ଦିଲ୍ଲୀରେ ଦଳର ଇଜ୍ଜତ ରଖିବେ ଏହି ନେତା...
ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ ଗଣତି ।
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ ଗଣତି । ଆରମ୍ଭରୁ ହିଁ ଆପ୍ ଆଗୁଆ ଚାଲିଛି । ଏଥର ବି ଯେ ଆପ୍ ସରକାର ଦିଲ୍ଲୀରେ ଆସୁଛି, ତାହା ଗୋଟିଏ ପ୍ରକାର ସତ ପରି ମନେହେଉଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯେଉଁ ଏକଜିଟ ପୋଲ ଫଳ ଆସିଥିଲା, ତାହା ସତ ହୋଇପାରେ । ଆଉ ଏହାରି ଭିତରେ କଂଗ୍ରେସ ପାଇଁ ମଧ୍ୟ ଆସିଛି ଖୁସି ଖବର ।
ଗତ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖାତା ଖୋଲିପାରି ନ ଥିଲା କଂଗ୍ରେସ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପକୁ ୬୭ ଏବଂ ବିଜେପିକୁ ୩ ଆସନ ମିଳିଥିଲା । ହେଲେ ଆଜି ଭୋଟ ଗଣତି ଆରମ୍ଭର ଟ୍ରେଣ୍ଡ ଦେଖିଲେ ଲାଗୁଛି, ଏଥର କଂଗ୍ରେସ ଖାତା ଖୋଲିବ । କାହିଁକିନା ମାତ୍ର ଗୋଟିଏ ଆସନରେ ଆଗୁଆ ଚାଲିଛି କଂଗ୍ରେସ ।
ବର୍ତ୍ତମାନର ଟ୍ରେଣ୍ଡ କହୁଛି, ଆପକୁ ୫୫ ଆସନ ମିଳିପାରେ । ସେହିପରି ବିଜେପିକୁ ୧୪ ଆସନ ମିଳିପାରେ । ଅନ୍ୟପଟେ ଗୋଟିଏ ଆସନରେ କଂଗ୍ରେସ ମଧ୍ୟ ଆଗୁଆ ଚାଲିଛି । ବଲ୍ଲୀମାରନ ଆସନରୁ କଂଗ୍ରେସ ପ୍ରାର୍ଥୀ ହାରୁନ ୟୁସୁଫ ଆଗୁଆ ଚାଲୁଛନ୍ତି । ସେ ଯେ ଏଥର ଦଳର ମାନ ରଖିବେ, ଏବେ ଏମିତି କିଛି ମନେହେଉଛି ।
ଆହୁରି ପଢ଼ନ୍ତୁ; ନଈ ନଦେଖି...