୨୦୧୭ରୁ ସମୁଦ୍ର ଭିତରେ ଚୀନ କରୁଛି ଏପରି କିଛି କାମ ଯାହା ସମସ୍ତଙ୍କ କଳ୍ପନା ବାହାରେ
୨୦୧୭ ମସିହା ନଭେମ୍ୱର ମାସରେ ଏସିଆର ସବୁଠାରୁ ବଡ଼ ଦ୍ୱୀପ ତିଆରି ଡ୍ରେଗର ଏମଭି ତିଆନ୍ କୁନ ହାଓ (MV Tian Kun Hao) ସମୁଦ୍ରରେ ପ୍ରବେଶ କରିଥିଲା । ଏହି ଜାହାଜ ଏତେ ଶକ୍ତିଶାଳୀ ଯେ ଏକ ଘଣ୍ଟାରେ ୬ ହଜାର କ୍ୟୁବିକ ମିଟର ମାଟି ଖୋଳି ପାରିବ ଓ ୧୫ ହଜାର କ୍ୟୁବିକ ମିଟର ଯାଏ ମାଟି ଧୋଇ ମଧ୍ୟ ପାରିବ । ଆଉ ଏହି ଜାହଜକୁ ଚୀନ
ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ୨୦୧୭ ମସିହା ନଭେମ୍ୱର ମାସରେ ଏସିଆର ସବୁଠାରୁ ବଡ଼ ଦ୍ୱୀପ ତିଆରି ଡ୍ରେଗର ଏମଭି ତିଆନ୍ କୁନ ହାଓ (MV Tian Kun Hao) ସମୁଦ୍ରରେ ପ୍ରବେଶ କରିଥିଲା । ଏହି ଜାହାଜ ଏତେ ଶକ୍ତିଶାଳୀ ଯେ ଏକ ଘଣ୍ଟାରେ ୬ ହଜାର କ୍ୟୁବିକ ମିଟର ମାଟି ଖୋଳି ପାରିବ ଓ ୧୫ ହଜାର କ୍ୟୁବିକ ମିଟର ଯାଏ ମାଟି ଧୋଇ ମଧ୍ୟ ପାରିବ । ଆଉ ଏହି ଜାହଜକୁ ଚୀନ ସମୁଦ୍ର ମଧ୍ୟକୁ ପ୍ରବେଶ କରାଇଥିଲା । ହେଲେ ବଡ଼ ପ୍ରଶ୍ନ ଏହା ଯେ ଏତେ ବଡ଼ ମେସିନ ସାହାର୍ଯ୍ୟରେ ଚୀନ ସମୁଦ୍ର ଭିତରେ କଣ କରୁଥିଲା, କଣ ଥିଲା ତାର ଉଦ୍ଦେଶ୍ୟ ? ସମୁଦ୍ରକୁ ଲାଗି ଥିବା ୪ଟି ଦେଶ ଫିଲିପାଇନ୍ସ, ଭିଏତନାମା, ମଲେସିଆ, ତାଇବାନ ସମେତ ଭାରତ ଓ ଆମେରିକା ମଧ୍ୟ ଏହି କଥାକୁ ଜାଣି ଆଶ୍ଚର୍ଯ୍ୟ ଚତ୍କିତ ରହିଯାଇଥିଲା । ଚାଲନ୍ତୁ ଜାଣିବା ଚୀନର ଏହି ବଡ଼ ଉଦ୍ଦେଶ୍ୟ ବିଷୟରେ
ଦକ୍ଷିଣ ଚୀନ ସାଗର (South China Sea)ରେ ଚାଇନା ଏହି ଜାହାଜ ଜରିଆରେ ସମୁଦ୍ରରେ ମାଟି ପକାଉଥିଲା ଏହି ଖବର କୌଣସି ଦେଶ ପାଇଁ ଏତେଟା ଗୁରୁତ୍ୱ ନ ଥିଲା ମାତ୍ର ଯେତେବେଳେ ଚୀନ ସମୁଦ୍ରରେ ବଡ଼ ବଡ଼ ଦ୍ୱୀପ ତିଆରି କରୁଥିବା ଜଣାପଡିଲା ସେତେବେଳେକୁ ଭାରତ ସମେତ ଅନେକ ଦେଶର ହୋସ୍ ଉଡିଯାଇଥିଲା । ଆଉ ଏହି କଥା ଜଣା ପଡ଼ିବାବେଳକୁ ଚୀନ ଗୋଟିଏ ନୁହଁ କି ଦୁଇଟି ନୁହଁ ବରଂ ୭ଟି କୃତ୍ରିମ ଦ୍ୱୀପ ତିଆରି କରିସାରିଥିଲା । ଯାହାକି ସମସ୍ତଙ୍କ କଳ୍ପନା ବାହାରେ ଥିଲା । ମାତ୍ର ଚାଇନା କାହିଁକି ସମୁଦ୍ର ଭିତରେ ଏହି ଦ୍ୱୀପ ସବୁ ତିଆରି କରୁଥିଲା ? ଏତେ ପରିଶ୍ରମ ଓ ଖର୍ଚ୍ଚାନ୍ତ ହୋଇ ତାକୁ କଣ ଲାଭ ମିଳୁ ଥିଲା ? ଚାଲନ୍ତୁ ସେ ବିଷୟରେ ଜାଣିବା
ତିନି ବର୍ଷ ପୂର୍ବରୁ ଏହି ଦ୍ୱୀପ ସମୁଦ ଭିତରେ ନ ଥିଲା ମାତ୍ର ୨ ବର୍ଷ ମଧ୍ୟରେ ଚୀନ ଏହି ଦ୍ୱୀପ ସବୁକୁ ଛିଡ଼ା କରିଦେଇ ଥିଲା । ଦକ୍ଷିଣ ଚୀନ ସାଗର (South China Sea) ପ୍ରଶାନ୍ତ ମହାସାଗର (Pacific Ocean)ର ଅଂଶ ଅଟେ । ଏହାକୁ ହାତେଇବା ଚୀନର ଏସବୁ ପଛର ମୂଳ ଲକ୍ଷ୍ୟ ଅଟେ । ଏଠି ଆମେ କହି ରଖିବାକୁ ଚାହିଁବୁ କି ଦକ୍ଷିଣ ଚୀନ ସାଗରରେ ୧୯୦ ଟ୍ରିଲିୟନ କ୍ୟୁବିକ ଫୁଟ୍ ର ପ୍ରାକୃତିକ ଗ୍ୟାସ୍, ଖଣିଜ ପଦାର୍ଥ, ୧୧ ବିଲିୟନ ବ୍ୟାରେଲ ତେଲ (ଭାରତୀୟ ମୁଦ୍ରାରେ ମୂଲ୍ୟ: ୧୨ ବିଲିୟନ ୨୪୩ ମିଲିୟନ ଟଙ୍କା), ଅନେକ ମାତ୍ରାରେ ପ୍ରାକୃତିକ ଖଣିଜ ପଦାର୍ଥ ଏଠାରେ ଭରପୂର ହୋଇ ଥିବା ସହିତ,ସାରା ବିଶ୍ୱରେ ଉତ୍ପାଦିତ ହେଉଥିବା ମାଛ ଭଣ୍ଡାରର ୧୦ ପ୍ରତିଶତ ଏହି ସ୍ଥାନରେ ଅଛି । କେବଳ ଏତିକି ନୁହେଁ ସାରାଦେଶରେ ହେଉଥିବା ବ୍ୟାପାର ଏହି ସାଗର ଦେଇ ହିଁ ଯାଇଥାଏ । ଆଉ ସମୁଦ୍ରର ଏହି ଭାଗକୁ ଚୀନ ହାତେଇ ନିଜର ଅର୍ଥନୀତିକୁ ସୁଦୃଢ କରିବା ସହିତ ଆମେରିକାକୁ ପଛରେ ପକାଇ ନିଜ ସ୍ଥାନ ଏକ ନମ୍ୱରକୁ ଆଣିବା ପାଇଁ ଏହି ସ୍ଥାନରେ ଥିବା ସମସ୍ତ ଜିନିଷକୁ ହାତେଇବାକୁ ଚାହୁଁଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଏତେ ମାତ୍ରାରେ ଖଣିଜ ପଦାର୍ଥ ଭର୍ତ୍ତି ହୋଇଥିବା ଏହି ଦକ୍ଷିଣ ଚୀନ ସାଗରରେ ସବୁ ଦେଶର ସମାନ ଅଧିକାର ଅଛି । ମାତ୍ର ଏସବୁକୁ ଚୀନ ଏକାକି ନିଜ କବଜାକୁ ଆଣିବାକୁ ଚାହୁଁଛି ।
ୟୁନାଇଟେଡ ନେସନ ଅଫ କନଭେସନ (United Nation Of Convetion) ଅନୁସାରେ ସବୁ ଦେଶର ସୀମା ସମୁଦ୍ରରେ ନିଜର ସ୍ଥଳ ଭାଗଠାରୁ ୨୦୦ ମାଇଲ ଅର୍ଥାତ ୩୨୧। ୮୬ କିମି ପର୍ଯ୍ୟନ୍ତ ହୋଇଥାଏ ଆଉ ଏହାକୁ ଏକ୍ସକ୍ଲୁସିଭ ଇକୋନମିକ୍ ଜୋନ (Exclusive Economic Zone ) କୁହାଯାଏ । ଏହି ସୀମା ଭିତରେ ଯେକୌଣସି ଖଣିଜ ପଦାର୍ଥ ବାହାରିବ ତାହା ସେହି ଦେଶର ହେବ । EEZ ଅର୍ଥାତ ୨୦୦ ମାଇଲ ପରେ ଥିବା ସମୁଦ୍ର ପାଣିକୁ ଇଣ୍ଟରନ୍ୟାସନାଲ ୱାଟର (International Water) କୁହାଯାଏ । ଯେଉଁଥିରେ ସବୁ ଦେଶର ଅଧିକାର ଥାଏ । ଆଉ ଆଇ ୟୁଏଏନ ମ୍ୟାରିଟାଇମ ଆଇନ (UAN Maritime Law) ଅନୁସାରେ ସାଉଥ ଚାଇନ ସାଗରରେ ମଧ୍ୟ ସବୁ ଦେଶର ଅଧିକାର ଅଛି । ସେଠାରେ ଥିବା ସମସ୍ତ ଖଣିଜ ପଦାର୍ଥ ଉପରେ ସମସ୍ତଙ୍କର ସମାନ ଭାଗ ଅଛି । ସବୁ ଦେଶ ଏହି EEZ ଆଇନକୁ ମାନୁ ଥିବାବେଳେ ଏହି ଆଇନକୁ ଅସ୍ୱିକାର କରି ଆସିଛି ଚୀନ ।
ଚୀନ ତିଆରି କରିଥିବା ମଣିଷକୃତ ଦୀପ ଯେଉଁଠି ଅଛି ତାର ନାମ ସ୍ପ୍ରାଟଲି ଦ୍ୱୀପପୁଞ୍ଜ (Spratly Islands) । ଆଉ ଏହି ଦ୍ୱୀପପୁଞ୍ଜରେ ଅନେକ ଦେଶ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ନିଜ ନିଜର ବନ୍ଦର ତିଆରି କରିଥିବାବେଳେ ଆମେରିକା ବି ଏଥିରେ ହସ୍ତକ୍ଷେପ କରି ନିଜର ମିଲିଟାରୀକୁ ସେଠାକୁ ପଠାଇଥିଲା ମାତ୍ର ଚୀନ ଏହୁସବୁ ଜିନିଷକୁ ହାଲୁକାରେ ନେଇ ନ ଥିଲା । ଭାରତ ମଧ୍ୟ ଏବେ ଏସବୁରେ ନିଜର ସ୍ୱର ଉତ୍ତୋଳନ କରିଛି । ତେବେ ବର୍ତ୍ତମାନ ସ୍ଥିତି ଶାନ୍ତ ଅଛି ମାତ୍ର ସବୁ ଦେଶର ସେନା ନିଜ ନିଜର ମିସାଇଲ ପ୍ରସ୍ତୁତ ରଖି ଯୁଦ୍ଧ ପାଇଁ ଫୁଲ ରେଡୀ ଅଛନ୍ତି ।