ଆଜି କେମିତି ରହିଛି ଦିଲ୍ଲୀ ବାୟୁମଣ୍ଡଳ ?
ଧୀରେ ଧୀରେ ସଫା ଦିଶୁଛି ରାଜଧାନୀର ବାୟୁମଣ୍ଡଳ । AQIରେ ସୁଧାର ଆସିଲାଣି । ଆଜି ଲୋଧି ରୋଡରେ AQI ରହିଛି ୨୧୦ । ଯାହାକି ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଦିନେ ଏହି ସୂଚନାଙ୍କ ହଜାରେ ପାର ହୋଇଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ, କଲେଜ ମଧ୍ୟ ବନ୍ଦ କରିବାକୁ ପଡିଥିଲା ।
ନୂଆଦିଲ୍ଲୀ: ଧୀରେ ଧୀରେ ସଫା ଦିଶୁଛି ରାଜଧାନୀର ବାୟୁମଣ୍ଡଳ । AQIରେ ସୁଧାର ଆସିଲାଣି । ଆଜି ଲୋଧି ରୋଡରେ AQI ରହିଛି ୨୧୦ । ଯାହାକି ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଦିନେ ଏହି ସୂଚନାଙ୍କ ହଜାରେ ପାର ହୋଇଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ, କଲେଜ ମଧ୍ୟ ବନ୍ଦ କରିବାକୁ ପଡିଥିଲା ।
ତେବେ ଦିଲ୍ଲୀ ପ୍ରଦୂଷଣର ସବୁଠୁ ବଡ କାରଣ କୁହାଯାଉଥିବା ପରାଲୀ ପୋଡି ସମ୍ପର୍ଣ୍ଣ ବନ୍ଦ କରିବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । କେବଳ ଚାଷୀଙ୍କ ଉପରେ ଏନେଇ ରୋକ ଲଗାଯାଉନାହିଁ, ବରଂ ପରାଲୀ ପାଇଁ ଏକ ବିକଳ୍ପ ବ୍ୟବସ୍ଥା କରାଯାଉଛି । ସରକାର ଏଥିପାଇଁ ୧୧୫୨ କୋଟି ଟଙ୍କା ଖର୍ଚ୍ଚ କରିବେ ।
ମଙ୍ଗଳବାର କଂଗ୍ରେସ ସାଂସଦ କେ। ମୁରଲୀଧରନଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିକଳ୍ପ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେ କହିଥିଲେ ଯେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଚାଷୀଙ୍କୁ ସରକାର ମେସିନ ଯୋଗାଇଦେବେ । ଯାହା ଦ୍ୱାରା ସେମାନେ ପରାଲୀକୁ ଖତରେ ପରିଣତ କରିପାରିବେ । ଏପରି ହେଲେ ବାୟୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଅଣାଯାଇପାରିବ ବୋଲି କହିଥିଲେ କୃଷି ମନ୍ତ୍ରୀ ।