  ଆମ ନୈତିକତା ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇଛି ।  ଆମକୁ ଦୃଢ ଆଇନ ତିଆରି କରିବା ଦରକାର ।


ଅନୁପମ ଖେର-


ପ୍ରିୟଙ୍କା ରେଡ୍ଡୀଙ୍କ ସହ ଯେଉଁ ଦୁର୍ବୁତ୍ତମାନେ ଏଭଳି ବର୍ବର କାଣ୍ଡ କରିଛନ୍ତି, ସେମାନଙ୍କୁ ଛକ ମଝିରେ ଓଲଟା ଟାଙ୍ଗି ଗୁଳିକରିଦେବା ଉଚିତ । ଅନୁପମ ଖେର ଏହି ଟ୍ୱିଟକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୟାଗ୍ କରିଛନ୍ତି । ଆଉ ଲେଖିଛନ୍ତି, ଅମିତ ଶାହା ଜୀ ଆପଣ ଅନେକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛନ୍ତି ।  ଆଉ ବଳାତ୍କାରୀଙ୍କୁ ତୁରନ୍ତ ଫାଶି ଦିଆଯିବା ଉଚିତ ।  ବାସ୍ ଏଭଳି ଏକ ଆଇନ୍ ବା ବିଲ ପାରିତ କରିଦିଅନ୍ତୁ । 


ସ୍ୱାରା ଭାଷ୍କର-


ମୁଁ ଏହି ଭୟାନକ ଗଣ ଦୁଷ୍କର୍ମ ଘଟଣା ବିଷୟରେ ଶୁଣି ପୁରା ସ୍ତବ୍ଧ ହୋଇଯାଇ ଥିଲି  । ମଣିଷଙ୍କର ନୃଶଂସ ମାନସିକତା ବାରମ୍ବାର ସାମ୍ନାକୁ ଆସୁଛି । ଆମ ମଣିଷପଣିଆକୁ ଏକ କରିବାର ଆବଶ୍ୟକତା ଥିଲା, ସେ ଯେକୌଣସି ଜାତି କି ଧର୍ମର ହୋଇଥାନ୍ତୁ । କିନ୍ତୁ ଆଜିକାଲି ନୃସଂଶ ମାନସିକତା ସମସ୍ତଙ୍କୁ ଏକ୍ କରୁଛି ବୋଲି କହିଛନ୍ତି  ସ୍ୱାରା ଭାଷ୍କର । 


ଫରହାନ ଅଖତାର-


ସେହି ଦୁର୍ବୃତ୍ତ ମାନେ ପୀଡ଼ିତାଙ୍କ ସହିତ ଯାହା କରିଛନ୍ତି, ଏଥିରୁ ବୁଝା ପଡୁଚି କି ଆମେ ଆମ ସମାଜକୁ କେତେ ଅସୁରକ୍ଷିତ ଭାବେ ଛାଡ଼ି ଦେଇଛୁ ।  


ରିଚା ଚଡ୍ଡା-
 
ରିଚା ଚଡ୍ଡା ନିଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି, ବାସ୍ ସେହି ମହିଳାଙ୍କର ଏତିକି ଭୁଲ ଥିଲା କି ସେ ସେହି ଦୁର୍ବୃତ୍ତମାନଙ୍କ ଉପରେ ବିଶ୍ୱାସ କରିଥିଲେ । ଯେଉଁମାନେ ତାକୁ ସାହାଯ୍ୟ କରିବା ପାଇଁ କହିଥିଲେ । ସେହି ନୃସଂଶଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍ । 


ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ ହୋଇଛନ୍ତି । ମୃତ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ମୃତଦେହକୁ  ହାଇଦ୍ରାବାଦ ସୀମାର ଶାଦନଗରର ଏକ ଅଜ୍ଞାତ ସ୍ଥାନରେ ଯୁବକମାନେ ପୋଡି ଦେଇଥିଲେ । ସ୍ଥାନୀୟ ଲୋକ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ ।  ପ୍ରିୟଙ୍କା, ନୱାବପେଟା ମଣ୍ଡଳର କୋଲୁରୁରେ ଡାକ୍ତରଖାନାରୁ ବୁଧବାର ରାତିରେ ଡ୍ୟୁଟିରୁ ଫେରିବା ବେଳେ ତାଙ୍କୁ ଅପହରଣ କରିନେଇଥିଲେ  ଅଭିଯୁକ୍ତ । ତେବେ ପ୍ରିୟଙ୍କା ମୃତ୍ୟୁ ପୂର୍ବରୁ ତାଙ୍କ ଭଉଣୀଙ୍କୁ ଫୋନ କରିଥିଲେ । ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମା ପୁରା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ।