ନୂଆଦିଲ୍ଲୀ: ଚିଫ ଅଫ ଡିଫେନ୍ସ ପଦକୁ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ। ସ୍ଥଳ, ବାୟୁ ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବେ ଏହି ପଦର ଅଧିକାରୀ। ତେବେ ଏହି ପଦ ପାଇଁ ତିନି ସେନାର ମୁଖ୍ୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏଥି ସହିତ ସିଡ଼ିଏସ ପ୍ରତିରକ୍ଷା ବ୍ୟାପାର ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏହା ସହିତ ଏହି ତିନିସେନାର ମୁଖ୍ୟ ପ୍ରତିରକ୍ଷା ବିଭାଗର ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

କିଏ ହେବ ପ୍ରଥମ ସିଡ଼ିଏସକୁ ନେଇ ଏବେ ମଧ୍ୟ ଚର୍ଚ୍ଚାଲୋଚନା ଜାରି ରହିଛି। ସିଡ଼ିଏସ ପଦରୁ ଅବସର ଗ୍ରହଣ କରିବା ପରେ ସେ ଅନ୍ୟ କୌଣସି ପଦରେ ନିଯୁକ୍ତି ପାଇ ପାରିବେ ନାହିଁ। ତେବେ ସିଡ଼ିଏସ ପଦରୁ ଅବସର ନେବାର ପ୍ରାୟ 5 ବର୍ଷ ପରେ କୌଣସି ବେସରକାରୀ ସଂସ୍ଥାରେ ଚାକିରି କରି ପାରିବେ ବୋଲି ଜଣାପଡ଼ିଛି। ତେବେ ଏଥିପାଇଁ ସରକାରଙ୍କ ନିକଟରୁ ଅନୁମତି ନେବାକୁ ହେବ ବୋଲି ଜଣାପଡ଼ିଛି।


ତେବେ ଏହି ପଦ ସିଡ଼ିଏସ ରକ୍ଷା ମନ୍ତ୍ରୀଙ୍କ ପାଇଁ ପ୍ରଥମ ସୈନ୍ୟ ଉପଦେଷ୍ଟାର ଭୂମିକା ତୁଲାଇବେ। ଏହା ସହିତ ସିଡ଼ିଏସ ତିନି ସେନା ସହିତ ଅନ୍ୟ ସଂଗଠନର ପ୍ରମୁଖ ମଧ୍ୟ ରହିବେ। ସେହିପରି ସିଡ଼ିଏସ ଚିଫ ଅଫ ଷ୍ଟାଫ କମିଟିର ସ୍ଥାୟୀ ଅଧ୍ୟକ୍ଷ ମଧ୍ୟ ରହିବେ ବୋଲି ଜଣାପଡ଼ିଛି। ତାଙ୍କୁ କାର୍ଯ୍ୟରେ ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ସହଯୋଗ କରିବେ।  ଏହା ସହିତ ସିଡ଼ିଏସ ଡିଫେନ୍ସ ଏକଜିଭିସନ କାଉନସିଲ ଏବଂ ଡିଫେନ୍ସ ପ୍ଲାନିଂ କାଉନସିଲର ସଦସ୍ୟ ମଧ୍ୟ ରହିବେ।


ତେବେ ପ୍ରଥମ ସିଡ଼ିଏସ ନିଜର କାର୍ଯ୍ୟଭାର ସମ୍ଭାଳିବାର 3 ବର୍ଷ ମଧ୍ୟରେ  ସେନା ମଧ୍ୟରେ ଥିବା ଅପରେସନ, ଲଗିଷ୍ଟିକ, ଟ୍ରାନ୍ସପୋର୍ଟ, ଟ୍ରେନିଂ, ସପୋର୍ଟ ସର୍ଭିସ, କମ୍ୟୁନିକେସନ, ରିପାୟାର୍ସ, ମେଣ୍ଚନାନ୍ସ ପ୍ରମୁଖ ସମ୍ପର୍କରେ ତଥ୍ୟ ହାସଲ କରିବେ। ଏହା ସହିତ ସେନାର ତୃଣମୂଳସ୍ତରରେ ପରିବର୍ତ୍ତନ କରିବା ସହିତ ମଝଭୁତ କରିବା ପ୍ରଥମ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ଏହା ସହିତ ସ୍ୱଦେଶୀ ରଣକୌଶଳକୁ କିପରି ବୃଦ୍ଧି କରାଯାଇ ପାରିବ ତାହା ଉପରେ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।