ଲକ୍ଷ୍ନୌ: ଲକ ଡାଉନ ବେଳେ ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ହୋଇଛି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା | ଏ ବାବଦରେ ଗତକାଲି ଦେଶବାସୀଙ୍କୁ ଅବଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ମାତ୍ର ଏ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଘେରିଛନ୍ତି ସମାଜବାଦ ପାର୍ଟି(ଏସପି) ସୁପ୍ରିମୋ ଅଖିଲେଶ ଯାଦବ | 


COMMERCIAL BREAK
SCROLL TO CONTINUE READING

ଏହା ଉପରେ ପ୍ରତିକ୍ରିୟା ରଖି ଟ୍ୱିଟ ଯୋଗେ ସେ କହିଛନ୍ତି, "ପୁଣି ଭାରତୀୟଙ୍କୁ ମିଛ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ସରକାର | ପୂର୍ବରୁ ୧୫ ଲକ୍ଷ ଆଉ ଏବେ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ | ମୋଟ ୧୩୩ କୋଟି ଭାରତୀୟଙ୍କ ଆଗରେ ୧୩୩ ଥର ମିଛ ପ୍ରତିଶୃତି ରଖି ସାରିଲାଣି କେନ୍ଦ୍ର | ବର୍ତ୍ତମାନ ସମୟରେ ଆପଣଙ୍କୁ କିଏ ବିଶ୍ୱାସ କରିବ |  ଦେଶବାସୀ ଏନେଇ ପ୍ରଶ୍ନ ଉଠାଇଛନ୍ତି | " 


କୋରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଲାଗୁ ହୋଇଛି ଲକ ଡାଉନ | ଆଉ ଏହି ସମୟରେ  ଦେଶର ଅର୍ଥନୀତିକୁ ସୁଧାରିବା ନେଇ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ କେନ୍ଦ୍ର ସରକାର | ଏହା ସହ ଆତ୍ମ ନିର୍ଭରଶୀଳ ଭାରତ ଗଠନ  କରିବା ନେଇ ଜଣାଇଥିଲେ | ଅନ୍ୟପଟେ ୪ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ନୂଆ ରୂପରେ ଲାଗୁ ହେବା ନେଇ ଇସାରା ଦେଇଥିଲେ |  ଏ ସମ୍ପର୍କରେ ମେ ୧୮ ବେଳକୁ ଦେଶବାସୀ ଅବଗତ ହେବେ |