ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(CAA)କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖା ଦେଇଛି । ଅଶାନ୍ତ ହୋଇପଡିଛି ଭାରତର ଅନେକ ଅଞ୍ଚଳ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ବିଲ ଗୃହୀତ ହେବା ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଚାଲିଛି । ତେବେ ଆଇନରେ ପରିଣତ ହୋଇ ସାରିଥିବା ଏହି ବିଲକୁ ନେଇ ଆଜି ପୁଣି ମୁହଁ ଖୋଲିଛନ୍ତି ଅମିତ ଶାହା । ଶାହ ସଫା ସଫା କହିଛନ୍ତି ଯେ ଯିଏ ଯେତେ ବିରୋଧ କଲେ ମଧ୍ୟ ବିଜେପି ସରକାରଙ୍କ ଏହି ଆଇନକୁ କେହି ରୋକି ପାରିବେ ନାହିଁ । ଶରଣାର୍ଥୀଙ୍କୁ ଭାରତରେ ଶରଣ ମିଳିବ । ସେମାନେ ମଧ୍ୟ ସମସ୍ତଙ୍କ ପରି ସମ୍ମାନର ସହିତ ବଞ୍ଚିବେ । ସେମାନଙ୍କୁ ଭାରତର ନାଗରିକତାର ମାନ୍ୟତା ମିଳିବ ।


COMMERCIAL BREAK
SCROLL TO CONTINUE READING


ଦେଶର ବିଭିନ୍ନ ପ୍ରାନ୍ତରେ ହିଂସା ବଢୁଥିବାବେଳେ, ପ୍ରତିଦିନ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରହିଥିବା ବେଳେ ଶାହ ସମସ୍ତଙ୍କୁ ସଫା ସଫା କହିଦେଇଛନ୍ତି କି ଆଇନ ଦୃଢ ଭାବେ ଭାରତରେ ଲାଗୁ ହେବ । ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ସରକାର ସମସ୍ତଙ୍କୁ ନାଗରିକତା ଦେବାର ବ୍ୟବସ୍ଥା କରିଛନ୍ତି । କାହାଠୁ ଛଡେଇ ଆଣିବାର ନୁହଁ । ଧର୍ମାନ୍ତିକରଣ ପାଇଁ ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ଥାନ ଯେଉଁମାନେ ଉତ୍ପିଡନର ଶିକାର ହୋଇଛନ୍ତି ସେମାନଙ୍କୁ ଭାରତ ନାଗରିକତା ଦେବା । 


ମୁଁ ଭରସା ଦେଉଛି
ଶାହା ଆହୁରି ମଧ୍ୟ ଉଚ୍ଚ ସ୍ୱରରେ କହିଛନ୍ତି କି ଯେଉଁମାନେ ଏହି ଦେଶର ନାଗରିକ, ସେମାନଙ୍କୁ ଡରିବାର ଆବଶ୍ୟକତା ନାହିଁ । ଏହି ଦେଶରେ କୌଣସି ମୁସଲମାନ ସହିତ କୌଣସି ପ୍ରକାରର ଅନ୍ୟାୟ ହେବ ନାହିଁ ବୋଲି ମୁଁ ଭରସା ଦେଉଛି ବୋଲି ସେ କହିଛନ୍ତି ।


ଦୟାକରି ଆଇନକୁ ବିରୋଧ କରନ୍ତୁ ନାହିଁ
ଯେଉଁମାନେ ଏହି ଆଇନକୁ ବିରୋଧ କରୁଛନ୍ତି ସେମାନେ ଭାରତବାସୀଙ୍କ ସାମ୍ନାରେ ମୁହଁ ଖୋଲି କୁହନ୍ତୁ କି ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସୁଥିବା ମୁସଲମାନଙ୍କୁ ନାଗରିକତା ଦେବା ଉଚିତ ବୋଲି । ଆଉ ଯଦି ଏତିକି କହି ପାରିବେ ନାହିଁ ତେବେ ଦୟାକରି ବିରୋଧ କରନ୍ତୁ ନାହଁ ବୋଲି ଅମିତ ଶାହ କହିଛନ୍ତି 


କୌଣସି ଛାତ୍ର ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ
ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାହ କହିଛନ୍ତି ଯେ ଦେଶରେ ୪୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଅଛି । ଆଉ ପାଖାପାଖି ୫ଟି ବିଶ୍ୱବିଦ୍ୟାଳୟକୁ ଛାଡ଼ିଦେଲେ ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟ ଏ ନେଇ ବିରୋଧ ପ୍ରଦର୍ଶନ କରି ନାହାନ୍ତି । ଆଉ କୌଣସି ଗୋଟିଏ ବି ଛାତ୍ରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହୋଇନି ।


ଏପରିକି ପୂର୍ବୋତ୍ତରରେ ମଧ୍ୟ ଧିରେଧିରେ ହିଂସା କମୁଛି । ତିନିଦିନ ହେବ ଶାନ୍ତ ପଡୁଛି ପୂର୍ବୋତ୍ତର  ।