ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପ କହିଲେ, ସମ୍ମାନର ବିଷୟ
ଆସନ୍ତା ୨୪ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଆସନ୍ତା ୨୪ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଏହା ପୂର୍ବରୁ ଟ୍ରମ୍ପ ଏକ ଟ୍ୱିଟ କରିଛନ୍ତି । ଭାରତ ଗସ୍ତ ନେଇ ସେ ଖୁବ ଉତ୍ସାହିତ ଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ନିଜ ଟ୍ୱିଟରେ ଲେଖିଛନ୍ତି, ଭାରତ ଗସ୍ତ ତାଙ୍କ ପାଇଁ ସମ୍ମାନର ବିଷୟ ।
ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ଟ୍ୱିଟ । ଭାରତ ଗସ୍ତ ମୋ ପାଇଁ ସମ୍ମାନର ବିଷୟ । ସେହିପରି ଫେସବୁକ ମୁଖ୍ୟ ଜୁକରବର୍ଗଙ୍କ ଏକ ଟିପ୍ପଣୀକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଫେସବୁକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧ ନମ୍ବର ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ନମ୍ବରରେ ଥିବା କହିଥିଲେ ଜୁକରବର୍ଗ । ତେଣୁ ଏକଥାକୁ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି, ନିହାତୀ ଭାବରେ ଭାରତ ଗସ୍ତକୁ ନେଇ ମୁଁ ବହୁତ ଉତ୍ସାହିତ ।
ଏହା ପୂର୍ବରୁ ବୁଧବାର ଟ୍ରମ୍ପଙ୍କ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟ କରିଥିଲେ । ମୋଦି ନିଜ ଟ୍ୱିଟରେ କହିଥିଲେ, ''ମୁଁ ବହୁତ ଖୁସି ଏଇଥି ପାଇଁ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିୟା ଟ୍ରମ୍ପ ଆସନ୍ତା ୨୪-୨୫ରେ ଭାରତ ଆସୁଛନ୍ତି । ଭାରତ ଉଭୟଙ୍କ ଭବ୍ୟ ସ୍ୱାଗତ କରିବ । ଏହି ଗସ୍ତ ଭାରତ-ଆମେରିକା ମଧ୍ୟରେ ବନ୍ଧୁତ୍ୱକୁ ଆହୁରି ମଜଭୁତ କରିବ ।''
ଆହୁରି ପଢ଼ନ୍ତୁ; ପୁଲଓ୍ୱାମା ଆକ୍ରମଣ: ଅସରନ୍ତି ତଦନ୍ତ...