ନୂଆଦିଲ୍ଲୀ: ଫେବୃଆରୀ ୧୫ରୁ ଆରମ୍ଭ ହେବ CBSE ଦ୍ୱାଦଶ ପରୀକ୍ଷା । CBSE ପରି ଦଶମ ଶ୍ରେଣୀ ପରୀକ୍ଷା ମଧ୍ୟ ଫେବୃଆରୀ ୧୫ରୁ ଆରମ୍ଭ ହେବ । ତେବେ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ । ମାର୍ଚ୍ଚ ୩୦ରେ ସିବିଏସିର ଦ୍ୱାଦଶ ପରୀକ୍ଷା ଶେଷ ହେବାକୁ ଥିବାବେଳେ ମାର୍ଚ୍ଚ ୨୦ରେ ଶେଷ ହେବ ଦଶମ ପରୀକ୍ଷା  ।


COMMERCIAL BREAK
SCROLL TO CONTINUE READING

ଏ ନେଇ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ସିବିଏସି ୱେବସାଇଟରେ ରେ ଉପଲବ୍ଧ ଅଛି । ଗତବର୍ଷ ଦଶମ ପରୀକ୍ଷା ମାର୍ଚ୍ଚ ୭ରେ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଶୀଘ୍ର ଆରମ୍ଭ ହେବ ପରୀକ୍ଷା । ଛାତ୍ରଛାତ୍ରୀମାନେ ସିବିଏସିର ୱେବସାଇଟ ମାଧ୍ୟମରେ ଏ ନେଇ ଅଧିକ ତଥ୍ୟ ଓ କେଉଁ ଦିନ କେଉଁ ପରୀକ୍ଷା ଅଛି ଜାଣିପାରିବେ ।